ବରଫ ନା ପଥର ବର୍ଷା ! ଦେଖୁ ଦେଖୁ ଘର ଛାତ ଚାଲୁଣି ଭଳି ହେଇଗଲା, ଆକାଶରୁ ପଡିଲା 1 କିଲୋ ଓଜନ ର ବଡ ବଡ କୁଆପଥର… ଦେଖନ୍ତୁ video

ଦେଖୁ ଦେଖୁ ମାଡି ଆସିଲା ଝଡବର୍ଷା ଆଉ ଉଜାଡିଆ ଦେଲା ଜୀବନ । ଖାଲି ପବନ ଓ ବର୍ଷା ନୁହେଁ ବରଂ ଏହା ସାଙ୍ଗକୁ ଏମିତି କୁଆପଥର ବର୍ଷା ହେଲା ଯେ ସମସ୍ତଙ୍କୁ ସର୍ବଶ୍ରାନ୍ତ କରିଦେଲା । ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ନ ଦେଖିଲେ ଆପଣଙ୍କ ଆଖିକୁ ବିଶ୍ବାସ ହେବ ନାହିଁ । ଏତେ ବଡ ବଡ କୁଆପଥର ବର୍ଷା ହୁଏତ ଆପଣ କେବେ ଦେଖି ନଥିବେ । ଝଡବର୍ଷା ପରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଛି ।

କାରଣ ଆଜବେଷ୍ଟ ଘର ଗୁଡିକ କୁଆପଥର ମାଡରେ ଏକଦମ ଚାଲୁଣି ଭଳି ହୋଇଯାଇଛି । ଘର ତ ଘର ଫସଲ ମଧ୍ୟ ନଷ୍ଟ କରି ଦେଇଛି କୁଆପଥର ବର୍ଷା । ଏତେ ବଡ ବଡ କୁଆପଥର ବର୍ଷାରେ ଯଦି ଗୋଟିଏ ପଥର କାହା ମୁଣ୍ଡରେ ବାଜିବ ତେବେ ଅବସ୍ଥା ଖରାପ ହୋଇଯିବ । ଝଡବର୍ଷା ହେଲେ ନିଜ ଘରେ ଲୋକ ଆଶ୍ରୟ ନିଅନ୍ତି । ହେଲେ ଏଠି ଘରର ଅବସ୍ଥା ଯାହା ହୋଇଛି ଦେଖିଲେ ଆପଣ ବି ଭବିବେ ଏବେ ଏହି ଗରିବ ଲୋକମାନେ କଣ କରିବେ ।

କେବଳ କାନ୍ଦିବା ଛଡା ଆଉ କାହା ପାଖେ କୌଣସି ଚାରା ନାହିଁ । ସରକାରଙ୍କ ଠାରୁ କ୍ଷତିପୂରଣ ଓ ସାହାଯ୍ୟ ଆଶାରେ ଅନେଇ ବସିଛନ୍ତି ଅଞ୍ଚଳବାସୀ । ଗତକାଲି ସାଲେପୁରରେ କୁଆପଥର ସହ ଏଭଳି ବର୍ଷା ସମସ୍ତଙ୍କୁ ଭୟଭୀତ କରିଦେଇଛି । ଲୋକଙ୍କ ଘର ଆଜବେଷ୍ଟ ଫାଟି କଣା ହେବା ସହ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି ।

ଗରିବ ଚାଷୀମାନେ ଫୁଲକୋବି, ବନ୍ଧାକୋବି, ବିଲାତି ଆଦି ଚାଷ କରିଥିଲେ ସେଥିରୁ ଦୁଇ ପଇସା ମିଳିଏଲ ଘର ଚଳିବ ବୋଲି । ହେଲେ କୁଆପଥର ବର୍ଷା ସେମାନଙ୍କ ସବୁ ପରିଶ୍ରମ ଓ ଆଶା ଆକାଂକ୍ଷାକୁ ଧୂଳିସାତ କରିଦେଇଛି । ଲୋକଙ୍କ କହିବା ଅନୁଯାୟୀ ପ୍ରାୟ କିଲୋ ଦେଢ କିଲୋ ଓଜନର କୁଆପଥର ଅନେକ ସମୟ ଧରି ବର୍ଷା ହୋଇଥିଲା । ତେବେ ପ୍ରଶାସନ ଏହି ସମସ୍ତ ଅଞ୍ଚଳ ପରିଦର୍ଶନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ।

ସ୍ଥାନୀୟ ଅଞ୍ଚଳର ପ୍ରାୟ 18ଟି ପଞ୍ଚାୟତରେ ଥିବା ଘରଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାୟ 37ଟି ପଞ୍ଚାୟତରେ ଫସଲ କ୍ଷୟକ୍ଷତି ହୋଇଛି । ତେଣୁ ସେହି ସବୁ ପଞ୍ଚାୟତରେ ଥିବା ପରିବାର ଗୁଡିକୁ ଖୁବ ଶୀଘ୍ର କ୍ଷତିପୂରଣ ଦେବାକୁ ସେମାନେ ସରକାରଙ୍କୁ ଦରଖାସ୍ତ ଦେବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।