ବୋରୱେଲ ଭିତରେ ସାପ ସହ ବି ଲଢିଥିଲା Rahul, ରେସ୍କ୍ଯୁ ଅପରେସନ ସଫଳ ହେବା ପରେ ମୁଖ୍ୟମନ୍ତ୍ରୀ କଲେ ଏହି ବଡ ଖୁଲାସା, କହିଲେ କିଛି ଏମିତି, ଦେଖନ୍ତୁ Video

କଥାରେ ଅଛି ତ “ରଖେ ହରି ତ ମାରେ କିଏ, ଯେବେ ମାରେ ହରି ତ କେବେ ରଖେ କିଏ” । ଏହି ଉକ୍ତିକୁ ପୁନର୍ବାର ପ୍ରମାଣିତ କରି ଦେଖାଇଛି ଛତିଶଗଡର ଚର୍ଚ୍ଚିତ ଦିବ୍ୟାଙ୍ଗ ବାଳକ ରାହୁଲ । ଛତିଶଗଡରେ ବୋରୱେଲରେ ୫ଦିନ ଧରି ଜୀବନ ଓ ମରଣ ସହ ସଂଘର୍ଷ କରିଥିବା ରାହୁଲଙ୍କ ଉପରେ ସାରା ଦେଶର ନଜର ରହିଛି । ୮୦ ଫୁଟ୍ ଗଭୀର ଅନ୍ଧକାର ଓ ମାତ୍ର କେଇ ଇଞ୍ଚର ଗାତ ମଧ୍ୟରେ ୧୦୫ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିଲା ରାହୁଲ ।

ରାହୁଲ ଉଦ୍ଧାର କାର୍ଯ୍ୟରେ NDRF, SDRF ଓ ସେନାର କିଛି ଯବାନଙ୍କ ୫୦୦ରୁ ଉର୍ଦ୍ଧ୍ଵ ଯବାନ ମିଳିତ ଭାବେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଥିଲେ । ତେବେ ରାହୁଲ ବାହାରକୁ ଆସିବା ପରେ ସ୍ଥାନୀୟ ଜିଲ୍ଲାପାଳ ରାହୁଲକୁ ନେଇ ଆଉ ଏକ ଖୁଲାସା କରିଥିଲେ । ଲୋକମାନଙ୍କୁ ଭୟଭୀତ ନ କରିବା ପାଇଁ ସେ ଏକଥା ଜଣାଇ ନଥିବା କହିଥିଲେ । ରାହୁଲ ଗଭୀର ଗର୍ତ୍ତରେ ଥିବାବେଳେ ତାଙ୍କ ସହ ଗୋଟିଏ ସାପ ଓ ବେଙ୍ଗ ମଧ୍ୟ ଥିଲେ ।

ଯେତେବେଳେ ରାହୁଲ ଜୀବନ ଓ ମରଣ ସହ ଲଢେଇ କରୁଥିବା ବେଳେ ବୋରୱେଲ ଭିତରେ ଗୋଟିଏ ସାପ ପଶିଥିଲା । ଯାହା ସହ ରାହୁଲ ବି ସଂଘର୍ଷ କରିଥିଲା ଓ ଶେଷରେ ରାହୁଲ ଜିତିଥିଲା । ସାପ ସହ ତା’ର ଅସୀମ ସାହାସ ଓ ଧୈର୍ଯ୍ୟ ବଳରେ ମୃତ୍ୟୁକୁ ବି ହରେଇଥିଲା ରାହୁଲ । ଏନେଇ ଛତିଶଗଦ ମୁଖ୍ୟମନ୍ତ୍ରୀଙ୍କ କାର୍ଜ୍ୟାଳୟରୁ ମଧ୍ୟ ଏକ ସୂଚନା ପ୍ରକାଶ ପାଇଥିଲା ।

କିନ୍ତୁ ସାପକୁ ଦେଖି ରାହୁଲ ଭୟଭୀତ ନହୋଇ ସାପ ସହ ମଧ୍ୟ ସଂଘର୍ଷ କରିଥିଲା । ଆଉ ଏକ ବଡ ବିପଦରୁ ନିଜକୁ ଉଦ୍ଧାର ପାରିଥିଲା । ଆପଣଙ୍କୁ କହି ରଖୁଛୁ ଯେ, ୫ଦିନ ଧରି ବୋରୱେଲ ମଧ୍ୟରେ ଫସିଥିବା ରାହୁଲର ଧୈର୍ଯ୍ୟ ଓ ସାହାସ ଉଦ୍ଧାରକାରୀ ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ରାହୁଲର ଉଦ୍ଧାର କାର୍ଯ୍ୟ ବା “ଅପରେସନ ଜିନ୍ଦେଗୀ” ସଫଳ ହୋଇଛି । ଏଥିପାଇଁ ଉଦ୍ଧାରକାରୀ ଦଳକୁ ଯେତିକି ଶ୍ରେୟ ଯାଉଛି ସେତିକି ଶ୍ରେୟ ରାହୁଲକୁ ମଧ୍ୟ ଯାଉଛି ।

ରାହୁଲ ପାଖରେ ଯେଉଁ ସାହାସ ଧୈର୍ଯ୍ୟ ଅଛି ସାରା ଦୁନିଆ ତାହା ଦେଖିଛି । ସେଥିପାଇଁ ସମସ୍ତେ ରାହୁଲଙ୍କ ସାହାସ ଓ ଧୈର୍ଯ୍ୟକୁ ପ୍ରଶଂସା ନକରି ରହି ପାରୁନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।