ସେଦିନର ରାତି ସତେ ଯେମିତି କିଛି ଅଲଗା ଥିଲା । କଳା ଅନ୍ଧାର ରାତିକୁ ଆକାଶରେ ମେଘ ଢାଙ୍କି ହୋଇ ରହିଥାଏ ଓ ଏପଟେ ମହାବାହୁଙ୍କ ପହଡ ପଡିବା ସମୟ ହୋଇ ଯାଇଥାଏ । ସବୁଦିନ ଭଳି ସେଦିନ ମଧ୍ୟ ସମସ୍ତ ସେବାୟତ ପହଡ ପକାଇ ଗୁମୂତ ଗୃହରୁ ବାହାରି ଯାଇଥିଲେ । ହେଲେ ଜଣେ ବୃଦ୍ଧ ସେବାୟତ ଶ୍ରୀମନ୍ଦିର ଭିତରେ ଏକା ରହିଗଲେ । ଥକ୍କା ଲାଗିବାରୁ ମନ୍ଦିରର ଗୋଟିଏ କୋଣରେ ଟିକେ ଆଖି ଲାଗି ଯାଇଥିଲା । ହେଲେ ଆଖି ଖୋଲିବା ବେଳକୁ ଚକାଆଖି ଛଡା ସେଠାରେ ଆଉ କେହି ନଥିଲେ ।
ସେବାୟତମାନେ ମନ୍ଦିର ଦ୍ଵାର ବନ୍ଦ କରି ନିଜ ନିଜ ଘରକୁ ଚାଲି ଯାଇଥିଲେ । ଏତିକି ବେଳେ ବୃଦ୍ଧ ସେବାୟତଙ୍କ ଆଖି ଯେତେବେଳେ ରତ୍ନ ସିଂହାସନ ଉପରେ ପଡିଲା ସେ ଦୃଶ୍ୟ ଦେଖି ତାଙ୍କ ଛାତି ଶିହରି ଉଠିଥିଲା । କାରଣ ସ୍ଵୟଂ ପରାତ୍ମା ଲକ୍ଷ୍ମୀ ନାରାୟଣ ଆବିର୍ଭାବ ହୋଇଥିଲେ । ବୃଦ୍ଧଜଣକ ଆଁ କରି ଅବାକ ହୋଇ ତାଙ୍କୁ ଅନେଇ ରହିଥିଲେ ଓ ଆଖିରୁ ଝରି ପଡୁଥିଲା ଲୁହ । କିଛି ସମୟ ପରେ ବୃଦ୍ଧ ହାତଯୋଡି କହିଥିଲେ, ହେ ପ୍ରଭୁ ହଜାର ହଜାର ତପସ୍ୟା ପରେ ବି ଆପଣଙ୍କ ଦର୍ଶନ ମିଳେନି ହେଲେ ମୋ ଭଳି ହତଭାଗାକୁ ଦର୍ଶନ ଦେଉଛ ।
ମୁଁ ଧନ୍ୟ ହୋଇଗଲି ପ୍ରଭୁ । ଏତିକି କହି ସେବାୟତ ପଛେଇ ପଛେଇ ଯାଉଥିଲେ ହେଲେ ଏତିକି ବେଳେ ଯାହା ଘଟିଗଲା ଶୁଣିଲେ ଲୋମ ଟାଙ୍କୁରି ଉଠିବ । ହଠାତ ଶୂନ୍ୟବାଣୀ କରି ଚକାଆଖି ସେବାୟତଙ୍କୁ ନିର୍ଦ୍ଦେଶ ଦେଲେ, ଆଜି ମନ୍ଦିର ଭିତରେ ତୁମେ ଯାହା ଦେଖିଲ ସବୁ ଗୋପନ ରଖିବ । ନଚେତ ତୁମ ପ୍ରାଣ ଚାଲିଯିବ । ବୃଦ୍ଧ ମଧ୍ୟ କଥା ଦେଲେ ହଁ ପ୍ରଭୁ ଏକଥା ଗୋପନ ରହିବ । ରତ୍ନ ସିଂହାସନରେ ବିରାଜିତ ଥାଆନ୍ତି ଲକ୍ଷ୍ମୀ ନାରାୟଣ ଓ ବୃଦ୍ଧ ସେମିତି ହାତଯୋଡି ଠିଆ ହୋଇଥାନ୍ତି ।
ଏତିକିରେ ଦେଖୁ ଦେଖୁ ରାତି ପାହିଗଲା । ଏତିକି ବେଳେ ଅନ୍ୟ ସେବାୟତମାନେ ମନ୍ଦିର ଖୋଲିଥିଲେ ଓ ଭକ୍ତମାନେ ମଧ୍ୟ ସକାଳ ଆଳତି ପାଇଁ ଭିଡ ଜମାଇଥିଲେ । ଏହାରି ଭିତରେ ଲକ୍ଷ୍ମୀ ନାରାୟଣ ଉଭାନ ହୋଇଗଲେ, କିନ୍ତୁ ଅନ୍ୟ ସେବାୟତମାନେ ବୃଦ୍ଧ ସେବାୟତଙ୍କୁ ମନ୍ଦିର ଭିତରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ରାତିରେ କଣ ହୋଇଥିଲା ଓ ତୁମେ କେମିତି ଭିତରେ ରହିଗଲ ସେମାନେ ଯେତେ ତାଙ୍କୁ ପଚାରିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନଥିଲେ । ତାଙ୍କ ଆଖିରେ ଖାଲି ଲୁହ ଥିଲା ।
ସେ ବଡଦାଣ୍ଡ ଯାଏଁ ଆସୁ ଆସୁ ଶେଷରେ ଭାବିଥିଲେ କି, ପ୍ରଭୁଙ୍କ ଦର୍ଶନ ମିଳିଗଲା ଓ କେଇଟା ଦିନର ଜୀବନ ପ୍ରତି ମୋର ଆଉ ଲୋଭ ନାହିଁ । ଏହାପରେ ଅନର୍ଗଳ ଭାବେ କହି ଦେଇଥିଲେ ଗତ ରାତିର ସବୁ ଘଟଣା । ପାଟିରୁ କଥା ସରୁ ସରୁ ନୀଳଚକ୍ରକୁ ଦେଖି ଦେଖି ବୃଦ୍ଧଜଣକ ଟଳି ପଡିଲେ । ଆଉ ଆଜି ବି ସେହି ବୃଦ୍ଧଙ୍କ ପ୍ରତିମୂର୍ତ୍ତି ତାଙ୍କ ସାହିରେ ରଖାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।