ଶତ୍ରୁ ଛାତିରେ ଏବେ Wali ଙ୍କ ଆତଙ୍କ, କିଏ ୱଲି ଓ କାହିଁକି ସେ ଲଢିବେ ୟୁକ୍ରେନ ତରଫରୁ ଯୁଦ୍ଧ? Wali ଙ୍କ ରେକର୍ଡ ବିଷୟରେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଋଷ ଓ ୟୁକ୍ରେନ ମଧ୍ୟରେ ଏବେବି ଯୁଦ୍ଧର ଘନଘଟା । ଋଷ ଆକ୍ରମଣରେ ୟୁକେନର ଅନେକ ସହର ଛାରଖାର ହୋଇଗଲାଣି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଆଲୋଚନା ହେଉଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରି ନାହିଁ । ପୁଟିନ କାହାରି କଥା ଶୁଣୁ ନାହାନ୍ତି କି ଜେଲେନସ୍କି ମୁଣ୍ଡ ନୁଆଁଉ ନାହାନ୍ତି । ୟୁକ୍ରେନ ରାଜଧାନୀ କିଭ ଅକ୍ତିଆର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି କିଭ ସୈନ୍ୟ । ଋଷର ଏକାଜିଦ୍ ସେ ୟୁକ୍ରେନ ଦଖଲ କରିବ ।

ୟୁକ୍ରେନ ସୈନ୍ୟ ମାନେ ମଧ୍ୟ ଋଷ ସୈନ୍ୟଙ୍କୁ ରୋକିବାକୁ ପ୍ରାଣପଣେ ଚେଷ୍ଟା ଚଳେଇଛନ୍ତି । ଆଉ ଇତିମଧ୍ୟରେ ୟୁକ୍ରେନ ପକ୍ଷରୁ ଲଢିବାକୁ ଆସିଛନ୍ତି ବିଶ୍ଵର ଶ୍ରେଷ୍ଠ ସ୍ନାଇପର ବା ଲୁଚିକରି ଗୁଳି ଚଲାଉଥିବା ବ୍ୟକ୍ତି ୱାଲି । ୱାଲିଙ୍କୁ ଆତଙ୍କର ଅନ୍ୟ ନାଁ ବୋଲି କୁହାଯାଏ । ବିପକ୍ଷ ବା ସ୍ଶତୃଙ୍କ ଷଡଯନ୍ତ୍ରକୁ ସାମ୍ନା କରି ଗୋଟିଏ ଦିନରେ ପ୍ରାୟ ୪୦ ଜଣଙ୍କୁ ହ-ତ୍ୟା କରିବାର ରେକର୍ଡ ରହିଛି ଏହି ୱାଲିଙ୍କ ପାଖରେ ।

ତାଙ୍କ ନାଁ ଶୁଣିଲେ ଶତ୍ରୁ ଶିବିର ଭୟରେ ଥରି ଉଠନ୍ତି । ଦୁଇଦିନରେ ସେ ୬ ଜଣ ଋଷ ସୈନିକଙ୍କୁ ହ-ତ୍ୟା କରିଥିବା କୁହାଯାଉଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଋଷ ବିରୋଧରେ ଲଢେଇ କରିବା ପାଇଁ ବିଦେଶୀ ମାନଙ୍କୁ ଆହ୍ଵାନ କରିଥିବାରୁ ଏହି ବିପଦ ସମୟରେ ୟୁକ୍ରେନକୁ ସାହାଯ୍ୟ କରିବାକୁ ସେ ଆଗେଇ ଆସିଛନ୍ତି ।

ରୟାଲ କାନାଡିଆନର ୨୨ତମ ରେଜିମେଣ୍ଟର ଯୋଦ୍ଧା ୱାଲି ଜଣେ ଫାୟାର ଫାଇଟର ପରି । ଯିଏ ସତର୍କ ଘଣ୍ଟି ଶୁଣିବା ମାତ୍ରେ କାର୍ଯ୍ୟ ଆରମ୍ଭ କରନ୍ତି । ୱାଲି ବିଶ୍ଵର ଅନ୍ଯତମ ଶ୍ରେଷ୍ଠ ସ୍ନାଇପର ଭାବେ ଖୁବ ପରିଚିତ । ସେ ଦିନକରେ ୪୦ ଜଣଙ୍କୁ ହ-ତ୍ୟା କରିପାରନ୍ତି । ଜଣେ ଭଲ ସ୍ନାଇପର ଦିନକରେ ୫ରୁ ୬ଜଣଙ୍କୁ ଓ ଜଣେ ବେଷ୍ଟ ସ୍ନାଇପର ୭ରୁ ୧୦ଜଣଙ୍କୁ ହ-ତ୍ୟା କରିପାରନ୍ତି । ୪୦ ବର୍ଷୀୟ ୱାଲି ହେଉଛନ୍ତି ଜଣେ କମ୍ପ୍ୟୁଟର ବୈଜ୍ଞାନିକ ।

୨୦୦୯ ଏବଂ ୨୦୧୧ ମଧ୍ୟରେ ସେ ଦୁଇଥର ଆଫଗାନିସ୍ତାନ ଯୁଦ୍ଧରେ ଯୋଗ ଦେଇଥିଲେ । ସେ ଆଫଗାନିସ୍ତାନରେ ଥିବା ସମୟରେ ତାଙ୍କ ନାଁ ୱାଲି ରଖା ଯାଇଥିଲା । ଆରବୀ ଭାଷାରେ ୱାଲିର ଅର୍ଥ ହେଉଛି ରକ୍ଷକ । ତେବେ ବିପଦ ମୁହଁରେ ଥିବା ୟୁକ୍ରେନ ପାଇଁ ଏବେ ରକ୍ଷକ ସାଜି ଆଗେଇ ଆସିଛନ୍ତି ୱାଲି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।