Satish Kaushikଙ୍କ ଜୀବନଶୈଳୀ, ରୋଜଗାର, ବାୟୋଗ୍ରାଫି, ଘର, ଫ୍ୟାମିଲି, ପରିବାର ପାଇଁ ଛାଡି ଯାଇଛନ୍ତି ଏତିକି ଟଙ୍କାର ସମ୍ପତ୍ତି !

ବଲିଉଡର ଦିଗଜ ଅଭିନେତା ସତୀଶ କୌଶିକଙ୍କ ମୃ-ତ୍ୟୁ-ରେ ଆଜି ସାରା ବଲିଉଡ ମ୍ରିୟମାଣ ହୋଇପଡିଛି । ସତୀଶଙ୍କ ବନ୍ଧୁ ଏବଂ ଅଭିନେତା ଅନୁପମ ଖେର ଟ୍ବିଟ କରି ସୂଚନା ଦେବା ପରେ ସମସ୍ତେ ତାଙ୍କ ପାଇଁ ଶୋକ ପ୍ରକାଶ କରୁଛନ୍ତି । ତେବେ ସତୀଶଙ୍କ ପୁରା ନାମ ହେଉଛି ସତୀଶ ଚନ୍ଦ୍ର କୌଶିକ । ସେ 13 ଏପ୍ରିଲ 1956ରେ ହରିୟାନାର ମହେନ୍ଦ୍ରଗଡ ଧାନୌନ୍ଦାରେ ଜନ୍ମଗ୍ରହଣ କରିଥିଲେ । ମୃ-ତ୍ୟୁ ବେଳେ ତାଙ୍କ ବୟସ ହୋଇଥିଲା 66 ବର୍ଷ ହୋଇଥିଲା ।

ସେ କିରୋରୀ ମଲ୍ କଲେଜ ନୂଆ ଦିଲ୍ଲୀରୁ କଲେଜ ପଢା ସାରିବା ପରେ ନୂଆ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ପଢି  ଥିଲେ । ଏହାସହ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ସେ ଡିପ୍ଲୋମା ମଧ୍ୟ କରିଛନ୍ତି । 1983 ରେ ଫିଲ୍ମ “ଜାନେ ଭି ଦୋ ୟାରୋ” ରୁ ସହ କଳାକାର ଭାବେ ସେ ନିଜ କ୍ଯାରିୟର ଆରମ୍ଭ କରିଥିଲେ । ସେହି ବର୍ଷ ହିଁ ଫିଲ୍ମ “ମାସୁମ” ଚଳଚ୍ଚିତ୍ରରେ ସେ ଅଭିନୟ ଭାବେ ଡେବ୍ୟୁ କରିଥିଲେ ।

ତେବେ 1987 ରେ ରିଲିଜ ଫିଲ୍ମ “ମିଷ୍ଟର ଇଣ୍ଡିଆ” ରେ କ୍ଯାଲେଣ୍ଡର ଚରିତ୍ରରେ ଅଭିନୟ କରି ସେ ବେଶ ପ୍ରଶଂସା ସାଉଁଟି ଥିଲେ । ଏହାପରେ ସେ 100 ରୁ ଅଧିକ ଫିଲ୍ମରେ ଅଭିନେତା ଏବଂ ସହ କଳାକାର ଭାବେ କମ କରିଥିଲେ । 1986 ରେ “କଥା ସାଗର” ରୁ ସେ ଟିଭିରେ ମଧ୍ୟ ଡେବ୍ୟୁ କରିଥିଲେ ।

ପରେ ସେ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଆରମ୍ଭ କରିଥିଲେ । ଜଣେ ଭଲ ଅଭିନେତା ସହ ସତୀଶ ଜଣେ ଭଲ ନିର୍ଦ୍ଦେଶକ, ପ୍ରଡ୍ୟୁସର ଏବଂ ସ୍କ୍ରିନ ଲେଖକ ମଧ୍ୟ ଅଟନ୍ତି । “ରୂପ କି ରାନୀ ଚୋରୋ କା ରାଜା” ଫିଲ୍ମରେ ସେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ । 1996 ରେ ଆସିଥିବା ଫିଲ୍ମ “ମିଷ୍ଟର ବିଚାରା” ରୁ ସେ ବଲିଉଡରେ ପ୍ରଡ୍ୟୁସର ଭାବେ ଡେବ୍ୟୁ କରିଥିଲେ ।

ସେହିପରି ଫିଲ୍ମ “ହମ ଆପକେ ଦିଲ ମେ ରେହତେ ହେ” ରୁ ସେ ଜଣେ ସ୍କ୍ରିନ ରାଇଟର ଭାବେ ଡେବ୍ୟୁ କରିଥିଲେ । କେବଳ ଏତିକି ନୁହେଁ ବରଂ ସତୀଶ ୱେବସିରିଜରେ ମଧ୍ୟ କାମ କରିଛନ୍ତି । 2000 ମସିହାରେ ୱେବସିରିଜ “ଦି ଚାର୍ଜସିଟ୍: ଇନୋସେଣ୍ଟ ଔର ଗିଲ୍ଟି” ରୁ ସେ ଓଟିଟିରେ ଡେବ୍ୟୁ କରିଥିଲେ ।

ଫିଲ୍ମ “ରାମ ଲଖନ” ପାଇଁ ସତୀଶଙ୍କୁ ଫିଲ୍ମଫେୟାର ଦ୍ଵାରା ବେଷ୍ଟ କମେଡିଆନ ଆୱାର୍ଡ ପ୍ରଦାନ କରା ଯାଇଥିଲା । ସତୀଶ 12 ମେ’ 1985 ରେ ଶଶୀ କୌଶିକଙ୍କୁ ବିବାହ କରିଥିଲେ । ସତୀଶଙ୍କର ଗୋଟେ ଝିଅ ମଧ୍ୟ ଅଛି ଯାହାଙ୍କ ନାମ ବଂଶିକା କୌଶିକ ଏବଂ ତାଙ୍କର ଦୁଇ ଭାଇ ଓ ତିନି ଭଉଣୀ ମଧ୍ୟ ଅଛନ୍ତି । ସତୀଶ ନିଜ ପରିବାର ସହ ମୁମ୍ବାଇରେ ଏକ ରାଜାପ୍ରସାଦ ଭଳି ଘରେ ରହୁଥିଲେ ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ।

ସତୀଶଙ୍କ ପାଖେ ଅଡି-Q7, ଅଡି-Q3 ଓ ଏମଜି ହେକ୍ଟର ଭଳି ଦାମୀ କାର୍ କଲେକ୍ସନ ମଧ୍ୟ ରହିଛି । ସତୀଶ ଗୋଟେ ଫିଲ୍ମରେ କାମ କରିବାକୁ ପ୍ରାୟ ଏକ କୋଟି ପାଖାପାଖି ଟଙ୍କା ଚାର୍ଜ କରୁଥିଲେ । ତାଙ୍କର କୁଳ ସମ୍ପତ୍ତିର ମୂଲ୍ୟ ପ୍ରାୟ 28 କୋଟି ଟଙ୍କା ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।