ଜାମୁ-କାଶ୍ମୀର ରେ ସେନା ଉପରେ ହୋଇଥିବା ଆକ୍ରମଣରେ ରାଗରେ ପୁରା ବଲୀଉଡ, ସଲମାନ ଖାନ କିଛି ଏହିଭଳି ଭବରେ ଦେଖାଇଲେ ନିଜର ରାଗ

ଜମ୍ମୂ-କଶ୍ମୀରର ପୁଲୱାମାରୁ ବହୁତ ଖରାପ ଖବର ଆସୁଛି, ଜମ୍ମୂ-କଶ୍ମୀରର ପୁଲୱାମାର ଗୁରୁବାର ଦିନ ସୀଆରପୀଏଫ ଉପରେ ବଡ ଆତଙ୍କି ଆକ୍ରମଣ ହୋଇଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୬ ଜଣ ଯବାନ ସହିଦ ହୋଇ ସାରିଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି । ବର୍ତ୍ତମାନ ଆହତମାନଙ୍କର ହସ୍ପିଟାଲରେ ଚିକିସ୍ଛା ଚାଲିଛି । ଏହି ଆକ୍ରମଣକୁ ସାରା ଦୁନିଆରେ ନିନ୍ଦା କରା ଯାଉଛି । ସୁଇସାଇଡ ଆକ୍ରମଣରେ ଆତଙ୍କବାଦୀମାନେ ବମ ଭର୍ତ୍ତି କାରକୁ CRPFର ଗାଡି ସହିତ ଧକା କରିଥିଲେ । ଏହି ଘଟଣା ପୁରା ଦେଶବାସୀଙ୍କର ମନବଳକୁ ଭାଙ୍ଗି ଦେଇଛି ।

ଅନ୍ୟ ପଟେ ଏହି ଘଟଣାରେ ବଲୀଉଡ ବହୁତ କ୍ରୋଧିତ ନଜର ଆସୁଛି । ଅଜୟ ଦେବଗନ, ଅଭିଷେକ ବଚ୍ଚନ ଠାରୁ ନେଇ ସ୍ୱରା ଭାସ୍କର ଏବଂ ତାପସୀ ପନ୍ନୂ ବି ଟ୍ୱୀଟ କରି ଏହି ଆକ୍ରମଣର ବିଷୟରେ କହିଛନ୍ତି ।

ବଲୀଉଡର ପ୍ରସିଦ୍ଧ ଅଭିନେତା ଅଜୟ ଦେବଗନ ଟ୍ୱୀଟ କରି କହିଛନ୍ତି କି ରାଗକୁ ଶବ୍ଦରେ କହି ହେବ ନାହିଁ, ଯାହା ବି ହେଲା ଭୟାନକ ଏବଂ ହିନ କାମ ଅଟେ ।

ଅଭିଷେକ ବଚ୍ଚନ ବି ଏହି ଘଟଣାକୁ ନିନ୍ଦା କରିଲେ ଏବଂ କହିଲେ କି ପୁଲୱାମାରୁ ବହୁତ ଖରାପ ଖବର ଆସୁଛି, ଆଜି ଯେତେବେଳେ ଲୋକମାନେ ପ୍ରେମ ଭରା ଦିନକୁ ସେଲିବ୍ରେଟ କରୁଥିଲେ ତେବେ ଅନ୍ୟ ପଟେ ଖରାପ ଖବର ଆସୁଛି, ମୋର ପ୍ରାର୍ଥନା ଏବଂ ଆଶୀର୍ବାଦ ସହିଦଙ୍କର ପରିବାର ପାଇଁ, ଜୟ ହିନ୍ଦ ।

ରିତେଶ ଦେଶମୁଖ ଟ୍ୱୀଟ କରି କହିଛନ୍ତି କି ପୁଲୱାମାରୁ ବହୁତ ବଡ ଖରାପ ଖବର ଆସୁଛି । ସହିଦଙ୍କର ପରିବାର ପାଇଁ ଶାନ୍ତି ପ୍ରାର୍ଥନା । କାୟର ମାନେ ପୁଣି ଥରେ ତାହା କରିଲେ ।

ଅନୁଭବ ସିନ୍ହା ନିଜର ରାଗକୁ କିଛି ଏହିଭଳି ଭାବରେ ଦେଖାଇଛନ୍ତି, ଅନୁଭବ କହିଲେ କି ଆମ ସୈନିକଙ୍କର କଣ ଭୁଲ ଅଛି, ଏହା ତାଙ୍କ ପ୍ରତି ଅତ୍ୟାଚାର ଅଟେ ।

ଉରୀ ଫିଲ୍ମରୁ ବଲୀଉଡକୁ ଡେବ୍ୟୁ କରିଥିବା ମୋହିତ ରୈନା ବି ଟ୍ୱୀଟ କରି ନିଜର ରାଗକୁ ପ୍ରକାଶ କରିଛନ୍ତି ।

ସ୍ୱରା ଭାସ୍କର ତ ରାଗରେ ପାକିସ୍ତାନର ପିଏମକୁ ଟ୍ୟାଗ କରି ଟ୍ୱୀଟ କରିଛନ୍ତି ।

ଦେଶଭକ୍ତି ଉପରେ ପ୍ରସ୍ତୁତ ଫିଲ୍ମ URIର ଅଭିନେତା ବିକ୍କୀ କୌଶଲ ନିଜର ରାଗକୁ ଜାହିର କରି କହିଛନ୍ତି । ଦେଖନ୍ତୁ ନିଜର ଟ୍ୱୀଟରେ ସେ କଣ ଲେଖିଛନ୍ତି ।

ସଲମାନ ଖାନ ବି ଟ୍ୱୀଟ କରି ନିଜର ରାଗକୁ ପ୍ରକାଶ କରିଛନ୍ତି ।