ସତରେ କଣ ଏମିତି ବି ଆସେ ଶେଷ ସମୟ ! ଗଣେଶ ପେଣ୍ଡାଲରେ ହନୁମାନ ସାଜି ଦର୍ଶକଙ୍କୁ ଝୁମାଉଥିଲେ, ଆଉ ତା’ପରେ ହଠାତ… ଦେଖନ୍ତୁ video

ପୂଜା ଚାଲିବା ସାଙ୍ଗକୁ ମାହୋଲ ବି ଜମିଥାଏ । ନାଚ ଚାଲିଥାଏ ଆଉ ଦର୍ଶକ ବି ତାଳେ ତାଳେ ଝୁମୁଥାନ୍ତି । ଆଉ ସେମାନଙ୍କୁ ଝୁମାଉଥାନ୍ତି ହନୁମାନ । ହେଲେ ସେ ନିଜେ ହୁଏତ ଜାଣି ନଥିବେ କି ଦର୍ଶକଙ୍କୁ ଝୁମାଇବା ଭିତରେ ସେ ନିଜର ଶେଷ ନିଃଶ୍ଵାସ ଗଣୁଥାନ୍ତି । ବେଳେ ବେଳେ ଆମ ଚାରିପାଖରେ ଏପରି କିଛି ଘଟଣା ଘଟେ ଯାହା ଆମକୁ ସ୍ତବ୍ଧ କରି ଦେଇଥାଏ । ଏହା ଠିକ ସେମିତି ଏକ ଘଟଣା । ଆପଣ ଏହି ଭିଡିଓ ଦେଖିବା ପରେ ଭାବବିହ୍ଵଳ ହୋଇଯିବେ ଓ ଭାବିବେ କି ସମୟ ଆଉ ଟିକେ ପଛକୁ ଫେରି ଯାଆନ୍ତାନି !

ସତରେ କଣ ଏମିତି ବି ଆସେ ମୃତ୍ୟୁ ! ଗଣେଶ ପୂଜା ମଣ୍ଡପରେ ହନୁମାନ ବେଶ ସାଜି ନୃତ୍ୟ କରୁଥିବା ଏହି ବ୍ୟକ୍ତିଜଣଙ୍କୁ ଟିକେ ଭଲରେ ଦେଖନ୍ତୁ । ଦର୍ଶକଙ୍କୁ ଝୁମାଇବାକୁ ସେ ନିଜର ଚେଷ୍ଟା ଜାରି ରଖିଛନ୍ତି । ଭଜନ ଓ ଡିଜେର ତାଳେ ତାଳେ ସେ ଦର୍ଶକଙ୍କୁ ଝୁମାଇ ଚାଲିଛନ୍ତି । ଆଉ ହଠାତ କିଛି ସମୟ ପରେ ସେ ତଳେ ପଡି ଯାଉଛନ୍ତି । କିନ୍ତୁ ପେଣ୍ଡାଲରେ ବସି ତାଙ୍କ ନୃତ୍ୟ ଦେଖୁଥିବା ଲୋକମାନେ ଏହା ତାଙ୍କ ଅଭିନୟର ଏକ ଅଂଶ ଭାବି କରତାଳି ମାରି ଚାଲିଛନ୍ତି ।

ହେଲେ ଯେତେବେଳେ ବହୁ ସମୟ ଧରି ବ୍ୟକ୍ତିଜଣକ ଉଠି ନଥିଲେ, ସେତେବେଳେ କିଛି ଲୋକ ତାଙ୍କ ପାଖକୁ ଯାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ଆଉ ସେତେବେଳକୁ ବ୍ୟକ୍ତିଜଣକ ନିଜର ଶେଷ ଅବସ୍ଥାରେ ଥାଆନ୍ତି । ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ । ହେଲେ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାଟି ହେଉଛି ମେନୋପୋଇ ଜିଲ୍ଲାର ମୋହଲା ବଂଶୀଗୋହରାର ବୋଲି ଜଣାପଡିଛି ।

ଆଉ ଗଣେଶ ପେଣ୍ଡାଲରେ ହନୁମାନ ବେଶ ଧରି ନୃତ୍ୟ କରୁଥିବା ବ୍ୟକ୍ତିଜଣକ ହେଉଛନ୍ତି ୩୫ ବର୍ଷୀୟ ରବି ଶର୍ମା । ଆଉ ଏବେ ଏହି ଘଟଣାର ପୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହନୁମାନ ବେଶଧାରୀ ଏହି ବ୍ୟକ୍ତିଙ୍କ ଏଭଳି ମୃତ୍ୟୁ ପରେ ପୁରା ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି । ସମସ୍ତେ ଏହି ଘଟଣାକୁ ନେଇ ସ୍ତବ୍ଧ ହୋଇ ଯାଇଛନ୍ତି । ଆଉ ପେଣ୍ଡାଲରେ ନୀରବତା ଛାଇ ଯାଇଥିଲା ।

ଲୋକଙ୍କ କହିବା ଅନୁଯାୟୀ ରବି ଜଣେ ବହୁତ ଭଲ କଳାକାର ଥିଲେ । ସେ ଭଲ ଅଭିନୟ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ । ହେଲେ ଏହି ଅଭିନୟ କରୁ କରୁ ସେ ଯେ ଦୁନିଆ ଛାଡି ଚାଲିଯିବେ ସେକଥା କେହି କେବେ ଭାବି ନଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।