ସେହୱାଗ କହିଛନ୍ତି, ଏହି ଖେଳାଳି କେବଳ ବଡ ବଡ କଥା କୁହେ, କିନ୍ତୁ ମଇଦାନରେ କିଛି କରିପାରେ ନାହିଁ

ବିରେନ୍ଦ୍ର ସେହୱାଗ ହେଉଛନ୍ତି ଜଣେ ଭାରତୀୟ କ୍ରିକେଟ ଖେଳାଳି । ତାଙ୍କର ଲୋକପ୍ରିୟତା ବହୁତ ଅଧିକ । ଲୋକମାନେ ତାଙ୍କୁ ସ୍ନେହରେ ‘ବୀରୁ’ ଡାକନ୍ତି । ଭାରତୀୟ କ୍ରିକେଟ ପ୍ରତି ତାଙ୍କର ବହୁତ ବଡ ଅବଦାନ ରହିଛି । ସେ ଜଣେ ଭଲ ବ୍ୟାଟ୍ସମ୍ୟାନ ଓ ଭଲ ବୋଲର ଅଟନ୍ତି । ସେ ଭାରତ ତରଫରୁ ପ୍ରଥମ ଏକଦିବସୀୟ ମ୍ୟାଚ ୧୯୯୯ ମସିହାରେ ଓ ପ୍ରଥମ ଟେଷ୍ଟ ମ୍ୟାଚ ୨୦୦୧ରେ ଖେଳିଥିଲେ ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ଟି-20 ମ୍ୟାଚରେ ଭାରତ ତରଫରୁ କେଏଲ ରାହୁଲଙ୍କୁ ୱିକେଟ କିପର ଓ ବ୍ୟାଟ୍ସମ୍ୟାନ ରୂପରେ ଭାରତୀୟ ଟିମରେ ସାମିଲ କରାଯାଇଥିଲା ।


ୱିକେଟ କିପର ରୂପରେ କେଏଲ ରାହୁଲ ଟିମ ପାଇଁ ବହୁତ ଭଲ ପଦର୍ଶନ କରିଥିଲେ । ପ୍ରଥମ ୱାନଡେ ମ୍ୟାଚରେ କେଏଲ ୮୮ ରନର ପାରି ଖେଳିଥିଲେ । ଭାରତକୁ ପ୍ରଥମ ୱାନଡେ ମ୍ୟାଚରେ ହାରର ସାମ୍ନା କରିବାକୁ ପଡିଥିଲା । ଟି-20 ମ୍ୟାଚରେ ଯେତେବେଳେ କେଏଲ ରାହୁଲ ଭଲ ପଦର୍ଶନ କରିଥିଲେ, ସେତେବେଳେ ବିରେନ୍ଦ୍ର ସେହୱାଗ କ୍ରିକବଜ ର ଏକ ଲାଇଭ ସୋ ରେ ଏହା ଉପରେ ବହୁତ କିଛି କହିଥିଲେ ।

କେଏଲ ରାହୁଲଙ୍କ ପଦର୍ଶନ ଦେଖି ସେହୱାଗ କହିଥିଲେ କି, କେଏଲ ରାହୁଲ ପିଚ ଓ ପରିସ୍ଥିତି ଅନୁସାରେ ବ୍ୟାଟିଙ୍ଗ କରୁଛନ୍ତି । କେଏଲ ରାହୁଲଙ୍କ ପ୍ରଶଂସା କରିବା ପରେ ସେହୱାଗ ଋଷଭ ପନ୍ତଙ୍କ ବିଷୟରେ କହିଥିଲେ । ସେହୱାଗ କହିଥିଲେ କି, ଋଷଭ କେବଳ କଥା କହୁଛନ୍ତି, ହେଲେ କାମରେ କିଛି କରୁ ନାହାନ୍ତି ।

ଋଷଭ କୁହନ୍ତି କି ସେ ପରିସ୍ଥିତି ଅନୁଯାୟୀ ବ୍ୟାଟିଙ୍ଗ କରନ୍ତି, ହେଲେ ସେହୱାଗ କହିଲେ କି ସେ କେବେ ବି ତାଙ୍କୁ ପରିସ୍ଥିତି ହିସାବରେ ବ୍ୟାଟିଙ୍ଗ କରିବାର ଦେଖିନାହାନ୍ତି । ଋଷଭ ପନ୍ତଙ୍କୁ କେଏଲ ରାହୁଲଙ୍କ ଠାରୁ କିଛି ଶିଖିବା ଉଚିତ ।