ଶତ୍ରୁଙ୍କୁ ପରାସ୍ତ କରିବାର ଏହି ମହା ଉପାୟ କରି ଦେଖନ୍ତୁ, ଯେତେ ବଡ ଶତ୍ରୁ ହେଲେ ବି ଗୋଡତଳେ ଆସି ପଡିବେ

ଚାଣକ୍ୟ କହିଛନ୍ତି କି ଏହି ସଂସାରରେ କେହି କାହାର ଶତ୍ରୁ କିମ୍ବା ମିତ୍ର ହୋଇ ଜନ୍ମ ହୋଇ ନଥାନ୍ତି । କିନ୍ତୁ ଆମ କଥା ଏବଂ କାର୍ଯ୍ୟରୁ ଶତ୍ରୁ କିମ୍ବା ମିତ୍ର ସୃଷ୍ଟି ହୋଇଥାନ୍ତି । ମୁଖ ପଦ୍ମ ପାଖୁଡା ଭଳି ସୁନ୍ଦର ଏବଂ କଥା ଚନ୍ଦ୍ର ଭଳି ଶୀତଳ ହୋଇଥିଲେ ମଧ୍ୟ ଯଦି ହୃଦୟରେ କ୍ରୋଧ ଏବଂ ଅନ୍ୟର ହାନି କରିବାର ଅଭିଳାଷ ଥାଏ ତେବେ, ସେମାନେ ଧୂର୍ତ୍ତ ବା ଶତ୍ରୁ ହୋଇଥାନ୍ତି । ତେବେ ଶାସ୍ତ୍ରରେ ଶତ୍ରୁକୁ ବଶ ବା ପରାସ୍ତ କରିବାର ଉପାୟ ରହିଛି ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ।

ଯେକେହି ଶତ୍ରୁ ଆପଣଙ୍କୁ ହଇରାଣ କରୁଥାଉ ବା ଅନିଷ୍ଟ ଚିନ୍ତା କରୁଥାଉ ପଛେ ଆପଣ ଯଦି ଏହି ଉପାୟକୁ କରିବେ ତେବେ ଶତ୍ରୁ ତା’ର ଦୋଷ ସ୍ଵୀକାର କରି ଆପଣଙ୍କ ସହ ମିତ୍ରତା କରିବାକୁ ବାଧ୍ୟ କରିହେବ । ଏହି ଉପାୟକୁ ଆପଣଙ୍କୁ ୮ଟି ଶନିବାର ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ କିମ୍ବା ସୂର୍ଯ୍ୟ ଅସ୍ତ ହେବା ଠିକ ପୂର୍ବରୁ କରିପାରିବେ । ଏହି ଉପାୟ କରିବା ପାଇଁ ଦରକାର ହେବ ଆପଣ ଗଣି ଗଣି ଅକ୍ଷତ ଅରୁଆ ଚାଉଳ ୪୦ଟି, ଗୋଟା ବିରି ୩୦ଟି ଏବଂ ଏହାସହ ଏକ ପାଚିଲା ଲେମ୍ବୁ ଯେଉଁଥିରେ କୌଣସି କୌଣସି ଖୁଣ ନଥିବ ।

ଏହିସବୁ ଜିନିଷକୁ ନେଇ ଆପଣ ଏକ ନିରୋଳା ଜନଶୂନ୍ୟ ରାସ୍ତାକୁ ଯାଆନ୍ତୁ । ସେହିଠାରେ ଏକ ଛୋଟିଆ ଗାତ ଟିଏ ଖୋଳି ଦିଅନ୍ତୁ ଓ ସେଥିରେ ୪୦ଟି ଅରୁଆ ଚାଉଳ, ୩୦ଟି ବିରି ପକେଇ ଦିଅନ୍ତୁ । ଲେମ୍ବୁକୁ ଆପଣ ଘରୁ ଦୁଇଫାଳ କରି ନେଇପାରିବେ ନଚେତ ସାଙ୍ଗରେ ଏକ ଛୁରୀ ନେଇ ଯାଆନ୍ତୁ ଓ ଲେମ୍ବୁକୁ ଦୁଇଫାଳ କରି ସେହି ଅରୁଆ ଚାଉଳ ଓ ବିରି ଉପରେ ଚିପୁଡି ଦିଅନ୍ତୁ ।

ଏହାପରେ ସେହି ଗାତରେ ଲେମ୍ବୁ ଚୋପାକୁ ପକେଇ ଗାତକୁ ଭଲ ଭାବେ ପୋତି ଦିଅନ୍ତୁ । ପୋତି ସାରିବା ପରେ ଆପଣ ନିଜ ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ ଓ ତାଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଯେପରି ଆପଣଙ୍କ ଶତ୍ରୁ ଯାହା ବି ଷଡଯନ୍ତ୍ର କରୁଛି ବା ଅନିଷ୍ଟ ଚିନ୍ତା କରୁଛି ଯାହା ଯେପରି ଅନାୟାସରେ ଦୂର ହେବ । ଏହାପରେ ଆପଣ ଘରକୁ ଫେରି ଆସନ୍ତୁ । ଫେରିବା ସମୟରେ ଅପ୍ନା କାହା ସହ ବି କଥା ହେବେ ନାହିଁ କି ପଛକୁ ଫେରି ଦେଖିବେ ନାହିଁ ।

ପୂର୍ବରୁ ଗାର ବାହାରେ ଏକ ପାତ୍ରରେ ଧୋଇ ହେବା ପାଣି ରଖିଥିବେ । ଭଲ ଭାବେ ଧୋଇ ହେବା ପରେ ଆପଣ ଗୃହକୁ ପ୍ରବେଶ କରନ୍ତୁ । ଏହିପରି ୮ଟି ଶନିବାର କରନ୍ତୁ ଓ ଏହା ମଧ୍ୟରେ ଯଦି ଅମାବାସ୍ୟା ଆସେ ତେବେ ସେଦିନ ମଧ୍ୟ ଏହି ଉପାୟ କରନ୍ତୁ ।

ଶତ୍ରୁଙ୍କୁ ପରାସ୍ତ କରିବାର ଆଉ ଏକ ମହା ଉପାୟ ହେଉଛି ଆପଣ ଏକ ଭୁଜପତ୍ର କଳା କଲମରେ ନିଜ ଶତ୍ରୁ ମାନଙ୍କ ନାଁ ଲେଖି ଦିଅନ୍ତୁ । ଏହାପରେ ଏହାକୁ ଚାରି ଭାଙ୍ଗ କରି ଏକ ମହୁ ବୋତଲ ଭିତରେ ରଖି ଏହି ବୋତଲକୁ ଘରର କୌଣସି ସ୍ଥାନରେ ଲୁଚେଇ ଦିଅନ୍ତୁ ।

ଏହିସବୁ ଉପାୟ କରି ଦେଖନ୍ତୁ ଦେଖିବେ ଆପଣଙ୍କ ଶତ୍ରୁମାନେ ଯାହାବି ଷଡଯନ୍ତ୍ର କରୁଛନ୍ତି ସେଥିରେ ବିଫଳ ହେବେ ଓ ନିଜ ଭୁଲ ବୁଝିପାରି ଆପଣଙ୍କ ପାଖରେ ଆସି କ୍ଷମା ପ୍ରାର୍ଥନା କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।