ସେଲଫି ନେବା ସମୟରେ ଡ୍ୟାମ ତଳକୁ ଖସି ପଡ଼ି ଜୀବନ ହରାଇଲେ ଡାକ୍ତରଙ୍କ ପତ୍ନୀ

ଏବେକା ସମୟରେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଥିବା ସାଧାରଣ କଥା । ସ୍ମାର୍ଟ ଫୋନ ସହିତ ଲୋକଙ୍କର ବେଶି ଦୁର୍ବଳତା ରହିଛି ସେଲଫି ନେବା । କୌଣସି ନୂଆ ଜାଗାକୁ ଗଲେ ବା କିଛି ନୂଆ ଜିନିଷ ଖାଇଲେ ବା କିଛି ବନ୍ଧୁ ମାନଙ୍କ ସହିତ ସେଲଫି ନେବା ବହୁତ ଖୁସି ଲାଗିଥାଏ ।ଆଜିକା ସମୟରେ ସେଲଫି ନେବା ବହୁତ ମାମୁଲି ଅଟେ । କିନ୍ତୁ ଏହି ସେଳଫି ନେବା ମଧ୍ୟ ହୋଇପାରେ କାଳ ।

ପ୍ରତିଦିନ ସେଲଫି ନେବା ସମୟରେ ହେଉଥିବା ଦୁର୍ଘଟଣା ର ଖବର ନିୟୁଜ ଚାନେଲ, ଖବର କାଗଜ ରେ ଦେଖିବାକୁ ମିଳୁଛି । ଦୈନନ୍ଦିନ ଘଟୁଥିବା ଏହି ଦୁର୍ଘଟଣା ର କାରଣ ସେଲଫି ନେବା ସମୟର ଅସାବଧାନତା ଅଟେ । ସେଲ୍ଫି ନେବା ଭୁଲ ନୁହେଁ କିନ୍ତୁ ସେଲଫି ପାଇଁ ନିଜ ଜୀବନ ଦେବା ଭୁଲ ଅଟେ । ସେଲଫି ନେବା ସମୟରେ ସାବଧାନ ରହିବ ଅତ୍ୟନ୍ତ ଆବଶ୍ୟକ । କାରଣ ଜୀବନ ବହୁତ ମୂଲ୍ୟବାନ ।

ସେହିପରି ସେଲଫି ନେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଭୋପାଲ ର ଜଣେ ମହିଳା । ମହିଳା ଜଣଙ୍କ ସେଲଫି ନେଉଥିବା ସମୟରେ ୧୦ ରୁ ୧୩ ଫୁଟ ତଳକୁ ଖସି ପଡ଼ି ଡ୍ୟାମ ପାଣିରେ ନିଖୋଜ ହୋଇଯାଇଥିଲେ । ମହିଳା ଜଣଙ୍କ ଭୋପାଲ ର ଜଣେ ଡାକ୍ତରଙ୍କ ପତ୍ନୀ ଥିଲେ । ଏହି ଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ହଲାଲି ଡ୍ୟାମ ରେ ଘଟିଛି ।

ଡାକ୍ତରଙ୍କ ସ୍ତ୍ରୀ ସେଲଫି ନେଉଥିବା ସମୟରେ ସେଠାରୁ ଖସିପଡ଼ି ମୃତ୍ୟୁ ଗ୍ରହଣ କରିଥିବାର ଖବର ମିଳିଛି । ଘଟଣା ସ୍ଥଳୀରେ ଉଦ୍ଧାର ଟିମ ପହଞ୍ଚି ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ସୋମବାର ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା କିନ୍ତୁ ମହିଳା ଜଣଙ୍କର କୋୖଣସି ସନ୍ଧାନ ମିଳିନଥିଲା । ଭୋପାଲରୁ ପ୍ରାୟ ୪୦ ରୁ ୪୫ କିଲୋମିଟର ଦୂରରେ ରହିଛି ହଲାଲି ଡ୍ୟାମ । ସେଠାକୁ ଅନେକ ପର୍ଯ୍ୟଟନ ବୁଲା ବୁଲି କରିବା ପାଇଁ ଯାଆନ୍ତି ।

ରବିବାର ଛୁଟି କଟେଇବାକୁ ଭୋପଲର କୋଲାର ବାସିନ୍ଦା ଡକ୍ଟର ଉତ୍କଳ ମିଶ୍ର ନିଜ ଧର୍ମ ପତ୍ନୀ ହିମନୀଙ୍କ ସହିତ ହିଲାଲି ଡ୍ୟାମ ଯାଇଥିଲେ । ଡକ୍ଟର ଘଟଣା ବିଷୟରେ କହିଛନ୍ତି କି ସେ ମୋବାଇଲ ରେ ମେସେଜ ଦେଖିବା ସମୟରେ ତାଙ୍କ ପତ୍ନୀ ଫୋନ ରେ ସେଲଫି ନେଉଥିଲେ ଆଊ ହଠାତ ତାଙ୍କ ଗୋଡ଼ ଖସି ଯାଇଥିଲା ଆଊ ସେ ଡ୍ୟାମ ପାଣିକୁ ଖସିପଡ଼ି ଥିଲେ ।

ସାଙ୍ଗେ ସାଙ୍ଗେ ଡକ୍ଟର ଉଦ୍ଧାର ଟିମ କୁ ଡ଼କାଇଥିଲେ ଏବଂ ଉଦ୍ଧାର ଟିମ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା କିନ୍ତୁ ତାଙ୍କ ପତ୍ନୀ ଙ୍କ କୌଣସି ସନ୍ଧାନ ମିଳିନଥିଲା । ତେଣୁ ଏଥିରୁ ଆପଣ ଜାଣିପାରୁଥିବେ ସେଲଫି ନେବା ଯେତିକି ଭଲ ଅସାବଧାନତା ଅବଲମ୍ବନ କରିବା ସେତିକି ଖରାପ ଅଟେ । ମାମୁଲି ସେଲଫି ପାଇଁ ଜୀବନ ଚାଲିଯାଉଛି । ସେଲଫି ନେବାକୁ କେହି ମନା କରୁନାହାନ୍ତି କିନ୍ତୁ ସେଲଫି ନେବା ସମୟରେ ସତର୍କତା ଅବଲମ୍ବନ ନିଶ୍ଚିନ୍ତ କରନ୍ତୁ । ଏବଂ ସାବଧାନ ରୁହନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।