ଶ୍ରୀକୃଷ୍ଣଙ୍କର ସ୍ତ୍ରୀ ସତ୍ୟଭାମା ପଚାରିଲେ – ମୁଁ ଏବଂ ସୀତା ମଧ୍ୟରେ ଅଧିକ ସୁନ୍ଦର କିଏ, ଶ୍ରୀକୃଷ୍ଣ ଦେଲେ ଏହି ଉତ୍ତର

ଶ୍ରୀକୃଷ୍ଣ ହୃଦୟର ତ ରାଧାରାଣୀ ହିଁ ବସି ଥିଲା, କିନ୍ତୁ ଏହା ଛଡା ତାଙ୍କର ଆହୁରି ୮ ଟି ରାଣୀ ଥିଲେ । ରୁକମଣି ତାଙ୍କର ପଟରାଣୀ ଥିଲେ ଏବଂ ଅନ୍ୟ ପତ୍ନୀ ମାନେ ଥିଲେ ଜାଂବନଂତି, ସତ୍ୟଭାନା, କାଳନ୍ଦି, ମିତ୍ରବିନ୍ଦା, ସତ୍ୟା, ଭଦ୍ରା ଏବଂ ଲକ୍ଷ୍ମଣା । ଏହି ସବୁ ରାଣୀ ଶ୍ରୀକୃଷ୍ଣଙ୍କର ବହୁତ ପାଖାପାଖି ଥିଲେ । ଏମାନଙ୍କ ମଧ୍ୟରୁ ସତ୍ୟଭାମାଙ୍କୁ ନିଜର ସୁନ୍ଦରତା ଉପରେ ବହୁତ ଅଂହକାର ଥିଲା । ତାଙ୍କୁ ଲାଗୁଥିଲା କି ପୁରା ଜଗତରେ କେବଳ ସେ ହିଁ ଅତ୍ୟନ୍ତ ସୁନ୍ଦର ଅଟନ୍ତି । ଏବଂ ତାଙ୍କର ଅଂହକାରକୁ ଶ୍ରୀକୃଷ୍ଣ ବହୁତ ଚାଳକରେ ଭାଙ୍ଗିଥିଲେ । ଏହା ସହିତ ଗରୁଡ ଏବଂ ସୁଦର୍ଶନ ଚକ୍ରରେ ଅହଂକାରକୁ ବି ଶ୍ରୀକୃଷ୍ଣ ଭାଙ୍ଗି ଥିଲେ ।

ସତ୍ୟଭାମା ପଚାରିଲେ ପ୍ରଶ୍ନ

ଶ୍ରୀ କୃଷ୍ଣ ଦ୍ଵାରିକାରେ ନିଜର ପତ୍ନୀ ସତ୍ୟଭାମାଙ୍କ ସହ ବିରାଜମାନ ଥିଲେ । ସେହି ସମୟରେ ସତ୍ୟଭାମା ହସି ହସି ଶ୍ରୀକୃଷ୍ଣଙ୍କୁ ପଚାରିଲେ କି ଆପଣ ତ୍ରେତୟା ଯୁଗରେ ରାମ ରୂପରେ ଅବତାର ନେଇଥିଲ ଏବଂ ସେହି ସମୟରେ ଆପଣଙ୍କର ସ୍ତ୍ରୀ ସୀତା ଥିଲେ । ତେବେ ସୀତା କଣ ସେ ମୋ ଠାରୁ ଅଧିକ ରୂପବତୀ ଥିଲେ । ଶ୍ରୀକୃଷ୍ଣ ଏହା ଉତ୍ତର ଦେବ କି ଗରୁଡ ବି ସେହି ସମୟରେ ଏକ ପ୍ରଶ୍ନ ପଚାରିଲେ, କହିଲେ କି ପ୍ରଭୁ କଣ କେହି ଅଛନ୍ତି ଯିଏ ମୋ ଠାରୁ ବେଶୀ ଜୋରରେ ଦଉଡି ପାରିବ ?

ସେହି ଭଳି ସୁଦର୍ଶନ ବି ପଚାରିଲେ କି ମୋ କାରଣରୁ ଆପଣ କେତେଥର ଶତ୍ରୁମାନଙ୍କୁ ମାରିଛନ୍ତି ତେବେ କଣ କେହି ମୋଠାରୁ ଶକ୍ତିଶାଳୀ ଅଛନ୍ତି ? ତିନୋଟି ପ୍ରଶ୍ନ ଶୁଣି ପ୍ରଭୁ ଜାଣି ପାରିଲେ କି ଏମାନଙ୍କ ମଧ୍ୟରେ ଅହଂକାର ଚାଲି ଆସିଛି ଏବଂ କୌଣସି ଉତ୍ତର ଦେଲେ କିଛି ହେବ ନାହିଁ ଏମାନଙ୍କୁ କିଛି ଦେଖାଇବାକୁ ପଡିବ । ଶ୍ରୀକୃଷ୍ଣ ଗରୁଡକୁ କହିଲେ କି ତୁମେ ହନୁମାନଙ୍କ ପାଖକୁ ଯାଇ ତାଙ୍କୁ କହିବ କି ଭଗବାନ ରାମ ଏବଂ ସୀତା ତାଙ୍କୁ ଦରବାରରେ ପ୍ରତୀକ୍ଷା କରିଛନ୍ତି ।

ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ କହିଲେ କି ଆପଣ ସିତାଙ୍କ ରୂପରେ ସାମନାକୁ ଆସନ୍ତୁ । ଏହା ସହିତ ସୁଦର୍ଶନକୁ କହିଲେ କି ତୁମେ ମହଲର ପ୍ରବେଶ ଦ୍ଵାରାରେ ଛିଡା ରୁହ ଏବଂ ଧ୍ୟାନ ରୁହେ କି ମୋର ଆଦେଶ ବିନା କେହି ଭିତରକୁ ପ୍ରବେଶ ନ କରେ । ସେମାନେ ସମସ୍ତେ ଶ୍ରୀକୃଷ୍ଣଙ୍କର ଆଦେଶ ମାନିଲେ । ଏବଂ ଏହା ସହିତ ଶ୍ରୀ କୃଷ୍ଣ ରାମଙ୍କ ଅବତାରରେ ଆସିଲେ ।

ହନୁମାନଙ୍କ ସାହାର୍ଯ୍ୟରେ ଭାଙ୍ଗିଲେ ସବୁ ଅହଂକାର

ଗରୁଡ ଦେବ ହନୁମାନଙ୍କର ପାଖକୁ ଯାଇ କହିଲେ କି ପ୍ରଭୁ ରାମ ଏବଂ ସୀତା ଆପଣଙ୍କୁ ଦ୍ଵାରକାର ଦରବାରରେ ଡାକୁଛନ୍ତି । ଗରୁଡ ହନୁମାନଙ୍କୁ କହିଲେ କି ଆପଣ ମୋ ସହିତ ଆସନ୍ତୁ ମୁଁ ଆପଣଙ୍କୁ ଜଲ୍ଦି ପହଞ୍ଚାଇ ଦେବି । କିନ୍ତୁ ହନୁମାନ କହିଲେ କି ଆପଣ ଆଗରେ ଚାଳନ୍ତୁ ମୁଁ ଆସୁଛି । ଗରୁଡ ଦେବ ଭାବିଲେ କି ହନୁମାନ ତ ବହୁତ ବୁଢା ହୋଇଯାଇଛନ୍ତି, ସେ ଜଲ୍ଦି ପହଞ୍ଚି ପାରିବେ ନାହିଁ । ଏହା ଭାବି ସେ ଦ୍ଵାରକାରେ ପହଞ୍ଚିଲେ ଏବଂ ସେଠି ଦେଖିଲେ କି ହନୁମାନ ପୂର୍ବରୁ ହିଁ ଦ୍ଵାରକାରେ ବିରାଜମାନ ଅଛନ୍ତି ।

ଗରୁଡଙ୍କର ମୁଣ୍ଡ ଲଜ୍ୟାରେ ତଳକୁ ହୋଇଗଲା । ହନୁମାନ କୃଷ୍ଣଙ୍କୁ ରାମ ଅବତାରରେ ଦେଖି ପ୍ରଣାମ କରିଲେ । ଶ୍ରୀକୃଷ୍ଣ ପଚାରିଲେ କି ତୁମେ ଭିତରକୁ କେମିତି ଆସିଲ । କେହି ତୁମକୁ ବାହାରେ ଅଟକାଇଲେ ନାହିଁ । ଏହା ପରେ ହନୁମାନ ମୁହଁରୁ ସୁଦର୍ଶନ ଚକ୍ର ବାହାର କରିଲେ । ଏବଂ ହନୁମାନ କହିଲେ କି ପ୍ରଭୁ ଆପଣଙ୍କର ଦର୍ଶନ କରିବା ପାଇଁ କିଏ କେମିତି ମୋତେ ଅଟକାଇ ପାରିବ । ଭଗବାନ ହସିଲେ ।

ଏମିତି ଭାଙ୍ଗିଲା ସତ୍ୟଭାମାଙ୍କର ଅହଂକାର

ସତ୍ୟଭାମା ସୀତାଙ୍କ ରୂପରେ ହନୁମାନଙ୍କ ସାମନାରେ ବସିଥିଲେ । ହନୁମାନ ତୁରନ୍ତ ଶ୍ରୀକୃଷ୍ଣଙ୍କୁ କହିଲେ ପ୍ରଭୁ ଆପଣଙ୍କୁ ତ ମୁଁ ଚିହ୍ନି ପାରିଲି । ଆପଣ ଶ୍ରୀକୃଷ୍ଣ ଅଟନ୍ତି ଏବଂ ମୋର ପ୍ରଭୁ ରାମ ବି, କିନ୍ତୁ ମାତା ସିତାଙ୍କ ସ୍ଥାନରେ ଆପଣ କୌଣସି ଦାସୀକୁ ଏତେ ସମ୍ମାନ ଦେଇଛନ୍ତି କି ଆପଣଙ୍କ ସହିତ ସେ ସିଂହାସନରେ ବିରାଜମାନ ଅଛନ୍ତି । ଏହା ଶୁଣି ସତ୍ୟଭାମା ଲଜ୍ଜିତ ହୋଇଗଲ ଏବଂ ତାଙ୍କର ଅହଂକାର ଭାଙ୍ଗିଗଲା । ଏହା ପରେ ସୁଦର୍ଶନ ଏବଂ ଗରୁଡ ବି ଜାଣି ପାରିଲେ କି ସେମାନେ ବି ଅହଂକାରରେ ଅନ୍ଧ ହୋଇଯାଇଥିଲେ । ସୀତା ଆଉ କେହି ନୁହନ୍ତି ତ୍ରେତୟା ଯୁଗରେ ରାଧାଙ୍କ ରୂପରେ ଥିଲେ ।