ପସନ୍ଦ କରନ୍ତୁ ନିଜ ଜନ୍ମ ବାର ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ୍ ଓ ଚମତ୍କାରୀ କଥା

ଜ୍ଯୋତିଷ ଶାସ୍ତ୍ରରେ ବ୍ୟକ୍ତିଙ୍କର ଜନ୍ମ ମାସ, ଜନ୍ମ ତାରିଖ ତଥା ଜନ୍ମ ବାରକୁ ଅତ୍ୟନ୍ତ ଗୁରୁତ୍ଵ ଦିଆ ଯାଇଥାଏ । କାରଣ ଏହିସବୁକୁ ଆଧାର କରି ବ୍ୟକ୍ତିଙ୍କ ଜନ୍ମ କୁଣ୍ଡଳୀ ପ୍ରସ୍ତୁତ କରାଯାଏ ଏବଂ ବ୍ୟକ୍ତିଙ୍କ ଜନ୍ମ ବାରରୁ ତାଙ୍କ ବିଷୟରେ ଅନେକ କିଛି ତଥ୍ୟ ଜାଣିବାକୁ ମିଳିଥାଏ । ଏଥିରୁ ବ୍ୟକ୍ତିଙ୍କ ଭବିଷ୍ୟତ ମଧ୍ୟ ଜାଣି ହୁଏ । ଏହାକୁ ଆଧାର କରି ଆଜି ଆମେ ଜାଣିବା କି କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ ଓ ଚରିତ୍ର କିପରି ହୋଇଥାଏ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ରବିବାର

ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ତେଜବାନ ହେବ ସହ ବୁଦ୍ଧିମନ୍ତ ମଧ୍ୟ ହୋଇଥାନ୍ତି । ଏମାନେ ଖୁବ ବିଚକ୍ଷଣ ହେବା ସହ ଧାର୍ମିକ ସ୍ଵଭାବର ମଧ୍ୟ ହୋଇଥାନ୍ତି । ଏହାହ ଏମାନେ ବହୁତ ଜିଦଖୋର ମଧ୍ୟ ହୋଇଥାନ୍ତି ଓ ସବୁ କଥାରେ ବହୁତ କଳ୍ପନା କେଇଥାନ୍ତି । ଏମାନେ ବହୁତ ଆଡମ୍ବରରେ ଜୀବନ ବିତାଇଥାନ୍ତି ।

ସୋମବାର

ଏହି ବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁଗୁଣ ବିଶିଷ୍ଟ ହେବା ସହ ଅତ୍ୟନ୍ତ ଧୈର୍ଯ୍ୟବାନ ଓ ବିଚାରଶୀଳ ମଧ୍ୟ ହୋଇଥାନ୍ତି । ଏମାନେ ନ୍ୟାୟ ପ୍ରେମୀ ହେବା ସହ ବୁଦ୍ଧି ଓ ବିଦ୍ୟାରେ ବିଚକ୍ଷଣ ହୋଇଥାନ୍ତି । ଏମାନେ ସହିଷ୍ଣୁ ହେବ ସହ କାହାର ଅନିଷ୍ଟ ଚିନ୍ତା କରନ୍ତି ନାହିଁ । ଏହି ବ୍ୟକ୍ତି ଧୀରସ୍ଥିର ସ୍ଵଭାବର ହେବା ଆହା ଭଲ ପ୍ରେମିକ ମଧ୍ୟ ହୋଇଥାନ୍ତି ।

ମଙ୍ଗଳବାର

ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅସ୍ଥିର ହୋଇଥିବା ହେତୁ ସବୁ କାର୍ଯ୍ୟ ଅଧା ରଖିଥାନ୍ତି । କିନ୍ତୁ ବିଳମ୍ବ ହେଲେ ବି ସବୁ କାର୍ଯ୍ୟ ପୂର୍ଣ୍ଣ କରିଥାନ୍ତି । ସେ ଶତ୍ରୁବାଦୀ ଓ ଅତ୍ୟନ୍ତ ଜିଦଖୋର ହୋଇଥାନ୍ତି । ଏମାନେ ଧର୍ମରେ ବିଶ୍ବାସ ରଖନ୍ତି କିନ୍ତୁ କାମାଭିଳାଷୀ ମଧ୍ୟ ହୋଇଥାନ୍ତି । ଏହାସହ ଟିକେ ଚଞ୍ଚଳମନା ମଧ୍ୟ ହୋଇଥାନ୍ତି ।

ବୁଧବାର

ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବୁଦ୍ଧି ବହୁତ ତୀକ୍ଷ୍ମ ହୋଇଥାଏ ଓ ଏମାନେ ବହୁତ କୌଶଳି ମଧ୍ୟ ହୋଇଥାନ୍ତି । ଏମାନେ ବିଚକ୍ଷଣ, ପଣ୍ଡିତ ଓ ପରହିତକାରୀ ମଧ୍ୟ ହୋଇଥାନ୍ତି । ଏମାନେ ଧର୍ମ କାର୍ଯ୍ୟରେ ଉଦଯୋଗୀ ହୋଇଥାନ୍ତି ଓ କୌଣସି ବ୍ୟୟଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ବି ସେ କେବେ ଧୈର୍ଯ୍ୟ ହରାନ୍ତି ନାହିଁ ।

ଗୁରୁବାର

ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ସବୁଠାରେ ମାନ ସମ୍ମାନ ପାଇଥାନ୍ତି । ସତକାର୍ଯ୍ୟରେ ପ୍ରବୀଣ ଏବଂ ଜ୍ଞାନ ଓ ବୁଦ୍ଧିରେ ଶ୍ରେଷ୍ଠ ହୋଇଥାନ୍ତି । ଏମାନେ ଗମ୍ଭୀର ସ୍ଵଭାବର ହୋଇଥାନ୍ତି ଓ ଶାନ୍ତ ମଧ୍ୟ ହୋଇଥାନ୍ତି । ଏମାନେ ବହୁଗୁଣରେ ଗୁଣବାନ ହେବା ସହ ଧାର୍ମିକ ଓ ସୁଖୀ ମଧ୍ୟ ହୋଇଥାନ୍ତି ।

ଶୁକ୍ରବାର

ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମଧ୍ୟ ବୁଦ୍ଧି ଓ ବିଦ୍ୟାରେ ବିଚକ୍ଷଣ ହୋଇଥାନ୍ତି । ଏମାନେ ଉଚ୍ଚ ଅଭିଳାଷୀ ହେବା ସହ କାମାତୁର ମଧ୍ୟ ହୋଇଥାନ୍ତି । ଏମାନେ କଳାପ୍ରିୟ, ପ୍ରେମିକ ଓ ଗୁଣବନ୍ତ ହୋଇଥାନ୍ତି । ସର୍ବ ବିଦ୍ୟାରେ ବିଚକ୍ଷଣ ହେବା ସହ ପରୋପକାରୀ ମଧ୍ୟ ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି ।

ଶନିବାର

ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅସ୍ଥିର ଓ କାମାଭିଳାଷୀ ହୋଇଥାନ୍ତି । ଏମାନେ ନିଜ ବୁଦ୍ଧିରେ କାମ କରିବାକୁ ଭଲ ପାଆନ୍ତି ଓ ଟିକେ ଜିଦଖୋର ମଧ୍ୟ ହୋଇଥାନ୍ତି । ଏମାନେ ସ୍ବଭାବରେ ଟିକେ କ୍ରୋଧୀ ଏବଂ ପରନିନ୍ଦକ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ଅର୍ଥଲୋଭୀ ହେବ ସହ ଚତୁର ମଧ୍ୟ ହୋଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।