September Horoscope: ଏହି 5 ରାଶି ହେଉଛନ୍ତି ସେପ୍ଟେମ୍ବର ମାସର ସବୁଠୁ ଧନୀ ରାଶି, କିନ୍ତୁ ଆଉ 7 ରାଶିଙ୍କୁ ରହିବାକୁ ପଡିବ ସାବଧାନ

ବନ୍ଧୁଗଣ, ଚଳିତ ବର୍ଷ ତଥା ୨୦୨୧ ର ସେପ୍ଟେମ୍ବର ମାସ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଦଶମୀ ତିଥି ମୃଗଶିର ନକ୍ଷତ୍ର ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ମାସରେ ପ୍ରମୁଖ ପର୍ବ ଶ୍ରୀଗଣେଶ ଚତୁର୍ଥୀ ପଡୁଥିବା ବେଳେ ଶ୍ରାଦ୍ଧପକ୍ଷ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହ ବ୍ଯତୀତ ଗୁରୁ, ଶୁକ୍ର, ସୂର୍ଯ୍ୟ ଏବଂ ବୁଧ ଓପରି ଗ୍ରହମାନେ ମଧ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ତେଣୁ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା କେଉଁ ରାଶି ଉପରେ କଣ ପ୍ରଭାବ ପଡିବାକୁ ଯାଉଛି ।

ମେଷ ରାଶି

ମେଷ ରାଶି ଜାତକଙ୍କ ପାଇଁ ଏହି ମାସ ଶୁଭ ଫଳଦାୟକ ହେବ । କ୍ଯାରିର ଓ ବ୍ୟବସାୟରେ ଲାଭ ମିଳିବ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀ ମାନଙ୍କ ସହଯୋଗ ମିଳିବ ଓ ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ମିଳିପାରେ । ଆପଣ ଏହି ମାସରେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି ।

ବୃଷ ରାଶି

ବୃଷ ରାଶି ଲୋକଙ୍କ ପାଇଁ ସେପ୍ଟେମ୍ବର ମାସ ମିଶ୍ର ଫଳଦାୟୀ ରହିବ । ଦୀର୍ଘଦିନରୁ ପଡି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ ଓ ବିଶେଷ କରି ମହିଳା କର୍ମଚାରୀ ମାନଙ୍କ ପାଇଁ ଏହା ଶୁଭ ଫଳଦାୟୀ ହେବ । କିଛି ଗୁପ୍ତ ଶତ୍ରୁମାନେ ଆପଣଙ୍କୁ ଖ୍ଯାତି ପହଞ୍ଚାଇବାକୁ ଚେଷ୍ଟା କରି ପାରନ୍ତି । ତେଣୁ ସତର୍କ ରୁହନ୍ତୁ ।

ମିଥୁନ ରାଶି

କାର୍ଯ୍ୟରେ କୌଣସି ଦାୟିତ୍ଵ ହୀନତା ମିଥୁନ ରାଶି ଲୋକଙ୍କ ପାଇଁ ଭାରି ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ । ନିରାଶ ହେବା ପରିବର୍ତ୍ତେ ସମସ୍ଯା ଗୁଡିକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ବ୍ୟବସାୟୀ ଓ କମିଶନ ନେଇ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ମାସ ଶୁଭ ଫଳଦାୟକ ରହିବା ।

କର୍କଟ ରାଶି

କର୍କଟ ରାଶି ଲୋକଙ୍କ ଭାଗ୍ୟ ସେମାନଙ୍କର ନିଶ୍ଚିତ ସହଯୋଗ କରିବ । ଜୀବନର ପ୍ରତିଟି କ୍ଷେତ୍ରରେ ମନ ମୁତାବକ ସଫଳତା ପ୍ରାପ୍ତ ହେବ । ମାସର ମଧ୍ୟ ଭାଗରେ ବେତନ ବୃଦ୍ଧି ହେବା ପଦୋନ୍ନତିର ମଧ୍ୟ ସମ୍ଭାବନା ରହିଛି । କେବଳ ଭାବିଚିନ୍ତି ସମସ୍ତ ଦାୟିତ୍ଵ ବୁଦ୍ଧିମତାର ସହ ତୁଲାଇବାକୁ ଚେଷ୍ଟା କରନ୍ତୁ ।

ସିଂହ ରାଶି

ସିଂହ ରାଶି ଲୋକମାନେ ଏହି ମାସରେ କୌଣସି ପ୍ରକାର ନିବେଶ କରିବାକୁ ବଞ୍ଚିତ ରୁହନ୍ତୁ । ଏହାସହ ବୁଝି ବିଚାରୀ ଧନ ଉଧାର ଦିଅନ୍ତୁ । ପାରିବାରିକ ଏବଂ କାର୍ଯ୍ୟକ୍ଷେତ୍ର ସମସ୍ଯା ଗୁଡିକୁ ଧୈର୍ଯ୍ୟର ସହ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ପ୍ରେମ ସମ୍ପର୍କରେ କୌଣସି ତୃତୀୟ ବ୍ୟକ୍ତିଙ୍କ ଯୋଗୁଁ ବିବାଦ ସୃଷ୍ଟି ହୋଇପାରେ ।

କନ୍ୟା ରାଶି

କନ୍ୟା ରାଶି ଲୋକଙ୍କୁ ମଧ୍ୟ ସେପ୍ଟେମ୍ବର ମାସ ମିଶ୍ର ଫଳ ଦେଇପାରେ । ମାସର ପ୍ରଥମ ଭାଗ ଖୁବ ଲାଭଦାୟକ ରହିଥିବା ବେଳେ, ଦ୍ଵିତୀୟ ଭାଗରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ତେଣୁ ମନ ଅଶାନ୍ତ ରହିପାରେ । ଅନାବଶ୍ୟକ କ୍ଷେତ୍ରରେ ମଧ୍ୟ ଧନ ଅପବ୍ୟୟ ହେବାର ଆଶଙ୍କା ରହିଛି ।

ତୁଳା ରାଶି

ତୁଳା ରାଶି ଟିକେ ଜଗି ରଖି କାର୍ଯ୍ୟ କାଲେ ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ଧନ ନିବେଶ କରିବା ପୂର୍ବରୁ ମଧ୍ୟ ସତର୍କ ରହିବା ଉଚିତ । ପରୀକ୍ଷାର୍ଥୀ ମାନଙ୍କ ପାଇଁ ଏହି ମାସ ସେତେ ଅନୁକୂଳ ରହିବ ନାହିଁ । ପ୍ରେମ ମାମଲାରେ ମଧ୍ୟ ସାବଧାନ ରହିବ ଉତ୍ତମ ହେବ ।

ବିଛା ରାଶି

ବିଛା ରାଶି ଲୋକଙ୍କ ପାଇଁ ଏହି ମାସ ଖୁବ ଫଳପ୍ରଦ ହେବ ଓ ଆପଣଙ୍କ ଆର୍ଥିକ ସ୍ଥିତି ଖୁବ ଭଲ ରହିବ । ସମସ୍ତ ପ୍ରକାର କାର୍ଯ୍ୟରେ ସଫଳତା ମିଳିବ ଓ ରୋଜଗାରର ନୂଆ ବାଟ ମଧ୍ୟ ଖୋଲିବ । କିନ୍ତୁ ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ ।

ଧନୁ ରାଶି

କଠିନ ପରିଶ୍ରମ କଲେ ଧନୁ ରାଶି ଲୋକଙ୍କୁ ଏହି ମାସରେ ନିଶ୍ଚୟ ସଫଳତା ମିଳିବ । କାର୍ଯ୍ୟକ୍ଷେତ୍ରରେ ଦାୟିତ୍ଵ ବଢି ଯାଇପାରେ । ମାସର ମଧ୍ୟ ଭାଗ୍ୟରେ ଆର୍ଥିକ ସମସ୍ଯା ଯୋଗୁଁ ଆପଣଙ୍କ ମାନସିକ ଅଶାନ୍ତି ବଢିପାରେ । ଏପରିକି କରଜ ମଧ୍ୟ କରିବାକୁ ପଡିପାରେ ।

ମକର ରାଶି

ମକର ରାଶି ଲୋକେ ମଧ୍ୟ ଖୁବ ସତର୍କତା ସହ କାର୍ଯ୍ୟ କରିବା ଉଚିତ । କାମରେ ଚାପ ବଢିବାରୁ ଆପଣଙ୍କୁ ଥକା ଲାଗିପାରେ । ଧନର ଅଭାବ ମଧ୍ୟ ଦେଖା ଦେଇପାରେ । ଏହି ମାସରେ ଆପଣ ଭାବିଚିନ୍ତି ଧନ ଖର୍ଚ୍ଚ କରନ୍ତୁ । ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ ରାଶି

କୁମ୍ଭ ରାଶି ଲୋକେ ନିଜ କର୍ମ ଉପରେ ବିଶ୍ବାସ ରଖନ୍ତୁ ଓ ବୁଝି ବିଚାରୀ ପଦକ୍ଷେପ ନିଅନ୍ତୁ । ଆପଣଙ୍କ ବିରୋଧୀମାନେ ହଇରାଣ କରିବାକୁ ଚେଷ୍ଟା କରିପାରନ୍ତି । ତେଣୁ ଧୈର୍ଯ୍ୟ ନ ହାରି ବୁଦ୍ଧିର ସହ କାର୍ଯ୍ୟ କରନ୍ତୁ । ଏହି ମାସରେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକ ରହିଛି ।

ମୀନ ରାଶି

ମୀନ ରାଶି ଲୋକଙ୍କୁ ନିଜ କଥାବାର୍ତ୍ତରେ ଯଥାସମ୍ଭ ସଂଯମ ରଖିବା ଆବଶ୍ୟକ ରହିଛି । ଅଭିମାନ ଓ କ୍ରୋଧ ଆଦି ଦୂର କରି ପ୍ରେମରେ ସମସ୍ତଙ୍କ ସହ କଥା କହିବାକୁ ଚେଷ୍ଟା କରନ୍ତୁ । ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷଣ ବଢିବାରେ । ସାଥୀଙ୍କୁ ପାଖରେ ନ ପାଇ ମନ ବ୍ୟତିବ୍ୟସ୍ତ ହୋଇପାରେ । କିନ୍ତୁ କର୍ମକୁ ପ୍ରାଧାନ୍ଯ ଦେବା ଆପଣଙ୍କ ପାଇଁ ଲାଭଦାୟକ ହେବ ।