ଅଜଗର ପେଟରେ ବୃଦ୍ଧ ନା ବନ୍ୟଜନ୍ତୁ ଅଛି ଅନୁମାନ ଚାଲିଥିବା ବେଳେ ଫେରାର ହୋଇଗଲାଣି ଅଜଗର, ଦେଖନ୍ତୁ କଣ କହିଲେ ଗ୍ରାମବାସୀ

ଅଜଗର ପେଟରେ କଣ ଅଛି ବୋଲି ସେ କେମିତି ଜାଣିଲେ ? ସେ କଣ ଭଗବାନ କି ? ଗାଁର ଏହି ବ୍ୟକ୍ତିଜଣକ ନିଜ ଦାଦାଙ୍କୁ ଅଜଗର ଗିଳିଥିବା କହିବା ସହ ଜଣେ ଏକ୍ସପର୍ଟଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କେମିତି ଜାଣିଲେ ଯେ ଅଜଗର ନିଖୋଜ ବୃଦ୍ଧଙ୍କୁ ଖାଇଛି କି ବନ୍ୟଜନ୍ତୁକୁ ଖାଇଛି ? ସେ କଣ ଭଗବାନ ଯେ ଅଜଗର ସାପକୁ ବିନା କୌଣସି ସ୍କାନ କରି ଜାଣିଦେଲେ ଯେ ଅଜଗର ପେଟରେ ବୃଦ୍ଧ ନାହାନ୍ତି ବୋଲି ? ବୃଦ୍ଧ ଜଣକ ଯେତେବେଳେ ଘରକୁ ଫେରି ନଥିଲେ ଦୁଇଦିନ ପର୍ଯ୍ୟନ୍ତ ଗାଁ ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ।

ଆଉ ଦେଖିଥିଲେ କି ଜଙ୍ଗଲରେ ତାଙ୍କର ଲୁନା ଗାଡିଟି ପଡି ରହିଥିଲା ଓ ଏହାର କିଛି ଦୂରତାରେ ପଡି ରହିଥିଲା ଏକ ବିରାଟ ଅଜଗର ସାପ । ଅଜଗର ପେଟରେ ଏତେ ବଡ଼ ଜନ୍ତୁ ଥିବା ଭଳି ଦିଶୁଥିଲା ଯେ ସେମାନେ ସିଧା ସନ୍ଦେହ କଲେ ଯେ ଅଜଗରଟି ନିଖୋଜ ବୃଦ୍ଧଙ୍କୁ ଗିଳି ଦେଇଥାଇ ପାରେ । କାରଣ ଅଜଗରର ପେଟଟି ବହୁତ ବଡ ଆକାରରେ ଫୁଲି ରହିଥିଲା । ସାପକୁ ଦେଖି ଗାଁ ଲୋକେ କହିଥିଲେ ଯେ ସାପଟି ପାଖାପାଖି ୧୮ ଫୁଟର ହେବ । କିନ୍ତୁ ଜଙ୍ଗଲ ବିଭାଗ ବହୁତ କିଛି କଥା ଲୁଚାଇ ଦେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ଏମିତିକି ଜଙ୍ଗଲ ବିଭାଗ କହୁଛି ସାପଟି କୁଆଡେ ମାତ୍ର ୧୦ ଫୁଟ ହେବ । ଯାହାକି ଗାଁ ଲୋକେ ଆହୁରି ବଡ ସାପ ଦେଖିଥିବା କହୁଛନ୍ତି । ଆଉ ସାପଟି ୧୦ ଫୁଟ ହେବ ବୋଲି କହୁଥିବା ଜଙ୍ଗଲ ଅଧିକାରୀ କିନ୍ତୁ ସାପକୁ ଦେଖିନାହାନ୍ତି । ଗାଁ ଲୋକେ ଯେଉଁଠି ଦେଖିଥିଲେ ୧୮ ଫୁଟ ଲମ୍ବର ଅଜଗର ବୃଦ୍ଧଙ୍କୁ ଗିଳିଦେଇଛି ବନବିଭାଗ ଅଧିକାରୀ କେମିତି ଜାଣିଲେ ଯେ ସାପଟି ୧୦ ଫୁଟ ହେବ ?

ଏହାକୁ ନେଇ ଆଲୋଚନା କରିବା ସହ ନେହୁରା ହୋଇଥିଲେ ଓ ଥାନାକୁ ଯାଇ ମଧ୍ୟ ଅଭିଯୋଗ କରିଥିଲେ । ଅଜଗର ପେଟରେ ବୃଦ୍ଧଜଣକ ଅଛନ୍ତି ନା ଆଉ କିଛି ଜଙ୍ଗଲି ପଶୁ ଅଛି ବୋଲି ସ୍କାନ କରି ଦେଖାଯାଉ ବୋଲି ସେମାନେ କହିଥିଲେ । ବିନା କୌଣସି ଟେକ୍ନିକାଲ ଚେକ୍ ବା ସ୍କାନ ନକରି ବୃଦ୍ଧଙ୍କୁ ଅଜଗର ଗିଳିନାହିଁ ବୋଲି ସିଧା କହୁଥିଲା ବନବିଭାଗ । ଆଉ ଗ୍ରାମବାସୀଙ୍କ କଥାକୁ ଟାଳି ଦେଉଥିଲା । ଏଯାଏଁ ମଧ୍ୟ ବୃଦ୍ଧ ମିଳିନାହାନ୍ତି । ଯଦି ତାଙ୍କୁ ସାପ ଗିଳିନି ତେବେ ସେ ଗଲେ କୁଆଡେ ?

କିନ୍ତୁ ଏତେ ଡେରି ହେବାରୁ ବୃଦ୍ଧଜଣକ ଏବେ ଅଜଗର ପେଟରେ ଜୀର୍ଣ୍ଣ ହୋଇ ଯାଇଥିବେ । ଆଉ ଅଜଗର ବି ଆଉ ସେଠାରେ ନାହିଁ । ବନବିଭାଗ ଯଦି ଅଜଗରଟିକୁ ସ୍କାନ କରିଥାନ୍ତା ତେବେ କଣ ଅସୁବିଧା ହୋଇ ଯାଇଥାନ୍ତା ବୋଲି ପ୍ରଶ୍ନ କରୁଛନ୍ତି ଗ୍ରାମବାସୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।