“ସେ ଏତେ ବେହିଆଣି, ଯଦି ଚାରି ଚାରିଜଣଙ୍କୁ ପୋଷି ପାରିବୁ ତା’ହେଲେ ଛୋଟ ଛୋଟ ଡ୍ରେସ ପିନ୍ଧି ହଲେଇ…” Prakruti ଙ୍କୁ ଏମିତି କହିଲେ ଯାତ୍ରା ଅଭିନେତ୍ରୀ Ragini

ବାବୁଶାନ ଓ ପ୍ରକୃତିଙ୍କ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ବାବୁଶାନଙ୍କ ପତ୍ନୀ ତୃପ୍ତି ଉଭୟଙ୍କ ଅନୈତିକ ପ୍ରେମ ସମ୍ପର୍କ ପଦାକୁ ଆଣିବା ପରେ ସାରା ରାଜ୍ୟରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ କଳା ଜଗତରେ ଅନେକ କଳାକାରମାନେ ନିଜ ମନ୍ତବ୍ୟ ଦେଉଛନ୍ତି । ତେବେ ଯାତ୍ରା ଅଭିନେତ୍ରୀ ରାଗିଣୀ ମଧ୍ୟ ଏନେଇ ନିଜ ମତାମତ ଦେଇଛନ୍ତି । ରାଗିଣୀ କହିଛନ୍ତି କି, “ସୋସିଆଲ ମିଡିଆରେ ବାବୁଶାନ ସାର୍ ଓ ପ୍ରକୃତି ମିଶ୍ରଙ୍କର ଯାହାବି ସବୁ ଭାଇରାଲ ହେଉଛି ଆମକୁ ବହୁତ ଖରାପ ଲାଗୁଛି ।

କାରଣ ଆମେ ବାବୁଶାନଙ୍କର ଭଲ ଫ୍ୟାନ ତେଣୁ ଏସବୁ ଦେଖି ଆମକୁ ଖରାପ ଲାଗୁଛି । ଆମେ ବି କଳାକାର, ଆଉ କଳାକାରଙ୍କ ଏଭଳି ଘଟଣା ନିଶ୍ଚୟ ଅନ୍ୟ କଳାକାରଙ୍କୁ ବାଧିବ । ଯାହାବି ତାଙ୍କର ପାରିବାରିକ ସମସ୍ଯା ହେଲା ତାକୁ ନେଇ ଏଭକି ବିଚ୍ ରାସ୍ତା ଉପରେ ଝଗଡା ଓ ମାଡଗୋଳ ବହୁତ କଷ୍ଟ ଦେଉଛି । ଆଉ ଏତେ ସବୁ ଘଟିଗଲା ପରେ ବି ସେ ପ୍ରକୃତି ମିଶ୍ର ଏତେ ବେହିଆଣି ତାଙ୍କୁ ସରମ ଲାଜ କିଛି ନାହିଁ ।

ସେ ନିଜେ ପୁଣି ସୋସିଆଲ ମିଡିଆରେ ଭାଇରାଲ କରୁଛି ମୁଁ ଏମିତି ସେମିତି ମୁଁ ଚାରି ଚାରିଜଣଙ୍କୁ ପୋଷିବି । ଯଦି ଚାରି ଚାରିଜଣଙ୍କୁ ପୋଷିବୁ ତା’ହେଲେ ଛୋଟିଆ ଛୋଟିଆ ଡ୍ରେସ ପିନ୍ଧି କାଇଁ ହଲେଇ ହଉଛୁ । ଜଣଙ୍କର ଫ୍ୟାମିଲି ଅଛି ଛୁଆ ଅଛି ତାଙ୍କ ସଂସାର ଭାଙ୍ଗିବା କଣ ଦରକାର । ଆମେ ବି ବିବାହିତା ନାରୀ ଆମେ ବି ଛୋଟ ଛୋଟ ଡ୍ରେସ ପିନ୍ଧି ନାଚୁଛୁ । କିନ୍ତୁ ଆମେ ନିଜ ଇଜ୍ଜତକୁ ବଦନାମ କରୁନୁ ।

ତୁମର ବାପା ମା ଓ ତାଙ୍କ ମା ତୁମମାନଙ୍କୁ ବୁଝେଇବା ପରେ ତୁମେ କଣ ପାଇଁ ଶୁଣୁନୁ । ତାଙ୍କ ଜୀବନରୁ କଣ ପାଇଁ ଯାଉନ ? କଣ ପାଇଁ ପର ସଂସାର ଭାଙ୍ଗୁଛ ? ଏଇଟା ଠିକ ନୁହେଁ । ସେଥିପାଇଁ ଆମେ ହାତଯୋଡି କହୁଛୁ ଆପଣମାନେ ଯାହାବି କରୁଛନ୍ତି ଆଉ ଦୟାକରି କିଛି କରନ୍ତୁନି । ପର ସଂସାର ଭାଙ୍ଗନ୍ତୁନି କି ଚାହାଁନ୍ତୁନି ସ୍ଵାମୀ ସ୍ତ୍ରୀ ଦୂରେଇ ଯାଆନ୍ତୁ ଓ ପିଲାମାନେ ଅନାଥ ହୋଇଯାନ୍ତୁ । ତୃପ୍ତି ଯାହାବି କରିଛନ୍ତି ବହୁତ ଭଲ ହୋଇଛି, ପ୍ରକୃତିଙ୍କୁ ଝାଡୁ ଦରକାର ଥିଲା ।

ନହେଲେ ବିଚ୍ ରାସ୍ତାରେ ଚପଳରେ ସେକିବାର ଥିଲା । ଆଉ ତାଙ୍କ ବାପାମା’ଙ୍କର ବି ଟିକେ ଲଜ୍ଜା ନାହିଁ ଆହୁରି ଯାଉଛନ୍ତି ଏଫଆଇଆର ଦେବାକୁ । ଏଗୁଡା ଭୁଲ, ତୁମେ ଆଗେ ନିଜ ପିଲାକୁ ଠିକ କର ତା’ପରେ ଆଉ ଜଣଙ୍କୁ ଦୋଷ ଦେବ । ” ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।