କେମିତି ବୁଡିଥିଲା ଟାଇଟାନିକ ଜାହାଜ ? କ୍ଯାପଟେନଙ୍କ ଏହି ଗୋଟିଏ ଭୁଲ ନେଇଗଲା 15 ଶହ ଯାତ୍ରୀଙ୍କ ଜୀବନ ? ଜାଣନ୍ତୁ ସେହି କାଳ ରାତିର କଳା କାହାଣୀ

ଟାଇଟାନିକ ଜାହାଜ ବୁଡିବା ଘଟଣାକୁ ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜିବି ଏହାକୁ ନେଇ ଚର୍ଚ୍ଚା ଚାଲେ । କେମିତି ବୁଢିଥିଲା ଟାଇଟାନିକ ଜାହାଜ ? କ୍ଯାପଟେନଙ୍କ ଭୁଲ ପାଇଁ ଚାଲିଗଲା କି ୧୫ଶହ ଯାତ୍ରୀଙ୍କ ଜୀବନ ଗଲା କି ? ଏହିପରି ଅନେକ କଳ୍ପନା ଜଳ୍ପନା ଆଜିବି ଲାଗି ରହିଛି । ୧୯୧୨ ମସିହାରେ ଦୁନିଆର ସବୁଠୁ ବଡ ତଥା ବିଳାସପୂର୍ଣ୍ଣ ପାଣିଜାହଜ ଥିଲା ଟାଇଟାନିକ । ଏହାର ଉଚ୍ଚତା ଅନେକ ବିଳାସପୂର୍ଣ୍ଣ କୋଠାରୁ ମଧ୍ୟ ଧିକ ଥିଲା ବୋଲି କୁହାଯାଏ ।

ଏହା ଭିତରେ ତିନୋଟି ବଡ ଫୁଟବଲ ପଡିଆ ମଧ୍ୟ ତିଆରି କରଟା ଯାଇଥିଲା । ଏହି ଜାହାଜକୁ ଏପରି ନିର୍ମାଣ କରା ଯାଇଥିଲା ଯେପରି ଏଥିରେ ଏକାସାଙ୍ଗରେ ୨୦୦୦ ଲୋକ ଅତି ସହଜରେ ଯାତ୍ରା କରିପାରିବେ । ତେବେ ଏଥିରୁ ଚିନ୍ତା କରନ୍ତୁ ଯେ ଜାହାଜଟି କେତେ ବିଶାଳାକାୟ ଥିଲା । କୁହାଯାଏ କି ଆଣ୍ଟାର୍କଟିକା ମହାସାଗରରେ ଟାଇଟାନିକ ଚାଲିବା ବେଳେ ଏକ ଛୋଟ ସହରର ଭ୍ରମ ସୃଷ୍ଟି କରେ ଏବଂ ଏହାର ହର୍ଣ୍ଣ ବାଜିଲେ ପାଖାପାଖି ୧୫କିମି ପର୍ଯ୍ୟନ୍ତ ଶୁଭାଯାଏ ।

ଜାହାଜ ନିର୍ମାଣ କରିବାର ଦାୟିତ୍ଵ ଏକ ବ୍ରିଟିଶ କମ୍ପାନୀ ନେଇଥିବା ବେଳେ ପ୍ରାୟ ୩୦୦୦ ଶ୍ରମିକ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିଲେ । ସେହି ସମୟରେ ୪୮ କୋଟି ଟଙ୍କା ବ୍ୟୟରେ ଟାଇଟାନିକକୁ ନିର୍ମାଣ କରା ଯାଇଥିଲା । ଏହାର ପରିବାହନ କ୍ଷମତା ୪୦୦୦୦ ଟନ୍ ଥିଲା ।

ତିନି ବର୍ଷ ନିର୍ମାଣ ପରେ ୧ ଏପ୍ରିଲ ୧୯୧୨ରେ ସମୁଦ୍ରକୁ ପ୍ରବେଶ କରିଥିଲା ଟାଇଟାନିକ ଓ ୨ ଏପ୍ରିଲରେ ଯାତ୍ରା ପାଇଁ ଏହାକୁ ଗ୍ରୀନ ସିଗନାଲ ମିଳିଥିଲା । ବିଶାଳ ଓ ବିଳାସପୂର୍ଣ୍ଣ ଲାଗି ଇତିହାସରେ ନିଜ ନାଁ ଲେଖି ସାରିଥିଲା ଟାଇଟାନିକ । ଜାହାଜରେ ଏ, ବି ଓ ସି କ୍ଳାସର କକ୍ଷ ଥିଲା । ସେହି ସମୟରେ ପ୍ରଥମ ଶ୍ରେଣୀରେ ଯାତ୍ରା ପାଇଁ ଜଣଙ୍କୁ ୨ ଲକ୍ଷ ୭୦ ହଜାର ଟଙ୍କା ଦେବାକୁ ପଡୁଥିଲା ।

ସେହିପରି ୨ୟ ଶ୍ରେଣୀରେ ଯାତ୍ରା ବାବଦକୁ ଲକ୍ଷେ ଟଙ୍କା ଏବଂ ୩ୟ ଶ୍ରେଣୀରେ ଯାତ୍ରା ପାଇଁ ୨୦୦୦/- ଟଙ୍କା ଭଡା ଥିଲା । ଟାଇଟାନିକରେ ସୁଇମିଂ ପୁଲ୍ ରେସ୍ତୋରାଁ, ଲାଇବ୍ରେରୀ ଠୁ ଆରମ୍ଭ କରି ଲିଫ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ଥିଲା । ଏହି ଜାହାଜ ଏତେ ବିଶାଳ ଥିଲା ଯେ ଦିନକୁ ପ୍ରାୟ ୮୨୫ ଟନ୍ କୋଇଲା ଦରକାର ହେଉଥିଲା ଏହା ଚାଲିବା ଲାଗି ।

ସୂଚନା ଅନୁଯାୟୀ ପାଗ ଭଲ ଥିବାରୁ ଯାହାକୁ ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ନେବା ପାଇଁ ଜଣେ ଅଫିସର କହିଥିଲେ । ଜାହାଜଟି ଇଂଲଣ୍ଡରୁ ଆମେରିକା ଯାତ୍ରା କରୁଥିଲା । ୧୪ ଏପ୍ରିଲ ୧୯୧୨ ରାତିରେ ସମୁଦ୍ର ବେଶ ଶାନ୍ତ ଥିଲା । ତେବେ ଅନ୍ଧାର ମଧ୍ୟରେ ଆଗକୁ ବେଶ ସଠିକ ଭାବେ ଦେଖିପାରୁ ନଥିଲେ କ୍ଯାପଟେନ । ଗୁରୁତ୍ବପୂର୍ଣ୍ଣ କଥା ହେଲା ବରଫ ଚଟାଣ ବିଷୟରେ ଜାହାଜ କ୍ଯାପଟେନଙ୍କୁ ୬ ଥର ସୂଚନା ଦେଇଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ଵର ସହ ନେଇ ନଥିଲେ ।

ଜାହାଜର ବେଗ ମଧ୍ୟ କମାଇ ନଥିଲେ । ତେବେ ରାତି ୧୧ଟା ୪୦ମି ସମୟରେ ସମୁଖରେ ବରଫ ଚଟାଣ ଥିବା ନେଇ ଜାଣିବା ବେଳକୁ କ୍ଯାପଟେନଙ୍କ ହାତରେ ଜାହାଜକୁ ମୋଡିବା ପାଇଁ ଆଉ ସମୟ ନଥିଲା । ବରଫ ସହ ଧକ୍କା ହୋଇ ଧୀରେ ଧୀରେ ବୁଡିବାକୁ ଲାଗିଥିଲା ବିଶ୍ଵର ସବୁଠୁ ବିଳାସପୂର୍ଣ୍ଣ ବିଶାଳ ଜାହାଜ ।

ଟାଇଟାନିକ ବୁଡିବା ବେଳେ ରକଟେ ମଧ୍ୟ ଛଡା ଯାଉଥିଲା ଯେପରି ଅନ୍ୟ ଜାହାଜ ମାନେ ଟାଇଟାନିକର ଲୋକଙ୍କୁ ବଞ୍ଚାଇ ପାରିବେ । କିନ୍ତୁ ଦେଖୁ ଦେଖୁ ରାତି ପ୍ରାୟ ୨ଟା ୨୦ମି ରେ ଜାହାଜଟି ମଝିରୁ ଭାଙ୍ଗି ଯାଇ ସଂପୂର୍ଣ୍ଣ ବୁଡି ଯାଇଥିଲା । ରାତିର ଅନ୍ଧାର ମଧ୍ୟରେ ୧୫ଶହ ଲୋକଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା । ଲାଇଫ ଜାକେଟ ଥିଲେ ମଧ୍ୟ ଅତ୍ୟଧିକ ଥଣ୍ଡା ହେତୁ ଅନେକ ଯାତ୍ରୀ ପ୍ରାଣ ହରାଇଥିଲେ ।

କେବେବି ବୁଡିବନି ବୋଲି କୁହା ଯାଉଥିବା ଜାହାଜଟି ନିଜର ପ୍ରଥମ ଯାତ୍ରାରେ ଏମିତି ବୁଡିଯିବ ବୋଲି କେହି କେବେ କଳ୍ପନା ମଧ୍ୟ କରି ନଥିଲେ । ଯାହାକୁ ନେଇ ଆଜିବି ଚର୍ଚ୍ଚା ଥମୁନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।