“ସେ ଖୁଲମଖୁଲା ବୁଲୁଛି ଆଉ ମୁଁ କୋର୍ଟ ପୋଲିସ ଚକ୍କର କାଟୁଛି, ମୋ କଥା ବିଧାନସଭାରେ ଉଠାଅ”, ଆଇନ ବ୍ୟବସ୍ଥା ଉପରେ ଭଡକିଲେ ବିଧାୟକ Vijay Shankar Das ଙ୍କ ବାନ୍ଧବୀ, ଦେଖନ୍ତୁ video

ପୁଣି ଥରେ ସାମ୍ନାକୁ ଆସିଛନ୍ତି ତିର୍ତ୍ତୋଳ ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ । ଗତ 9 ମାସ ତଳେ ପ୍ରଥମ ଥର ପାଇଁ ସେ ବିଜୟଶଙ୍କରଙ୍କ ନାଁରେ ଅଭିଯୋଗ ଆଣିଥିଲେ । ବିଜୟଶଙ୍କର ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶା-ରୀ-ରି-କ ସମ୍ପର୍କ ରଖିବା ସତ୍ତ୍ୱେ ତାଙ୍କୁ ବିବାହ କରିବାକୁ ରାଜି ହେଉ ନଥିବା କହିଥିଲେ ସୋମାଲିକା । ବିଜୟଶଙ୍କର ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥିବା କଥା ମଧ୍ୟ ସେ କହିଥିଲେ । ଏହାସହ ରାଜନୀତିରେ ମଧ୍ୟ ବିଜୟଶଙ୍କର କିଛି ଅନୈତିକ କାର୍ଯ୍ୟ କରୁଥିବା କଥା ସେ ଖୁଲାସା କରିଥିଲେ ।

ସୋମାଲିକାଙ୍କ ଅଭିଯୋଗ ସତ୍ତ୍ୱେ ବିଜୟଶଙ୍କରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଦୀର୍ଘ 9 ମାସ ବିତିବା ପରେ ଗତ 20 ଦିନ ତଳେ ଯାଇ ବିଜୟଶଙ୍କରଙ୍କ ନାଁରେ ମାମଲା ରୁଜୁ ହୋଇଛି । ହେଲେ ମାମଲା ରୁଜୁ କରା ଯାଇଥିଲେ ସୁଦ୍ଧା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସୋମାଲିକା ଇତି ମଧ୍ୟରେ କୋର୍ଟ କଚେରୀ ଓ ଥାନା ଦୌଡି ଦୌଡି ହାଲିଆ ହୋଇଗଲେଣି । ତେବେ ଶେଷରେ ବାଧ୍ୟ ହୋଇ ନ୍ୟାୟ ପାଇଁ ବିରୋଧୀ ଦଳ ନେତାଙ୍କ ସାହାଯ୍ୟ ଲୋଡିଛନ୍ତି ସୋମାଲିକା ।

ଆଜି ସେ ଜଣେ ବିରୋଧୀ ଦଳର ନେତାଙ୍କୁ ଭେଟିବାକୁ ଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ନେତାଙ୍କୁ ଭେଟିବା ପରେ ସେ ନିଶ୍ଚୟ ତାଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିବେ ବୋଲି ସୋମାଲିକା କହିଛନ୍ତି । ସୋମାଲିକାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପାଖରେ ବିଧାୟକ ବିଜୟଶଙ୍କର ବିରୋଧରେ ସମସ୍ତ ପ୍ରକାରର ପ୍ରମାଣ ରହିଛି ।

ହେଲେ ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଜୟଶଙ୍କର ରୁଲିଂ ପାର୍ଟିର ସଦସ୍ୟ ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ । ଆଉ ସୋମାଲିକାଙ୍କୁ ପୋଲିସ ଆଉ କୋର୍ଟ ଚକ୍କର କାଟିବାକୁ ପଡୁଛି । ସେ ଦେଇଥିବା ଏତଲା ପଞ୍ଜୀକୃତ କରିବା ପାଇଁ କେବଳ 9 ମାସ ସମୟ ଲଗେଇ ଦେଲେ । ଆଉ ଏବେ ଏତଲା ରୁଜୁ ହେବା ପରେ ବି ଖୁଲମଖୁଲା ବୁଲୁଛନ୍ତି ବିଜୟଶଙ୍କର । ସେଥିପାଇଁ ସୋମାଲିକା ଶେଷରେ ବାଧ୍ୟ ହୋଇ ବିରୋଧୀ ଦଳର ନେତାଙ୍କୁ ଭେଟି ନିଜ ସମସ୍ଯା ଜଣାଇବା ସହ ସାହାଯ୍ୟ ଭିକ୍ଷା କରିଛନ୍ତି ।

ସୋମାଲିକାଙ୍କ କଥା ବିଧାନସଭାରେ ଉଠା ଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଆଉ ସୋମାଲିକାଙ୍କ ବିଶ୍ବାସ ଯେ ବିରୋଧୀ ଦଳର ନେତାଜଣକ ତାଙ୍କୁ ନିଶ୍ଚିତ ଭାବେ ସାହାଯ୍ୟ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।