ବସରେ ୪୦ ସାଥିମାନଙ୍କ ସହିତ ବସିବାକୁ ଯାଉଥିଲେ ଏହି ଯବାନ, ଖବର ମିଳିଲା – ତୁମକୁ ଛୁଟି ମିଳିଯାଇଛି, ଘରକୁ ଯାଇ ପାରିବ, ଯବାନଙ୍କ ବାପା କହିଲେ କି …

ପୁଲୱାମାରେ ପାକିସ୍ତାନର ଆତଙ୍କିବାଦୀଙ୍କ ତରଫରୁ ହୋଇଥିବା କାୟରତାପୂର୍ଣ ଆକ୍ରମଣରେ ପୁରା ଦେଶ ଦୁଖରେ ଅଛନ୍ତି । ଏହି ଘଟଣାରେ ଦେଶ ପାଖାପାଖି ୪୦ ଜଣ ଯବାନମାନଙ୍କୁ ହରାଇ ଦେଇଛି ଏବଂ କେତେ ଯବାନ ଆହାତ ମଧ୍ୟ ହୋଇଛନ୍ତି । ଏହି ମାର୍ମିକ ସମୟରେ ଦେଶର ସାଧାରଣ ଜନତା ଠୁ ନେଇ ସେଲିବ୍ରିଟୀ ପର୍ଯ୍ୟନ୍ତ ସମସ୍ତେ ସହିଦଙ୍କ ପରିବାର ସହିତ ଅଛନ୍ତି ଏବଂ ତାଙ୍କ ଦୁଖରେ ଦୁଖୀ ହେଉଛନ୍ତି ।

ଏମାନଙ୍କ ମଧ୍ୟରୁ ସିଆରପିଏଫର ଜଣେ ଯବାନ ସାମିଲ ଅଛନ୍ତି ଯିଏକି ମୁର୍ତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି, କିନ୍ତୁ ନିଜର ଭାଇମାନଙ୍କୁ ହରାଇବାର ଦୁଖ ବି ତାଙ୍କୁ ଅଛି ।

ମୁର୍ତ୍ୟୁ ମୁଖରୁ ବଞ୍ଚିଲେ ଥାକା

ପୁଲୱାମା ଘଟଣାରେ ଜଣେ ଯବାନ ଏମିତି ବି ଅଛନ୍ତି ଯିଏ କି ମୁର୍ତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । କହିବାକୁ ଗଲେ ମହାରାଷ୍ଟ୍ରର ଅହମଦନଗରରେ ରହୁଥିବା ୨୮ ବର୍ଷର ଥାକା ବେଲକରଙ୍କର ୫ ଦିନ ପରେ ବାହାଘର ହେବାର ଥିଲା । ସେ ବାହାଘର ପାଇଁ ଛୁଟିର ଆବେଦନ କରିଥିଲେ, କିନ୍ତୁ ତାହା ମଞ୍ଜୁରୀ ହୋଇ ନଥିଲା ଏବଂ ୧୪ ଫେବ୍ରୁୟାରୀ ଦିନ ହିଁ ତାଙ୍କର ଛୁଟି ମଞ୍ଜୁରୀ ହୋଇଥିଲା ।

୪୦ ଯବାନଙ୍କ ସହିତ ସେ ବି ସେହି ବସରେ ବସିବାକୁ ଯାଉଥିଲେ କି ତାଙ୍କୁ ଖବର ମିଳିଲା କି ତାଙ୍କୁ ଛୁଟି ମିଳି ଯାଇଛି ଏବଂ ସେ ଘରକୁ ଯାଇ ପାରିବେ । ବାହାଘର ପାଇଁ ସେ ଘରକୁ ଆସି ଯାଇଥିଲେ । କିନ୍ତୁ ଏହି ଘଟଣା ଶୁଣିବା ପରେ ସେ ବହୁତ ଦୁଖି ହୋଇଯାଇଛନ୍ତି । କହିଦେଊଛୁ ଯେ ୨୪ ଫେବ୍ରୁୟାରୀ ଦିନ ବେଲକରଙ୍କର ବାହାଘର ହେବାର ଅଛି । ଯଦି ତାଙ୍କର ଛୁଟି ମଞ୍ଜୁରୀ ହୋଇନ ଥାନ୍ତା ତେବେ ସେ ବି ବସରେ ବସି ଥାନ୍ତେ ଏବଂ ସେ ବି ସହିଦ ହୋଇଥାନ୍ତେ ।

ବାହାଘର ପାଇଁ ମିଳିଥିଲା ଛୁଟି

ଘରକୁ ଆସିବା ପରେ ହିଁ ବେଲକରଙ୍କର ଚେହେରାରେ କୌଣସି ଖୁସି ନଥିଲା । ସେ ଶନିବାର ଦିନ ହିଁ ଅହମଦନଗର ସ୍ଥିତ ନିଜ ଘରେ ପହଞ୍ଚିଥିଲେ । ସେ ଘରଲୋକଙ୍କ ସହିତ କଥାବାର୍ତ୍ତା ବି କରି ନାହାନ୍ତି । ତାଙ୍କର ଦାଦା ପୁଅ କହିଲ କି ଥାକା ୨୫୦୦ ଯବାନଙ୍କ ମଧ୍ୟରେ ସାମିଲ ଥିଲେ ଯିଏକି ସେହି ବସରେ ବସି ଯିବାର ଥିଲା, କିନ୍ତୁ ଏହା ତାଙ୍କର ଦୁର୍ଭାଗ୍ୟ ଥିଲା କି ସେ ଶତ୍ରୁମାନଙ୍କୁ ମାରି ପାରିଲେ ନାହିଁ ।

ଯବାନଙ୍କର ପିତା କହିଲେ କି ମୋର ଗୋଟିଏ ପୁଅ ତ ବଞ୍ଚିଗଲା କିନ୍ତୁ ୪୦ ପୁଅ ସହିଦ ହୋଇଗଲେ ।

ପୁଲୱାମାରେ ଯାହା ହେଲା ତାହା ଦେଶକୁ ଶକ୍ତ ଆଘାତ ଦେଇଛି ଏବଂ ଏହି ଆଘାତକୁ କେବଳ ଆତଙ୍କିମାନଙ୍କର ମୁର୍ତ୍ୟୁଦ୍ଵାରା ହିଁ ଭରା ଯାଇ ପାରିବ । ପୋଷ୍ଟଟିକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।