ସାବିତ୍ରୀ ବ୍ରତ ପୂଜା କରିବାର ଶୁଭ ସମୟ, ଭୁଲରେ ବି କରନ୍ତୁନି ଏହି ଭୁଲ୍, ସ୍ଵାମୀଙ୍କ ଉପରେ ପଡିଥାଏ ଖରାପ ପ୍ରଭାବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାବିତ୍ରୀ ବ୍ରତ ହେଉଛି ପ୍ରତ୍ଯେକଟି ସୁହାଗିନୀ ମହିଳା ପାଇଁ ବହୁତ ବଡ ପର୍ବ । ଯାହାକୁ କି ପ୍ରତ୍ଯେକ ସଧବା ନାରୀ ନିଷ୍ଠାର ସହ ପାଳନ କରିଥାନ୍ତି । ଶାସ୍ତ୍ରର ମାନ୍ୟତା ଅନୁଯାଇ ଯେଉଁ ମହିଳା ଏହି ବ୍ରତକୁ ନିଷ୍ଠା ଉପବାସ ସହକାରେ ପାଳନ କରିଥାଏ । ତାହାଙ୍କର ସ୍ଵାମୀର ଆୟୁଷ ସେତେ ଦୀର୍ଘାୟୁ ହୋଇଥାଏ । ଏହା ଛଡା ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସେତେ ନିବିଡ ହୋଇଥାଏ । ତେବେ ଚଳିତ ବର୍ଷ ସାବିତ୍ରୀ ବ୍ରତ ମେ’ ମାସ ୧୯ ତାରିଖ ଦିନ ପଡିବା ପାଇଁ ଯାଉଛି ।

ଏହି ସାବିତ୍ରୀ ବ୍ରତର ଅତ୍ୟନ୍ତ ଶୁଭ ସମୟ ସେହି ଦିନ ସକାଳ ୭ ଟା ୧୯ ମିନିଟ ଠାରୁ ଆରମ୍ଭ କରି ସକାଳ ୧୦ ଟା ୪୨ ପର୍ଯ୍ୟନ୍ତ ରହିବ । ତେବେ ଏହି ସମୟ ମଧ୍ୟରେ ଯେଉଁ ମହିଳା ସାବିତ୍ରୀ ଓଷାର ପୂଜାପାଠ କରିବ । ସେହି ମହିଳାଙ୍କୁ ବିଶେଷ ଭାବେ ପୂଜାର ଫଳ ପ୍ରାପ୍ତ ହୋଇବ । ଏହା ସହିତ ସାବିତ୍ରୀ ବ୍ରତ ଦିନ ମହିଳା ମାନେ କିଛି ବିଶେଷ କାର୍ଯ୍ୟ ଉପରେ ମଧ୍ୟ ଧ୍ୟାନ ରଖିବା ଉଚିତ ।

ଯେପରି ଏହି ସାବିତ୍ରୀ ଓଷା ଭଳି ପବିତ୍ର ଦିନରେ ବିବାହିତ ମହିଳାମାନେ ନିଜ ଶରୀରର କୌଣସି ଅଂଶକୁ ଖାଲି ରଖିବା ଉଚିତ ନୁହେଁ ।ଏହି ଦିନ ବିବାହିତ ମହିଳା ମାନେ ନିଜକୁ ଷୋଳଶୃଙ୍ଗାର କରି ଉତ୍ତମ ଭାବେ ସଜ୍ଜିତ କରିବା ଉଚିତ । ଯାହା ଦ୍ଵାରା ମାତା ସତୀ ସାବିତ୍ରୀ ମହିଳା ମାନଙ୍କ ଉପରେ ଅଧିକ ପ୍ରସନ୍ନ ହୋଇପାରିବେ । ଏହା ସହିତ ନିଜ ମଥାରେ ଲମ୍ବା ଭାବରେ ସିନ୍ଦୁର ଲଗାନ୍ତୁ ।

ଏହା ସହିତ ଏହି ଦିନ କୌଣସି ପ୍ରକାର କଳା ରଙ୍ଗର ବସ୍ତ୍ର କିମ୍ବା ଜିନିଷ ଆଦି ପରିଧାନ କରିବା ଜମାରୁ ମଧ୍ୟ ଉଚିତ ନୁହେଁ । ମହିଳା ମାନେ ଏହି ଦିନ ଅଧିକ ସମୟ ପର୍ଯ୍ୟନ୍ତ ଶୋଇକି ରହିବା ମଧ୍ୟ ଜମାରୁ ଉଚିତ ନୁହେଁ ।ଯଥା ସମ୍ଭବ ସୂର୍ଯ୍ୟଉଦୟ ପୂର୍ବରୁ ଉଠି ନିଜର ନିତ୍ୟାଦି କର୍ମ ସାରି ସାବିତ୍ରୀ ଓଷା ବିଧିବଧକ ଭାବେ ପାଳନ କରିବା ଉଚିତ । ନାଲି ରଙ୍ଗର ଫୁଲ ଦେବୀ ମା’ କୁ ଯଥା ସମ୍ଭବ ସାବିତ୍ରୀ ବ୍ରତରେ ଅର୍ପଣ କରନ୍ତୁ ।

ସାବିତ୍ରୀ ବ୍ରତରେ ବ୍ରତଧାରୀ ମହିଳା ମାନେ ଲୁଣ କିମ୍ବା ରନ୍ଧା ଖାଦ୍ୟର ସେବନ କରିବା ଉଚିତ ନୁହେଁ । ଏହି ଦିନ କେବଳ ଫଳମୂଳ, ପଣା ଆଦି ସେବା କରିବା ଉଚିତ । ସାବିତ୍ରୀ ବ୍ରତ ହେଉ କିମ୍ବା କୌଣସି ପର୍ବପର୍ବାଣିରେ ଭୁଲରେ ମଧ୍ୟ ମୁହଁରୁ କାହା ପ୍ରତି କଟୁ ବାକ୍ୟ ପ୍ରୟୋଗ କରିବା ଉଚିତ ହୋଇନଥାଏ ।

ଯାହା ଦ୍ଵାରା ପୂଜାର ଉଚିତ ଫଳ ସିଦ୍ଧି ହୋଇପାରିନଥାଏ । ଯଦି ଏହି ସବୁ ନିୟମ ମନି ଓଷା କରିବେ । ତେବେ ଆପଣଙ୍କ ସାବିତ୍ରୀ ବ୍ରତ ପୂରଣ ହୋଇବା ସହ ସ୍ଵାମୀ ତଥା ପରିବାରର ମଙ୍ଗଳ ହୋଇବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ