kidney ଖରାପ ହେବା ଆଗରୁ ଦେଇଥାଏ ଏହି ସଂକେତ, ଜାଣିବା ପରେ ହୋଇଯାନ୍ତୁ ସତର୍କ- Health Tips

କିଡନୀ ଶରୀର ଭିତରକୁ ପ୍ରବେଶ କରୁଥିବା ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥ, ପାଣି ଓ ଜୀବାଣୁକୁ ପରିଷ୍କାର କରିବାର କାମ କରିଥାଏ । କିନ୍ତୁ ଖରାପ ଅଭ୍ୟାସ, ସୁଗାର ଓ ବ୍ଲଡ ପ୍ରେସର ଭଳି କିଛି ରୋଗର ଔଷଧ ଓ ଅନ୍ୟ କିଛି କାରଣ ଯୋଗୁ କିଡନୀ ଖରାପ ହୋଇଯାଏ । କିନ୍ତୁ କେତେ ଥର କିଡନୀ ଖରାପ ହୋଇ ଯାଇଛି ବୋଲି ଆମେ ବହୁତ ସମୟ ପରେ ଜାଣିଥାଉ । କିନ୍ତୁ ଯଦି ସଠିକ ସମୟରେ ଆପଣ ଏହା ବିଷୟରେ ଜାଣି ଯିବେ ତେବେ ଏହାର ଚିକିତ୍ସା ସମ୍ଭବ ଅଟେ ।

ଆଜି ଆମେ ଆପଣଙ୍କୁ କିଡନୀ ଖରାପ ହେବା ପୂର୍ବରୁ କେଉଁ ସବୁ ସଂକେତ ଦେଇଥାଏ ସେହି ବିଷୟରେ କହିବୁ । କିଡନୀ ଫେଲ ହେବାର ଅନ୍ତିମ ସ୍ଥିତି ଅର୍ଥାତ କିଡନୀ ପୂରାପୂରି କାମ ବନ୍ଦ କରି ଦିଏ । ତାହା ପାଇଁ କିଛି ବି କରି ହବ ନାହିଁ ।

ଏହି ଅବସ୍ଥାରେ Kidney Disease ହିଁ ଗୋଟିଏ ମାତ୍ର ଉପାୟ ଅଟେ । Kidney Disease ଜରିଆରେ ଶରୀରର ଅବଶିଷ୍ଟ ପଦାର୍ଥକୁ ବାହାର କରି ଦିଆଯାଏ । କିଡନୀ ସମ୍ବନ୍ଧିତ କୌଣସି ସମସ୍ୟା ଆସୁଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତେବେ ଚଲାନ୍ତୁ କିଡନୀ ଖରାପ ହେବାର ଲକ୍ଷଣ ବିଷୟରେ ଜାଣିବା । କିଡନୀ ଖରାପ ହେବା କାରଣରୁ ରକ୍ତରେ ୟୁରିଆର ସ୍ତର ବଢିଯାଏ । ଯେଉଁ କାରଣରୁ ମୁହଁରୁ ଦୁର୍ଗନ୍ଧ ବାହାରି ଥାଏ । ସ୍ଵାଦ ବି ଖରାପ ହୋଇଯିବ ।

ଧୀରେ ଧୀରେ ଗୋଡ ଫୁଲିବା ଆରମ୍ଭ ହୋଇଯାଏ । ଏହା ଏଥିପାଇଁ ହୋଇଥାଏ କାରଣ କିଡନୀ ଶରୀରରୁ ପାଣି ବାହାର କରି ପାରେ ନାହିଁ । କିଡନୀର ଗୋଟିଏ ମୁଖ୍ୟ କାମ ହେଉଛି ଶରୀରରେ ନାଲି ରଙ୍ଗର ରକ୍ତ କୋଶିକାକୁ ନିର୍ମାଣ କରିବା । କିନ୍ତୁ ଯେତେବେଳେ କିଡନୀ ଫେଲ ହେବା ଆରମ୍ଭ ହୋଇଯାଏ ତେବେ ନାଲି ରଙ୍ଗର କୋଶିକାର ଅଳ୍ପ ନିର୍ମାଣ ହୋଇଥାଏ । ଯେଉଁ କାରଣରୁ ଏନିମିଆ ହୋଇଥାଏ । ଯେତେବେଳେ କିଡନୀ ଫେଲ ହେବା ଆରମ୍ଭ ହୋଇଥାଏ ତେବେ ଆପଣଙ୍କ ମୁତ୍ରରେ ରକ୍ତ ଦେଖାଯାଏ ।

କିଡନୀ ସମସ୍ୟା ହେବା କାରଣରୁ ବିଭିନ୍ନ ପ୍ରକାରର ଲୋକମାନଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯେମିତି କି ମତିଭ୍ରମ ହବା, ମୁଡ ବଦଳିଯିବା, ଅଣ୍ଟା ବ୍ୟଥା ଇତ୍ୟାଦି । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ମୁତ୍ରର ପରିମାଣ କମ ଅଛି ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା କିଡନୀ ଖରାପ ହେବାର ସଂକେତ ହୋଇପାରେ ନଚେତ ଏହା ଏକ ସାଧାରଣ ସମସ୍ୟା ହୋଇପାରେ ।

ମୂତିବା ପରେ ଯଦି ଫେଣ ଅଧିକ ହୁଏ ତେବେ ଏହା କିଡନୀ ଖରାପ ହେବାର ପ୍ରଥମ ଲକ୍ଷଣ ମଧ୍ୟରୁ ଗୋଟିଏ । ଶରୀରରେ ବର୍ଜ୍ୟବସ୍ତୁ ଦରକାର ଠାରୁ ଅଧିକ ଜମା ହେବା କାରଣରୁ ଆପଣଙ୍କ ଭୋକ ବି ଧୀରେ ଧୀରେ କମିଯିବ । କିଡନୀର ଖରାପ ହେବାକୁ ଲାଗିଥାଏ ତ ବେଳେ ବେଳେ ନିଶ୍ଵାସ ନେବାରେ ବି ଅସୁବିଧା ହୋଇଥାଏ । ଅନ୍ୟ ବହୁତ ପ୍ରକାରର ଲକ୍ଷଣ ନଜର ଆସିଥାଏ । ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ନିଜର ଚିକିତ୍ସା କରାନ୍ତୁ ।