ଧର୍ମଯୁଦ୍ଧରେ ଏକା ଲଢିବେ Trupti, ନିଜ ପାଖକୁ ପୁଣି ଥରେ ସ୍ଵାମୀ Babushan ଙ୍କୁ ଫେରେଇ ଆଣିବାରେ ସଫଳ ହେବେ ତ ?

କଥାରେ ଅଛି, ଧର୍ମ ହଇରାଣ ହୋଇପାରେ ହେଲେ କେବେ ହାରିଯାଏ ନାହିଁ । ସେହିପରି ବାବୁଶାନଙ୍କ ପତ୍ନୀ ତୃପ୍ତି ଧର୍ମରେ ଅଛନ୍ତି । ନିଜ ସ୍ଵାମୀଙ୍କୁ ପାଇବା ପାଇଁ ସେ କିଛିବି କରିବେ । ପ୍ରକୃତି ବାବୁଶାନଙ୍କୁ ନେଇ ଯେଉଁ ଭଳି କଥାବାର୍ତ୍ତା କରୁଛନ୍ତି ଓ କେତେ ଚାପ ପ୍ରୟୋଗ କରି ରଖୁଛନ୍ତି ତାହା ତାଙ୍କ ହାବଭାବରୁ ଜଣାପଡୁଛି । କିନ୍ତୁ ବାବୁଶାନଙ୍କ ପତ୍ନୀ ତୃପ୍ତି ଅଧର୍ମରେ ନାହାନ୍ତି ବରଂ ସେ ଧର୍ମଯୁଦ୍ଧରେ ଅଛନ୍ତି । ଆଉ ଏଥିରେ ତାଙ୍କର ସାରଥି ହୋଇଛନ୍ତି ଶାଶୁ ଅପରାଜିତା, ସେ ବୋହୂ ତୃପ୍ତିକୁ ହରିବାକୁ ଦେବେନି ।

ନିଜ ପ୍ରେମ ଉପରେ ବିଶ୍ବାସ ହିଁ ତୃପ୍ତିଙ୍କର ସବୁଠୁ ବଡ ବଳ । ଅଷ୍ଟମ ଶ୍ରେଣୀରୁ ଭଲ ପାଇଥିବା ବାବୁଶାନଙ୍କୁ ସେ ଏତେ ସହଜରେ ଛାଡିଦେବେ ନାହିଁ । କାରଣ ସେ ତାଙ୍କର ପ୍ରକୃତ ପ୍ରେମ । ସ୍ବାମୀ ବାଟ ବାଉଳା ହେଲେ ସ୍ତ୍ରୀର କର୍ତ୍ତବ୍ୟ ହେଉଛି ତାକୁ ବାଟକୁ ଆଣିବା । ଏହି ଧର୍ମଯୁଦ୍ଧରେ ପ୍ରକୃତି ସିନା ବାବୁଶାନଙ୍କୁ ନିଜ କବଳରେ ରଖିଛନ୍ତି କିନ୍ତୁ ତୃପ୍ତି ସମସ୍ତଙ୍କର ସମର୍ଥନ ପାଇଛନ୍ତି । ଏହି ଧର୍ମଯୁଦ୍ଧରେ ତୃପ୍ତି ନିଶ୍ଚିତ ଭାବେ ଜୟଲାଭ କରିବେ ବୋଲି ଓଡିଶାବାସୀଙ୍କ ଆଶା ଓ ବିଶ୍ବାସ ।

ପାପ ଅଧିକରୁ ଅଧିକ ବଢିଲେ ତାହା ଏକାସାଙ୍ଗେ ମୂଳପୋଛ ମଧ୍ୟ ନୁହେଁ । ସମସ୍ତେ ଜାଣିଛନ୍ତି କିଏ ଧର୍ମରେ ଅଛି ଓ କିଏ ଅଧର୍ମରେ ଅଛି । ଓଡିଶାବାସୀ ତୃପ୍ତିଙ୍କର ବଳ ସାଜିଛନ୍ତି । ତେଣୁ ତୃପ୍ତି ବିଶ୍ବାସ ରଖିବା ଦରକାର ଯେ ସେ ତାଙ୍କ ସିନ୍ଦୂର ଓ ବାବୁଶାନଙ୍କୁ ନିଶ୍ଚିତ ଭାବେ ଫେରି ପାଇବେ ।

ହେଲେ ବାବୁଶାନ ସମୟ ଥାଉ ଥାଉ ନିଜ ଭୁଲଟିକୁ ଯେ ବୁଝିପାରିବେ ଏହା ହିଁ ସମସ୍ତେ ଆଶା କରୁଛନ୍ତି । ବାବୁଶାନଙ୍କ ମାଆ ଅପରାଜିତା ମହାନ୍ତି ମଧ୍ୟ ଗଣମାଧ୍ୟମ ଜରିଆରେ ପୁଅ ବାବୁଶାନଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ବୋହୂ ଓ ପୁଅ ପାଖକୁ ଫେରି ଆସିବା ପାଇଁ । ପୁଅକୁ ଫେରିବା ପାଇଁ କହିବା ବେଳେ ତାଙ୍କ ଆଖିରେ ଲୁହ ଆସିଯାଇଛି । ସେହିଭଳି ତାଙ୍କ ବାପା ଉତ୍ତମ ମହାନ୍ତି ମଧ୍ୟ ପୁଅକୁ ଝୁରି ହେଉଛନ୍ତି ।

ଓଲିଉଡର ଦୁଇ ବରିଷ୍ଠ କଳାକାରଙ୍କୁ ଏଭଳି ଅପଦସ୍ତ ହେଉଥିବା ଦେଖି ସମସ୍ତଙ୍କ ହୃଦୟ ଫାଟିପଡୁଛି । ତେଣୁ ବାବୁଶାନ ଆଉ ଡେରି ନକରି ନିଜ ଭୁଲକୁ ସୁଧାରି ନିଅନ୍ତୁ ବୋଲି ସମସ୍ତଙ୍କର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।