ଅଧିକ ପାଣି ପିଉଥିଲେ ସାବଧାନ ! ଅତ୍ୟଧିକ ଜଳ ପାନ ବି ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ! ଏହାଦ୍ବାରା ଶରୀର ଭିତରେ କଣ ହୁଏ ଜାଣିଲେ ମୁଣ୍ଡ ଘୁରେଇ ଦେବ

ଫିଟ୍ ରହିବା ପାଇଁ ଆପଣ ଅଧିକ ପାଣି ପିଉଛନ୍ତି କି ? ଏକାସାଙ୍ଗେ ବୋତଲ ଲେଖାଏଁ ପାଣି ପିଉଛନ୍ତି କି ? ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ପିଲାଦିନରୁ ଆମେ ଶୁଣି ଆସିଥାଉ କି ହେତେ ପାଣି ପିଇବା ଶରୀର ପାଇଁ ତାହା ସେତେ ଭଲ । କିନ୍ତୁ ଲେମ୍ବୁ ଅତି ଚିପୁଡିଲେ ପିତା ଭଳି ଅଧିକ ପାଣି ପିଇବା ମଧ୍ୟ ଆମ ପାଇଁ କ୍ଷତିକାରକ ହୋଇପାରେ । ପାଣି ପିଇବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ । କିନ୍ତୁ ଅଧିକ ପାଣି ପିଇବା ହେତୁ ଆପଣ ଅତ୍ୟଧିକ ହାଇଡ୍ରେସନ ସମସ୍ଯାର ସମୁଖୀନ ହୋଇପାରନ୍ତି ।

ଏହି ସମସ୍ଯାକୁ ଜଳନିଶା ମଧ୍ୟ କୁହାଯାଏ । ତେବେ ଅଧିକ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କିପରି କ୍ଷତିକାରକ ହୋଇପାରେ ତାହା ଆମେ ଆପଣଙ୍କୁ ବିସ୍ତୃତ ଭାବେ କହିବୁ । ଓଭର ହାଇଡ୍ରେସନ ଯୋଗୁଁ ଆମ କିଡନୀ ନଷ୍ଟ ହୋଇ ଯାଇଥାଏ । ଆମେ ଯେବେ ଅଧିକ ପାଣି ପିଇଥାଉ ସେତେବେଳେ ଆମ ଆର୍ଚିନାଇନ ଭାସୋପ୍ରେସିନର ପ୍ଲାଜା ସ୍ତର କମିଯାଏ । ଯାହା ସିଧାସଳଖ ଆମ କିଡନୀର କାର୍ଯ୍ୟକ୍ଷମତା ଉପରେ ପ୍ରଭାବ ପକାଇଥାଏ ।

ତେଣୁ ଏଭଳି ସ୍ଥିତିରେ ଅଧିକ ପାଣି ପିଇବା ଉଚିତ ନୁହେଁ । ଏହାକୁ ନେଇ ଅନେକ ଅଧ୍ୟୟନ କରାଯାଇଛି । ଆଉ ସେସବୁରୁ ଏହା ଜଣାପଡିଛି ଯେ ଓଭର ହାଇଡ୍ରେସନର କାରଣ କେବଳ ସାଧା ପାଣି ନୁହେଁ ବରଂ ଅଧିକ ଲୌହ ମିଶ୍ରିତ ଜଳ ପାନ କରିବା ଦ୍ଵାରା ଏଭଳି ସମସ୍ଯା ଦେଖା ଦେଇଥାଏ । ଯେଉଁଥି ପାଇଁ ଯକୃତ ସମ୍ବନ୍ଧିତ ସମସ୍ଯା ମଧ୍ୟ ଦେଖା ଦେଇପାରେ । ତେଣୁ ଆବଶ୍ୟକ ଠାରୁ ଅଧିକ ଜଳ ପାନ କରିବା ଠାରୁ ଦୂରେଇ ରହିବା ଉଚିତ ଅଟେ ।

ଏହାସହ ଆହୁରି ମଧ୍ୟ ଜଣାପଡିଛି କି, ପ୍ରଚୁର ପାଣି ପିଇବା ଦ୍ଵାରା ଆପଣ ହୃଦଘାତର ମଧ୍ୟ ଶିକାର ହୋଇ ପାରନ୍ତି । ବାସ୍ତବରେ ଅଧିକ ପାଣି ପିଇବା ଦ୍ଵାରା ଏହା ଆମ ଶରୀରରେ ଡ଼ାକ୍ତର ପରିମାଣକୁ ବୃଦ୍ଧି କରିଥାଏ । ଯାହା ସିଧାସଳଖ ହୃଦୟର ରକ୍ତବାହୀ ଉପରେ ଚାପ ପକାଇଥାଏ । ଆଉ ଏହି ଅତ୍ୟଧିକ ଚାପ ହୃଦଘାତର ସମ୍ଭାବନା ସୃଷ୍ଟି କରିଥାଏ । ଏହାସହ ଆବଶ୍ୟକ ଠାରୁ ଅଧିକ ପାଣି ଆମ ଶରୀରରେ ସୋଡିୟମର ମାତ୍ରକୁ ମଧ୍ୟ କମ କରିଦିଏ ।

ଯାହା ଜଳ ଓସମୋସିସ ପ୍ରକ୍ରିୟା ମାଧ୍ୟମରେ ଆମ କୋଷ ଗୁଡିକରେ ପ୍ରବେଶ କରେ । ଫଳରେ କୋଷରେ ଫୁଲା ସମସ୍ଯା ଦେଖାଦିଏ ଓ ଏହା ମାଂସପେଶୀ, ଟିସ୍ୟୁ ଓ ମସ୍ତିଷ୍କ କୋଷର କ୍ଷୟ ଭଳି ଗମ୍ଭୀର ସମସ୍ଯା ସୃଷ୍ଟି କରିପାରେ । ଏଥିପାଇଁ ଅତ୍ୟଧିକ ଜଳ ପାନରୁ ଦୂରେଇ ରହିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।