Rahul କୁ ରେସ୍କ୍ଯୁ କରିବା ପାଇଁ 105 ଘଣ୍ଟାର ଅପରେସନରେ କେତେ ଖର୍ଚ୍ଚ ହୋଇଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଛତିଶଗଡ ମୁଖ୍ୟମନ୍ତ୍ରୀ Bhupesh Baghel ଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି

ଅପରେସନ ରାହୁଲ ପାଇଁ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇଛି । କେବଳ ଟଙ୍କା ନୁହେଁ ବରଂ ରାହୁଲର ଜୀବନ ବଞ୍ଚାଇବା ପାଇଁ ଯାହାବି କିଛି କରିବାକୁ ପଡିବ ତାହା କରିବାକୁ ପ୍ରସ୍ତୁତ ଥିଲେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ରାହୁଲର ଉଦ୍ଧାର ପାଇଁ କରା ଯାଇଥିବା ୧୦୦ ଘଣ୍ଟାରୁ ଉର୍ଦ୍ଧ୍ଵ ଅପରେସନରେ ପ୍ରାୟ ୧କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରା ଯାଇଥିବା ଏବେ ଚର୍ଚ୍ଚା ହେଉଛି । ଉଦ୍ଧାର ଖର୍ଚ୍ଚ ଠାରୁ ଆରମ୍ଭ କରି ଉଦ୍ଧାର ପରେ ଗ୍ରୀନ କରିଡର କରି ରାହୁଲଙ୍କୁ ଡାକ୍ତରଖାନ ନିଆ ଯାଇଥିଲା ।

ଉଦ୍ଧାର ସମୟରେ ଅତ୍ୟାଧୁନିକ ଯନ୍ତ୍ରାଂଶ ସହ ଭିଏଲସି କ୍ୟାମେରା ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାହୁଲକୁ ୫ଦିନ ଧରି ସୁସ୍ଥ ରଖିବା ପାଇଁ ଯେଉଁ ପାୱାରଫୁଲ ଓ ଦାମିକିଆ ମେଡ଼ିସିନ ସବୁ ଦିଆ ଯାଉଥିବା ଏସବୁକୁ ମିଶାଇଲେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଚର୍ଚ୍ଚା ହେଉଛି । ଏହାସହ ଉଦ୍ଧାରକାରୀ ଦଳରେ ସାମିଲ ଥିବା NDRF, SDRF, ସେନାର କିଛି ଯବାନ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପୋଲିସ ଓ ରୋବୋଟିକ୍ସ ଟିମ୍ ର ପାଖାପାଖି ୫୦୦ ରୁ ଅଧିକ କର୍ମଚାରୀ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ଏହି ସମସ୍ତେ ୫ଦିନ ଧରି ଅକ୍ଲାନ୍ତ ପରିଶ୍ରମ କରିଥିଲେ ରାହୁଲକୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ । ସେମାନଙ୍କ ପାରିଶ୍ରମିକ ମଧ୍ୟ ମିଶାଇଲେ ଆହୁରି ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯାହାବି ପରିଶ୍ରମ କରାଗଲା ଓ ଯେତେ ଟଙ୍କା ମଧ୍ୟ ଖର୍ଚ୍ଚ ହେଉ ପଛେ ରାହୁଲକୁ ସୁରକ୍ଷିତ ଉଦ୍ଧାର କରାଗଲା ତାହା ହିଁ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା । ଯାହା ସଭିଏଁ ଚାହୁଁଥିଲେ ।

ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ଚାହୁଁଥିଲେ କି ରାହୁଲ ଜୀବନ ବଞ୍ଚାଇବାକୁ ଯାହାବି କିଛି କରିବାକୁ ପଡିବ ତାହା ନିଜେ କରିବାକୁ ପ୍ରସ୍ତୁତ ଥିଲେ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ, ପ୍ରଚେଷ୍ଟା ଓ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା ବଳରେ ଆଜି ରାହୁଲ ସୁରକ୍ଷିତ ଭାବେ ଗର୍ତ୍ତରୁ ବାହାରକୁ ଆସି ଏକ ନୂଆ ଜୀବନ ଲାଭ କରିଛି । ରାହୁଲର ଉଦ୍ଧାର କାର୍ଯ୍ୟ ସେତେ ସହଜ ନଥିଲେ ମଧ୍ୟ ସବୁ ଦିଗରୁ ଦେଖିଲେ ଏହା କୌଣସି ଚମତ୍କାରିତା ଠାରୁ କିଛି କମ୍ ନୁହେଁ ।

ଯାହା ଇଶ୍ଵର ବିଶ୍ଵାସୀ ମାନଙ୍କ ବିଶ୍ବାସକୁ ନିହାତି ଭାବେ ଆହୁରି ଦୃଢ କରିଦେଇଛି । ଯେତେ କଠିନ ପରିସ୍ଥିତିରେ ଥିଲେ ମଧ୍ୟ ବଞ୍ଚିବାକୁ କେମିତି ସାହସର ସହ ସଂଘର୍ଷ କରାଯାଏ ତାହା ଆଜି ବାଳକ ରାହୁଲ ସାରା ଦୁନିଆକୁ ଦେଖାଇ ଦେଇଛି । ଆ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।