ଶନିଦେବଙ୍କ ସାଢେ଼ସାତ ପ୍ରଭାବ ରହିଥିଲେ କରନ୍ତୁ ଏହିକାମ, ଯାହାଦ୍ୱାରା ପ୍ରଭାବ କମିଥାଏ ଓ ଶନିଦେବ ରହିଥାନ୍ତି ପ୍ରସନ୍ନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖାଯାଏ ତ ଯଦି କୌଣସି ବ୍ୟକ୍ତି ଉପରେ ଶନିଙ୍କ ସାଢ଼େସାତ ପ୍ରଭାବ ରହିଥାଏ ତାହେଲେ ଏହା ସାଢେ଼ 7 ବର୍ଷ ପର୍ଯ୍ୟନ୍ତ ଚାଲିଥାଏ । ଶନିଙ୍କୁ ଗୋଟିଏ ଗ୍ରହରୁ ଅନ୍ୟ ଗ୍ରହକୁ ଯିବାପାଇଁ ଅଢେ଼ଇ ବର୍ଷର ସମୟ ଲାଗିଥାଏ । ଯଦି ଶନିଙ୍କ ସାଢ଼େ ସାତ ପ୍ରଭାବ କାହା ଉପରେ ଥାଏ ତାହେଲେ ସେହି ବ୍ୟକ୍ତିକୁ ବହୁତ ସମସ୍ୟାରେ ନିଜର ଜୀବନ ଅତିବାହିତ କରିବାକୁ ପଡିଥାଏ । ଶନିଦେବ କର୍ମଫଳ ଦାତା ହୋଇଥିବାରୁ ସେ ପ୍ରତିଟି ବ୍ୟକ୍ତି କୁ ତାର ଫଳ ଅନୁସାରେ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଯଦି ଆପଣଙ୍କ ଉପରେ ଶନିଙ୍କର ସାଢ଼େସାତ ପ୍ରଭାବ ରହିଥାଏ ତାହେଲେ ଏହାକୁ କିପରି କମ କରାଯାଇପାରିବ ।

ଶନିଙ୍କର ସାଢ଼େସାତୀ ପ୍ରଭାବ ସମୟରେ ଏହିକାମ କରନ୍ତୁ ନାହିଁ

ଯଦି କୌଣସି ବ୍ୟକ୍ତି ଉପରେ ଶନିଙ୍କର ସାଢ଼େସାତ ପ୍ରଭାବ ରହିଥାଏ ତାହେଲେ ସେହି ବ୍ୟକ୍ତିକୁ କୌଣସି କଷ୍ଟ ଦାୟକ କାମ ନେବା ଅନାବଶ୍ୟକ ।

ଆପଣ କାହାସହିତ ମଧ୍ୟ ଯୁକ୍ତିତର୍କ କରନ୍ତୁ ନାହିଁ ।

ଗାଡି ମୋଟର ଚଳାଚଳ ସମୟରେ ଆପଣଙ୍କୁ ସାବଧାନ ଅବଲମ୍ବନ କରିବାକୁ ହେବ ।

ଶନିବାର ଓ ମଙ୍ଗଳବାର ଦିନ କଳା ରଙ୍ଗର ବସ୍ତ୍ର କିଣିବା ଅନାବଶ୍ୟକ ଓ ଏହାକୁ ପିନ୍ଧିବା ମଧ୍ୟ ଶୁଭ ହୋଇନଥାଏ ।

ଏହି ପ୍ରଭାବ ଯେକୌଣସି ବ୍ୟକ୍ତି ଉପରେ ଥାଏ ସେହି ବ୍ୟକ୍ତି ଶନି ଓ ମଙ୍ଗଳବାର ଦିନ କୌଣସି ନିଶା ଜାତୀୟ ଦ୍ରବ୍ୟ ନେବା ସମସ୍ୟା ହୋଇଥାଏ ।

ଏହି ସାଢେସାତ ପ୍ରଭାବ ସମୟରେ ଆପଣ ରାତିରେ କୌଣସି ବି ସ୍ଥାନକୁ ଯାଅନ୍ତୁ ନାହିଁ ।

ଶନିଙ୍କ ସାଢ଼େସାତ ପ୍ରଭାବ କମ କରିବାପାଇଁ କରନ୍ତୁ ଏହି ପ୍ରଭାବୀ ଉପାୟ ।

ଯଦି ଆପଣ ଶନିଙ୍କ ସାଢ଼େସାତ ପ୍ରଭାବ ରେ ଶିକାର ହୋଇଛନ୍ତି ତ ତାହେଲେ ଆପଣ ଏକ ତମ୍ବା ପାତ୍ରରେ ତେଲ ଢାଳି ଜାଳନ୍ତୁ ।

ଏହି ପ୍ରଭାବରୁ ବଞ୍ଚିବାପାଇଁ ଆପଣଙ୍କୁ ନିଜର ଆଚରଣରେ ପରିବର୍ତ୍ତନ କରିବା ଆବଶ୍ୟକ । କାରଣ ଯେଉଁ ବ୍ୟକ୍ତିର ଭଲ ଆଚରଣ ଥାଏ ତାହେଲେ ସେହି ବ୍ୟକ୍ତିକୁ ଶନିଙ୍କ ଖରାପ ପ୍ରଭାବ ପଡିନଥାଏ ।

ଏହି ପ୍ରଭାବ ସମୟରେ ଆପଣ ଶନିବାର ଦିନ ହରଡ଼ ଡାଲି ଖାଅନ୍ତୁ ଓ ହୋଇପାରିବ ଯଦି ଶନିବାର ଦିନ ଉପବାସ ରୁହନ୍ତୁ ।

ଯଦି ଆପଣ ଶନି ପ୍ରଭାବ ଠାରୁ ରକ୍ଷା ପାଇବା ପାଇଁ ଚାହାନ୍ତି ତାହେଲେ ଆପଣଙ୍କୁ ଶନିବାର ଦିନ ପିପଲ ଗଛ ଚାରିପଟେ ସନ୍ଧ୍ୟା ସମୟରେ 7 ବାର ପରିକ୍ରମା ଲଗାଇବାକୁ ହେବ ଓ ସୋରିଷ ତେଲ ର ଦୀପକୁ ଏହି ଗଛ ପାଖରେ ରଖିବାକୁ ହେବ, ଏମିତି ଆପଣଙ୍କୁ 40 ଶନିବାର ପର୍ଯ୍ୟନ୍ତ କରିବାକୁ ହେବ ।

ଯଦି ଆପଣ ଚାହୁଁଛନ୍ତୁ ଶନିଦେବ ଆପଣଙ୍କ ଉପରେ ଖୁସି ରୁହନ୍ତୁ ତାହେଲେ ଆପଣ ନିଜର ମାତା ଓ ପିତାଙ୍କୁ ଖୁସିରେ ରଖନ୍ତୁ ।

ଯଦି ଆପଣ ଚାହୁଁଛନ୍ତି ଏହି ପ୍ରଭାବ ରୁ ମୁକ୍ତି ପାଇବାପାଇଁ ତାହେଲେ ପ୍ରତି ଶନିବାର ଦିନ ଆପଣ ଶନିଦେବଙ୍କର ପୂଜା କରିବା ସହିତ ନିୟମିତ ହନୁମାନ ଚାଲିଶା ପଢନ୍ତୁ । ମାନ୍ୟତା ଅନୁସାରେ ଯେଉଁ ଲୋକ ହନୁମାନ ଚାଲିଶା ପାଠ କରେ ତା ଉପରେ ଶନିଦେବ ଙ୍କ ପ୍ରଭାବ କମ ପଡିଥାଏ । ହନୁମାନଙ୍କ ଚାଲିଶା ପଢିବା ଦ୍ୱାରା ଆପଣଙ୍କୁ ବଜରଙ୍ଗବାଲିଙ୍କ କୃପା ମିଳିବା ସହ ଶନିଦେବଙ୍କ କୃପା ମଧ୍ୟ ମିଳିଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।