ଜାଣନ୍ତୁ ସେନା ଏବଂ CRPF ମଧ୍ୟରେ କଣ ପାର୍ଥକ୍ୟ ହୋଇଥାଏ ? ଏବଂ ସରକାର କାହିଁକି ଦେଇ ନଥାନ୍ତି CRPF ଯବାନମାନଙ୍କୁ ପେନସନ

ଭାରତର ଅଧିକ ଲୋକ ସରକାରୀ ଚାକିରି ଚାହୁଁଛନ୍ତି ଏବଂ ତାହା ଯେ କୌଣସି ପ୍ରକାରର ବି ହୋଇଥାଉ । ଏହା ପଛର କାରଣ ଏହା ଅଟେ କି ସରକାରୀ ଚାକିରିରେ ଡ୍ଯୁଟି କମ ହୋଇଥାଏ, ଛୁଟି ଅଧିକ ମିଳିଥାଏ, ସ୍ୟାଲେରୀ ଅଧିକ ମିଳିଥାଏ ଏବଂ ରିଟାୟରମେଂଟ ପରେ ଅଧିକ ପେନସନ ମିଳିଥାଏ । ଭାରତୀୟ ସେନାର ସବୁ ଯବାନମାନଙ୍କୁ ମଧ୍ୟ ପେନସନର ସୁବିଧା ଉପଲବ୍ଧ କରା ଯାଇଛି ।

କିନ୍ତୁ ସିଆରପିଏଫ ଯବାନମାନଙ୍କ ପାଇଁ କୌଣସି ପେନସନ ନାହିଁ । ସମସ୍ତେ ସେନା (ARMY) ଏବଂ ଅର୍ଧସୈନିକ ବଳ (CRPF)କୁ ଗୋଟିଏ ବୋଲି ମାନିନ୍ତି । କିନ୍ତୁ ଏଥିରେ ଅନ୍ତର ଅଛି । ଗତ ଦିନରେ ସିଆରପିଏଫ ଯବାନମାନଙ୍କ ଉପରେ ହୋଇଥିବା ଆକ୍ରମଣର ଚର୍ଚା ସବୁଆଡେ ଚାଲିଛି । ଏମିତିରେ ଲୋକମାନେ ସୈନିକ ଏବଂ ଅର୍ଧସୈନିକ ବଳର ଯବାନଙ୍କ ମଧ୍ୟରେ ପାର୍ଥକ୍ୟ ଜାଣି ନଥିବେ ।

ଜାଣନ୍ତୁ ସେନା ଏବଂ ସିଆରପିଏଫ ମଧ୍ୟରେ କଣ ପାର୍ଥକ୍ୟ ଅଛି ?

ସେନାରେ କେବଳ ଇଣ୍ଡିଆନ ଆର୍ମି, ଏୟରଫୋର୍ସ ଏବଂ ଇଣ୍ଡିଆନ ନେବି ସାମିଲ ହୋଇଥାନ୍ତି । ସେନା ଯୁଧ୍ୟ ସମୟରେ ମୋର୍ଚା ସମ୍ଭାଳି ଥାନ୍ତି ଏବଂ ଶାନ୍ତି ସମୟରେ ଦେଶସାରା ସେନାଙ୍କ ପାଇଁ ଏକ କୈଂଟୋନମେଂଟ ତିଆରି କରା ଯାଇଅଛି, ଯେଉଁଥିରେ ସେନା ରହିଥାନ୍ତି । ଆର୍ମି, ଏୟରଫୋର୍ସ ଏବଂ ନେବି ପାଇଁ ଅଲଗା ଅଲଗା କାର୍ଯ୍ୟକ୍ଷେତ୍ର ନିର୍ଧାରିତ କରା ଯାଇଅଛି ।

ନେବୀର କାମ ସମୁଦ୍ର ସୀମା ଗୁଡିକୁ ସୁରକ୍ଷା ପ୍ରଦାନ କରିବାର ଅଛି । ସେଥିପାଇଁ ଏମାନେ ଶାନ୍ତି ସମୟରେ ବି ସମୁଦ୍ର ସୀମାରେ ବି ପ୍ରସ୍ତୁତ ଥାନ୍ତି । ତିନି ସେନା ମଧ୍ୟରେ ସୈନିକମାନଙ୍କର ସଂଖ୍ୟା ପାଖାପାଖି ୧୩.୫୦ ଲକ୍ଷ ଅଟେ । ଯାହା ରକ୍ଷା ମନ୍ତ୍ରାଳୟ ଅଧୀନରେ କାମ କରିଥାଏ । ସେନାରେ ଲେଫ୍ଟିନେଂଟ, ମେଜର, କର୍ନଲ ବ୍ରିଗେଡିୟର ଜେନରାଲ ମେଜର ଭଳି ହୋଇଥାଏ ଏବଂ ଯେତେବେଳେ ରିଟାୟର ହୋଇଥାନ୍ତି ସେତେବେଳେ ତାଙ୍କୁ ପେନସନ ମିଳିଥାଏ ।

CRPF (Central Reserve Police Force) ମାନେ ଅର୍ଧସୈନିକ ସୁରକ୍ଷା ବଳରେ CRPF, BSF, ITBP, CISF, Assam Rifles ଏବଂ SSB ସାମିଲ ଅଛନ୍ତି । ଦେଶରେ ଅର୍ଧସୈନିକ ବଳର ସଂଖ୍ୟା ୯ ଲକ୍ଷରୁ ବି ଅଧିକ ଅଟେ । ଅର୍ଧସୈନିକ ବଳଙ୍କୁ ବାଂଲାଦେଶ, ପାକିସ୍ତାନ, ମିଆମାର, ଚୀନ, ଭୁଟାନ ଏବଂ ନେପାଲର ସୀମା ଉପରେ ଡ୍ଯୁଟି ଦିଆ ଯାଇଥାଏ ।

ଅର୍ଧସୈନିକ ବଳକୁ ସିବିଲ ପୁଲିସ ଭଳି, କନଷ୍ଟବଳ, ହେଡ କନଷ୍ଟବଳ, ଏଏସଆଇ, ଅସିସ୍ଟେଂଟ କମାଂଡେଂଟ ଏବଂ କମାଂଡେଂଟ ଡୀଆଈଜୀ ଆଈଜୀ ଏବଂ ଡୀଜୀର ପୋଷ୍ଟ ଦିଆ ଯାଇଥାଏ । ଅର୍ଧସୈନିକ ବଳଙ୍କୁ ରିଟାୟରମେଂଟ ପରେ ଆର୍ମୀ ଭଳି ପେନସନ ଦିଆଯାଏ ନାହିଁ ଏବଂ ତାଙ୍କୁ ଗୃହ ମନ୍ତ୍ରାଳୟ ଅଧୀନରେ କାମ କରିବାକୁ ପଡିବ ।

CRPF ଯବନମାନେ କରିଥିଲେ ପେନସନର ଆବେଦନ

ଅର୍ଧସୈନିକ ସୁରକ୍ଷା ବଳ ଗତ କେତେ ବର୍ଷ ହେବ ନିଜ ପାଇଁ ପେନସନର ଆବେଦନ କରୁଛନ୍ତି । ସିଆରପିଏଫ ଯବାନମାନଙ୍କର ବି ଗୋଟିଏ ଗୁଜାରିଶ କି ତାଙ୍କୁ ବି ସେନାଙ୍କ ଭଳି ସେବା, ଶର୍ତ ଏବଂ ସମ୍ମାନ ମିଳିବା ଦରକାର । କନ୍ଫେଡରେଶନ ଅଫ ରିଟାୟର୍ଡ ପାରା ମିଲିଟ୍ରୀ ଏସୋସିଏଶନଙ୍କର ମହାସଚିବ ରଣବୀର ସିଂହଙ୍କ ଅନୁସାରେ ସପ୍ତମ ବେତନ ଆୟୋଗରେ ଅର୍ଧସୈନିକ ବଳଙ୍କୁ ସିବିଲୟନର ସ୍ଥାନ ଦିଆ ଯାଇଛି । ପେନସନ ତ ଦୂରର କଥା, ସପ୍ତମ ବେତନ ଆୟୋଗରେ ତାଙ୍କୁ ଭତ୍ତା ମାନେ ପେନସନ ପର୍ଯ୍ୟନ୍ତ ବି ଦିଆ ଯିବ ନାହିଁ ।

ଅର୍ଧସୈନିକ ବଳର ଯବାନଙ୍କ ସହିତ ସରକାରଙ୍କର ସୌତେଲା ବ୍ୟବହାର ରହିଛି । ତାଙ୍କୁ ପେନସନ ଦିଆ ଯାଏ ନାହିଁ ଏବଂ ଆର୍ମୀ ଭଳି ଏମଏସପୀ ବି ଦିଆ ଯାଏ ନାହିଁ । ଏମାନଙ୍କୁ ସେନାଙ୍କର କ୍ୟାନ୍ଟିନରେ ଜୀଏସଟୀ ଫ୍ରୀ ମିଳିଛି । କିନ୍ତୁ ଅର୍ଧସୈନିକ ବଳଙ୍କୁ କୈଂଟୀନରେ ଜୀଏସଟୀରେ କିଛି ଫ୍ରୀ ମିଳି ନଥାଏ । କିନ୍ତୁ ଅର୍ଧସୈନିକ ବଳ ବି ଆର୍ମୀଙ୍କ ସହିତ ଗୋଡରେ ଗୋଡ ମିଶାଇ ଦେଶର ରକ୍ଷା କରନ୍ତି ଏମାନଙ୍କୁ ବି ପେନସନ ଦେବା ଉଚିତ ।

ଆପଣମାନକର ମତାମତ କମେଣ୍ଟ କରନ୍ତୁ । ପୋଷ୍ଟ ଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ ଓ ଆମ ସହିତ ଆଗକୁ ରହିବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।