ଶେଷ ହୋଇ ନାହିଁ ପ୍ରକୃତିର ତାଣ୍ଡବ, ହିମାଳୟ ପରେ ଏବେ ଏହି ସବୁ ସହରର ଅସ୍ଥିତ୍ଵ ଶେଷ କରିଦେବ ତରଳୁ ଥିବା ଗ୍ଲେଶିୟର

ରବିବାର ଦିନ ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାର ଋଷିଗଂଗା ଘାଟୀରେ ଗ୍ଲେଶିୟର ଭାଙ୍ଗିବା ଦ୍ଵାରା ବହୁତ ଦୁର୍ଘଟଣା ହୋଇଛି । ଏହି ଘଟଣା ପୁଣି ଥରେ ମନୁଷ୍ୟକୁ ଚିନ୍ତା କରିବା ପାଇଁ ବାଧ୍ୟ କରିଦେଇଛି । ଏହା ସହିତ ଗ୍ଲୋବଲ ୱାର୍ମିଂଗର ଭୟ ବି ଆରମ୍ଭ ହୋଇଯାଇଛି । ଭାରତର ଏହି ପାହାଡୀ ରାଜ୍ୟରେ ପାଣିର ରୋଦ୍ର ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହା ସହିତ କେବଳ ଭାରତରେ ନୁହେଁ ପୁରା ଦୁନିଆରେ ଗ୍ଲେଶିୟର ଦ୍ଵାରା ମନୁଷ୍ୟ ଉପରେ ସଙ୍କଟ ବଢି ଯାଉଛି ।

ଗ୍ରୀନଲ୍ୟାଣ୍ଡରେ ବି ଗ୍ଲେଶିୟର ଗୁଡିକ ତରଲୁ ଥିବାର ସଙ୍କଟ ବଢିବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ କୁହାଯାଉଛି କି ଗ୍ରୀନଲ୍ୟାଣ୍ଡ ଓ ଅଂଟାର୍କଟିକରେ ବରଫର ପରତ ସବୁ ବର୍ଷ ପାଖାପାଖି ୪୦୦ ଅରବ ଟନ କମ ହେଉଛି ।

ଏହା ଦ୍ଵାରା କେବଳ ସମୁଦ୍ରର ଜଳ ସ୍ତର ବଢିବ ନାହିଁ । ଅଥବା ଦୁନିଆର କେତେକ ଦେଶର ପ୍ରମୁଖ ସହର ଗୁଡିକ ବୁଡିବାର ମଧ୍ୟ ସମ୍ଭାବନା ଅଛି । ଆପଣଙ୍କୁ କହିଦେଉଛୁ କି ଦୁନିଆରେ ପାଖାପାଖି ୨ ଲକ୍ଷ ପାଖାପାଖି ଗ୍ଲେଶିୟର ଅଛି । ଏହା ମଧ୍ୟରୁ ଯଦି ୧୦୦୦କୁ ଛାଡି ଦିଆଯାଏ ତେବେ ବାକି ଗ୍ଲେଶିୟରର ଆକାର ବହୁତ ଛୋଟ ଅଟେ । ଆପଣଙ୍କୁ କହିଦେଉଛୁ କି ଗ୍ଲେଶିୟରର ପୃଥିବୀ ଉପରେ ପରିଚୟ ମିଠା ପାଣିର ଭଣ୍ଡାର ରୂପରେ ହୋଇଥାଏ ।

ବାତାବରଣରେ ପ୍ରଦୂଷଣ, ଗାଡି ଗୁଡିକରେ ବ୍ୟବହୃତ ଇନ୍ଧନ, ଓଜନ ପରତରେ କଣା, ଗ୍ରୀନ ହାଉସ ଗ୍ୟାସ ଉତ୍ସର୍ଜନ, ଜନସଂଖ୍ୟା ଲଗାତର ବୁଦ୍ଧି ଇତ୍ୟାଦି ପୃଥିବୀରେ ଗ୍ଲେଶିୟର ତରଲୁ ଥିବାର ମୁଖ୍ୟ ସବୁ କାରଣ ଅଟେ । ଏହା ସହିତ ଆଇପିସିସି ଗୋଟିଏ ଚେତାବନୀ ବି ଦେଇଛନ୍ତି ଏହି ଶତାବ୍ଦୀର ସମାପ୍ତ ପର୍ଯ୍ୟନ୍ତ ହିମାଳୟ ଗ୍ଲେଶିୟର ନିଜର ଏକ ତୃତୀୟାନ୍ସ ବରଫ ହରାଇ ବସିବ । ଏହା ସହିତ କହିଲେ କି ଯଦି ପ୍ରଦୂଷଣ ଏହିଭଳି ବଢିବ ତେବେ ୟୁରୋପର ୮୦ ପ୍ରତିଶତ  ଗ୍ଲେଶିୟର ବି ୨୧୦୦ ପର୍ଯ୍ୟନ୍ତ ପାଣିରେ ବଦଳିଯିବ ।

ଏହି ମାମଲାରେ ସଂଯୁକ୍ତ ରାଷ୍ଟ୍ର ଏକ ରିପୋର୍ଟରେ ଚେତାବନୀ ଦେଇଛନ୍ତି କି ସମୁଦ୍ରରେ ପାଣି ବୁଦ୍ଧି ହେବା କାରଣରୁ ୨୦୫୦ ପର୍ଯ୍ୟନ୍ତ ଭାରତର କେତେକ ସହରରେ ବୁଡିବାର ସଙ୍କଟ ବଢିପାରେ । ଯେଉଁ ସହର ସମୁଦ୍ରର ବଢୁଥିବା ପାଣି ଦ୍ଵାରା ଅଧିକ ପ୍ରଭାବିତ ହେବ ସେଥିରେ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଓ କଲିକତାର ନାମ ବି ସାମିଲ ଅଛି । ଏହି ରିପୋର୍ଟ ଅନୁସାରେ ଭାରତର ମୋଟ ୪ କୋଟି ଲୋକମାନେ ଏହି ଦୁର୍ଘଟଣାର ଶିକାର ହୋଇ ପାରନ୍ତି ।

ଏହା ସହିତ ନାସାର ଏକ ରିପୋର୍ଟ ଅନୁସାରେ, ଗ୍ରୀନଲ୍ୟାଣ୍ଡ ଓ ଅଂଟାର୍କଟିକର ଗ୍ଲେଶିୟର ଗୁଡିକ ତରଳିବା ଦ୍ଵାରା ଭାରତର କର୍ନାଟକର ମଂଗଲୋର ବି ବଞ୍ଚିବ ନାହିଁ ।ଗ୍ଲେଶିୟର ବିନା ଅଟକି ତରଳିବା ଦ୍ଵାରା ସମ୍ପୂର୍ଣ ମାନବ ଜାତି ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।

ଦୁନିଆରେ ପ୍ରାୟତଃ ଜନସଂଖ୍ୟା ଆଜି ବି ସଫା ପାଣି ପାଇଁ ଗ୍ଲେଶିୟର ଗୁଡିକ ଉପରେ ନିର୍ଭର ଅଛନ୍ତି । ଗ୍ଲେଶିୟର ନ ହେବା ଦ୍ଵାରା ପାଣିର ସବୁଠୁ ବଡ ସଙ୍କଟ ଦେଖା ଯାଇ ଥାନ୍ତା । ଯଦି ଗ୍ଲେଶିୟରର ପାଣି ଆସିବା ବନ୍ଦ ହୋଇଯିବ ତେବେ ନେପାଲ, ଭାରତ, ବାଂଲାଦେଶ, ଭୂଟାନ, ପାକିସ୍ତାନ ଭଳି ଦେଶ ସବୁଠୁ ଅଧିକ ପ୍ରଭାବିତ ହେବେ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ