ଶରୀରରେ ବଳ ନାହିଁ କି ବଞ୍ଚିବାର ଆଉ ଆଶା ନାହିଁ, ଆଉ ପାରୁନି ଭଗବାନ ବହୁତ କଷ୍ଟ ହେଉଛି ! Pintuଙ୍କ ଏଭଳି ଅବସ୍ଥା ଦେଖି ଆଖିରେ ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ, ଆଶାଥିଲା ବଞ୍ଚିଯିବେ ଅଭିନେତା ପିଣ୍ଟୁ ନନ୍ଦ। ସେଥିପାଇଁ ତ ସମସ୍ତେ ତାଙ୍କ ଜୀବନ ବଞ୍ଚାଇବାରେ ଲାଗିପଡିଥିଲେ । ହେଲେ ଏବେ ସେହି ଆଶା ଭାଙ୍ଗିବାରେ ଲାଗିଛି । ମେଡିକାଲ ଫେରାଇ ଦେଇଛି ପିଣ୍ଟୁଙ୍କୁ । ବର୍ତ୍ତମାନ କେବଳ ଭଗବାନଙ୍କର ଭରସାରେ ଜୀବନ ସହ ଲଢୁଛନ୍ତି ପିଣ୍ଟୁ । ତେବେ ତାଙ୍କୁ କାହିଁକି ମେଡିକାଲ ରୁ ଫେରାଇ ଦିଆଗଲା କାହିଁକି ତାଙ୍କ ଚିକିତ୍ସା ଆଉ ଆଗକୁ ହୋଇପାରିଲା ନାହିଁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ପିଣ୍ଟୁଙ୍କ ଗୁରୁତର ଅବସ୍ତା ସମ୍ପର୍କରେ ।

ଅଭିନେତା ପିଣ୍ଟୁ ନନ୍ଦ ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ କାବୁ କରି ରଖିଥିଲେ । ତାଙ୍କ ଅଭିନୟକୁ ବେସ ଭଲ ପାଉଥିଲେ ଲୋକେ । କେତେବେଳେ ହସାଉଥିଲେ ତ କେତେବେଳେ କନ୍ଦାଉଥିଲେ ଆଉ କେତେବେଳେ ଲୋକଙ୍କୁ ନିଜ ଭିଲିୟାନ ଅନ୍ଦାଜରେ ଡରାଇ ଦେଉଥିଲେ । ସୁସ୍ଥ ସବଳ ହୋଇ ସର୍ବ ସମ୍ମୁଖରେ ଠିଆ ହେଉଥିବା ପିଣ୍ଟୁ ନନ୍ଦ ଆଜି ଲିଭର ସିରୋସିସ ରୋଗରେ ପୀଡିତ ହୋଇ ମେଡିଆଲ ବେଡରେ ଶୋଇ ରହିଛନ୍ତି ।

ତେବେ ତାଙ୍କୁ ଭୁବନେଶ୍ଵର ରୁ ଦିଲ୍ଲୀ ସ୍ତାନାନ୍ତରଣ କରାଯାଇଥିଲା । ଦିଲ୍ଲୀର LLB ମେଡିକାଲରେ ଥିଲେ ପିଣ୍ଟୁ । ସେହି ମେଡିକାଲ ର ନିୟମ ଅନୁଯାୟୀ କେବଳ ପରିବାର ଲୋକ ହିଁ ଲିଭର ଦେଇପାରିବେ । କିନ୍ତୁ ଦୁର୍ଭାଗ୍ୟ ତାଙ୍କ ପରିବାର ଲୋକଙ୍କ ବ୍ଲଡ଼ ଗ୍ରୁପ ପିଣ୍ଟୁଙ୍କ ବ୍ଲଡ଼ ଗ୍ରୁପ ସହ ମ୍ଯାଚ କଲା ନାହିଁ । ଆଉ ଆନୟ ଲୋକଙ୍କ ଲିଭର ଆଣି ପିଣ୍ଟୁଙ୍କ ଦେହରେ ଲଗାଇବାର ଅନୁମତି ସେହି ମେଡିକାଲରେ ନାହିଁ ।

ଏହି କାରଣ ପାଇଁ ତାଙ୍କୁ ବର୍ତ୍ତମାନ ହାଇଦ୍ରାବାଦର ଯଶୋଦା ମେଡିକାଲକୁ ଚିକିତ୍ସା ପାଇଁ ନିଆ ଯାଇଛି । ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ପିଣ୍ଟୁଙ୍କୁ କୌଣସି ଡୋନର ମିଳିପାରିନାହାନ୍ତି । ଏହି କାରଣ ପାଇଁ ପିଣ୍ଟୁ ନିଜ କଷ୍ଟ ସହ ଏବେ କେତେଦିନ ରହିବେ ତାହା କେବଳ ଭଗବାନଙ୍କୁ ଜଣା । ଯଦି ଡୋନର ମିଳିଯାନ୍ତି ତେବେ ତାଙ୍କର ଲିଭର ଟ୍ରାଂସପ୍ଲାନେଟ ଅପରେସନ ତୁରନ୍ତ କରାଯିବ ।

ହେଲେ ବେର୍ତ୍ତମାନ ସୁଧା ତାଙ୍କ ଡୋନର ଯୋଗାଡ ହୋଇପାରିନାହାନ୍ତି । ଏପଟେ ପିଣ୍ଟୁଙ୍କ ଅବସ୍ତା ଆଗ ଅପେକ୍ଷ ଆହୁରି ଅଧିକ ଗୁରୁତର ହୋଇସାରିଲାଣି । କଷ୍ଟ ପାଇ ଆଉ ଚାଲିବା ଅବସ୍ତାରେ ନାହାନ୍ତି ପିଣ୍ଟୁ କି କଥା ବାର୍ତ୍ତା ମଧ୍ୟ କରିପାରୁନାହାନ୍ତି । ତେବେ ଏଭଳି ଏକ ସମୟରେ କେବଳ ଭଗବାନ ହିଁ ସାହା ଭରସା । ଆଶା କରୁଛୁ ଭଗବାନଙ୍କ ଦୟାରୁ ଖୁବ ଶୀଘ୍ର ତାଙ୍କୁ ଲିଭର ଡୋନର ମିଳିଯାନ୍ତୁ ।