Mahabharatକୁ କାଳ୍ପନିକ ଚିନ୍ତା କରୁଥିବା ଲୋକମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ମହାଭାରତକୁ ଭାରତର ସବୁଠୁ ବଡ ଐତିହାସିକ ଓ ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଇଛି । ମହର୍ଷି ବେଦବ୍ୟାସ ଏହି ଗ୍ରନ୍ଥର ରଚନା କରିଛନ୍ତି । ହିନ୍ଦୁ ଧର୍ମରେ ମାନ୍ୟତା ଅଛି କି ମହାଭାରତରେ ଉଲ୍ଲେଖିତ ଘଟଣା ଗୁଡିକ ସତ୍ୟ ଓ ପ୍ରମାଣିତ ହୋଇଛି । କିନ୍ତୁ ଆଜି ବି କେତେକ ଲୋକମାନେ ଏହାକୁ କାଳ୍ପନିକ ମନେ କରନ୍ତି । ଆଜି ଆମେ ଆପଣଙ୍କୁ କିଛି ପୌରାଣିକ ଓ ବୈଜ୍ଞାନିକମାନଙ୍କ ଆଧାରରେ ଏହା ପ୍ରମାଣିତ କରିବୁ କି ମହାଭାରତ ସତ୍ୟ ଅଟେ ।

କୁରୁକ୍ଷେତ୍ରର ନାଲି ମାଟି

ଆମେ ସମସ୍ତେ ଜାଣିଛୁ ମହାଭାରତର ଯୁଧ୍ୟ କୁରୁକ୍ଷେତ୍ରରେ ହୋଇଥିଲା । ଯାହାକି ଆଜି ବି ହରିୟାନା ରାଜ୍ୟରେ ଅଛି । କୁହାଯାଏ କି ଯୁଧ୍ୟ କାରଣରୁ ଯେଉଁ ରକ୍ତ ବୋହି ଥିଲା ସେହି କାରଣରୁ ଏହି ମାଟି ନାଲି ହୋଇ ଯାଇଛି । ଏହି ସ୍ଥାନରେ ଲୁହାରେ ତିଆରି ତୀର ଓ ଭାଲା ଗୁଡିକ ମାଟି ତଳୁ ମିଳିଛି । ଯାହାର ଯାଞ୍ଚ ପରେ ଜଣା ପଡିଛି କି ଏହା ୨୮୦୦ ଇଶା ପୂର୍ବର ଅଟେ ।

ମହାଭାରତର ଚକ୍ରଭିୟୁ

ଆପଣ ମହାଭାରତରେ ଚକ୍ରଭିୟୁ ବିଷୟରେ ଶୁଣିଥିବେ । କିନ୍ତୁ ଏହି ଚକ୍ରଭିୟୁର ଗୋଟିଏ ପ୍ରମାଣ ଆଜି ବି ଅଛି । ହିମାଚଳ ପ୍ରଦେଶର ହମୀରପୁର ଜିଲ୍ଲାର ଏକ ଗାଁରେ ଏକ ଐତିହାସିକ ସ୍ଥାନ ଅଛି । ଏଠି ପାଣ୍ଡବମାନେ ଅଜ୍ଞାତ ବାସ ସମୟରେ ଥିଲେ । ଏଠି ଅର୍ଜୁନ ଚକ୍ରଭିୟୁର ଜ୍ଞାନ ପ୍ରାପ୍ତ କରି ତାକୁ ପଥରରେ ଆଙ୍କି ଥିଲେ । ଯାହା ଆଜି ବି ସେଠି ଉପସ୍ଥିତି ଅଛି । ଏହି ସ୍ଥାନକୁ ଆଜି ପିପଲୁ କିଲଲା ଉପରେ ଲୋକମାନେ ଜାଣିଛନ୍ତି ।

ବ୍ରହ୍ମାସ୍ତ୍ର ଓ ପରମାଣୁ ବୋମା

ମହାଭାରତରେ ଆପଣ ବ୍ରହ୍ମାସ୍ତ୍ର ଅସ୍ତ୍ର ବିଷୟରେ ଶୁଣିଥିବେ । ଏହି ଅସ୍ତ୍ର ଧର୍ମ ଓ ସତ୍ୟକୁ ରଖିବା ପାଇଁ ବ୍ରହ୍ମା ଦ୍ଵାରା ତିଆରି କରାଯାଇ ବିନାଶକାରୀ ପରମାଣୁ ହତିଆର ଥିଲା । ଗୋଟିଏ ବ୍ରହ୍ମାସ୍ତ୍ରକୁ ଅନ୍ୟ ଏକ ବ୍ରହ୍ମାସ୍ତ୍ର ହିଁ ଅଟକାଇ ପାରିବ । ଏହି ଅସ୍ତ୍ର ରାମାୟଣରେ ଲକ୍ଷ୍ମଣ, ମହାଭାରତରେ ଦ୍ରୋଣାଚାର୍ୟ, ଅଶ୍ଵଥାମା, ଶ୍ରୀ କୃଷ୍ଣ, ଯୁଧିଷ୍ଠିର, କର୍ଣ ଓ ଅର୍ଜୁନଙ୍କ ପାଖରେ ଥିଲା । ଏହି ଅସ୍ତ୍ର ପୁରା ଦୁନିଆକୁ ଧ୍ଵଂସ କରିବାର କ୍ଷମତା ରଖୁଥିଲା ।

କହିବାକୁ ଗଲେ ଏହାର ପ୍ରମାଣ ସେହି ସମୟରେ ସାମ୍ନାକୁ ଆସିଲା ଯେତେବେଳେ ଆମେରିକା ଜେ ରବର୍ଟ ଓପେନହାଇମରଙ୍କୁ ପରମାଣୁ ବୋମ ତିଆରି କରିବା ପାଇଁ କହିଲେ । ସେହି ସମୟରେ ରବର୍ଟ ମହାଭାରତ ସମୟରେ ବ୍ରହ୍ମାସ୍ତ୍ରର ସଂହାର କ୍ଷମତା ରିସର୍ଚ କରିଲେ । ଶେଷରେ ଯେତେବେଳେ ପରମାଣୁ ବୋମର ଟେଷ୍ଟିଙ୍ଗ କରାଗଲା ତେବେ ବିସ୍ଫୋରଣର ପରିଣାମ ଯେମିତି ପୌରାଣିକ ଗ୍ରନ୍ଥରେ ବ୍ରହ୍ମାସ୍ତ୍ର ବିଷୟରେ କୁହାଯାଇଛି । ଏହି ପରୀକ୍ଷଣ ପରେ ବୈଜ୍ଞାନିକମାନେ କହିଲେ କି ଏହିଭଳି ଅସ୍ତ୍ର ମହାଭାରତରେ ବ୍ୟବହାର କରାଯାଇ ଥିଲା । ବୈଜ୍ଞାନିକମାନେ ନିଜେ ମାନନ୍ତି କି ମହାଭାରତ ହୋଇଛି ।

ଶ୍ରୀ କୃଷ୍ଣ ଦ୍ଵାରକା

ସେହିଭଳି ଭଗବାନ ଶ୍ରୀ କୃଷ୍ଣ ଦ୍ଵାରକାର ରାଜା ଥିଲେ । ମହାଭାରତରେ ଏହା ଉଲ୍ଲେଖ ହୋଇଛି କି ଏହି ନଗରି ଜଳମଗ୍ନ ହୋଇ ଯାଇଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବୈଜ୍ଞାନିକମାନଙ୍କୁ ଗୁଜୁରାଟ ପାଖରେ ସମୁଦ୍ର ଏକ ପୁରୁଣା ସହର ମିଳିଛି । ଯାହାକି ଦ୍ଵାରାକ ନଗରି ବୋଲି ପ୍ରମାଣିତ ହୋଇଛି ।