ପ୍ରେମ ତ ପ୍ରତ୍ଯେକ ମଣିଷ କରନ୍ତି, କିନ୍ତୁ ପ୍ରେମ ପ୍ରତି ବିଶ୍ଵସ୍ତ ରହି ତାକୁ ଜୀବନର ଶେଷ ପର୍ଯ୍ୟନ୍ତ ସମସ୍ତେ ଧରି ରଖି ପାରନ୍ତି ନାହିଁ । ଏହାର ଅନେକ ଉଦାହରଣ ଆମକୁ ଦୈନନ୍ଦିନ ଜୀବନରେ ଦେଖିବାକୁ ବା ଶୁଣିବାକୁ ମିଳେ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାଇ ଥାନା ଅନ୍ତର୍ଗତ ଏକ ଗାଁରେ । ପ୍ରେମିକ ବାହା ହେବେ କହି ଠକିବା ପରେ ଯୁବତୀ ଜଣକ ଆଇନର ଦ୍ଵାରସ୍ଥ ହୋଇଛନ୍ତି । ଉକ୍ତ ଯୁବତୀଙ୍କ ନାମ ହେଉଛି ମିଲି ଏବଂ ତାଙ୍କ ପ୍ରେମିକଙ୍କ ନାମ ହେଉଛି ରଞ୍ଜନ ଆଚାର୍ଯ୍ୟ ।

ଯୁବତୀଙ୍କ ଅଭିଯୋଗ ମୁତାବକ ଗତ ବର୍ଷେ ହେବ ସେ ଏବଂ ତାଙ୍କ ପ୍ରେମିକ ରଞ୍ଜନ ପ୍ରେମ ସମ୍ପର୍କରେ ରହି ଆସୁଛନ୍ତି । ମିଲିଙ୍କର ଜ୍ଯୋତି ବୋଲି ଜଣେ ସାଙ୍ଗ ଅଛନ୍ତି ଯିଏ କି ରଞ୍ଜନଙ୍କର ମଧ୍ୟ ସାଙ୍ଗ ଅଟନ୍ତି । ଜ୍ଯୋତିଙ୍କ ମାଧ୍ୟମରେ ରଞ୍ଜନ ମିଲିଙ୍କୁ ଜାଣିବାକୁ ପାଇଥିଲେ । ମିଲି ଟିକଟିକରେ ଭିଡିଓ ବନାଉଥିଲେ ଓ ସେହିସବୁ ରଞ୍ଜନ ପସନ୍ଦ କରୁଥିଲେ । ଏହିଭଳି ଦିନେ ରଞ୍ଜନ ମିଲିଙ୍କୁ ପସନ୍ଦ କରନ୍ତି ବୋଲି କହି ତାଙ୍କୁ ପ୍ରେମ ନିବେଦନ କରିଥିଲେ ।
ମିଲି ପ୍ରଥମେ କିଛି ସମୟ ମାଗିଥିଲେ ଏବଂ ପରେ ରଞ୍ଜନଙ୍କ ପ୍ରେମ ନିବେଦନକୁ ସ୍ଵୀକାର କରିଥିଲେ । ଏହାପରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ଏପରିକି ଶାରୀରିକ ସମ୍ପର୍କ ରଖିବା ପାଇଁ ରଞ୍ଜନ ମିଲିଙ୍କୁ କହିଥିଲେ । ମିଲି ପ୍ରଥମେ ଟିକେ ରାଜି ହୋଇ ନଥିଲେ ମଧ୍ୟ ଯେହେତୁ ରଞ୍ଜନଙ୍କୁ ଭଲ ପାଆନ୍ତି ସେଥିପାଇଁ ରାଜି ହୋଇ ଯାଇଥିଲେ । ଏହାପରେ ସେମାନେ ବିଭିନ୍ନ ହୋଟେଲ ଯାଉଥିଲେ ଓ କପଲ୍ ଯେପରି ଚଳନ୍ତି ସେହିଭଳି ଚଳି ଆସୁଥିଲେ ।
ପ୍ରେମ ସହ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା । ରଞ୍ଜନ ମିଲିଙ୍କୁ ବାହା ହେବେ ମଧ୍ୟ କଥା ଦେଇଥିଲେ । କିନ୍ତୁ ଦିନ ପରେ ଦିନ ଗଡାଇ ଚାଲିଥିଲେ । ଘର ବନାଇବେ ତା’ପରେ ବାହା ହେବେ ଏହିଭଳି ବିଭିନ୍ନ ଆଳ ଦେଖାଉଥିଲେ । କିନ୍ତୁ ମିଲି ଯେତେବେଳେ ତାଙ୍କୁ ଅଧିକ ଚାପ ପକାଇବାକୁ ଲାଗିଲେ ରଞ୍ଜନ କହିଥିଲେ କି ମିଲିଙ୍କୁ ବାହା ହେବା ପାଇଁ ସେ ୫ଲକ୍ଷ ଟଙ୍କା ଡିମାଣ୍ଡ ନେବେ ।

ଆଉ ଏହାପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏତେ ଟଙ୍କା ମିଲିଙ୍କ ପକ୍ଷେ ଦେବା ସମ୍ଭବ ନୁହେଁ ବୋଲି ସେ କହିଥିଲେ । କିନ୍ତୁ ରଞ୍ଜନ ରାଜି ନହେବାରୁ ମହିଳା କମିଶନର ଦ୍ଵାରସ୍ଥ ହୋଇଥିଲେ ମିଲି । ଆଉ ଏବେ ସେ ତାଙ୍କ ସହ ହୋଇଥିବା ଧୋକା ପାଇଁ ନ୍ୟାୟ ପାଇବାକୁ ଅଣ୍ଟା ଭିଡିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।