କାହିଁକି ଏମିତି ଭୋ-ଭୋ ହୋଇ କାନ୍ଦୁଛନ୍ତି ସାଂସଦ Anubhav Mohanty, ଭିଡିଓ ହେଉଛି ଭାଇରାଲ…

ଏଠି ଏକ ଶୋଭାଯାତ୍ରା ଚାଲିଛି, ଆଉ ଏଥିରେ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟ ସାମିଲ ଅଛନ୍ତି । ଆଉ ଛୋଟ ପିଲାଟି ଭଳି କଇଁ କଇଁ ହୋଇ କାନ୍ଦୁଛନ୍ତି । ଖବରଟି ହେଉଛି ଅନୁଭବ ମହାନ୍ତିଙ୍କ ପରିବାରରେ ପୁଣି ଦେଖାଦେଇଛି ଦୁଃଖ । କାରଣ ସାଂସଦ ଅନୁଭବ ମହାନ୍ତିଙ୍କ ବଡ ବାପା ଅକ୍ଷୟ ମହାନ୍ତିଙ୍କର ଦେହାନ୍ତ ହୋଇଛି । ଆଉ ଆପଣ ଦେଖୁଥିବା ଏହି ଶେଷ ଯାତ୍ରା ହେଉଛି ସାଂସଦ ଅନୁଭବ ମହାନ୍ତିଙ୍କ ବଡବାପା ଅକ୍ଷୟ ମହାନ୍ତିଙ୍କର ।

ସ୍ଵର୍ଗଦ୍ଵାର ଅଭିମୁଖେ କରାଯାଉଛି ତାଙ୍କର ଶେଷ ଯାତ୍ରା ଓ ଶେଷରେ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏଥିରେ ସାଂସନ ଅନୁଭବ ମହାନ୍ତିଙ୍କ ପରିବାର ସହ ସେ ନିଜେ ମଧ୍ୟ ଉପସ୍ଥିତ ରହିଛନ୍ତି । ବଡବାପାଙ୍କ ଦେହାନ୍ତରେ ଭୋ ଭୋ ହୋଇ କାନ୍ଦୁଛନ୍ତି ଅନୁଭବ । ଅତୀତରେ ନିଜ ବଡବାପାଙ୍କ ସହ କଟିଥିବା ଅନେକ ମୂହୁର୍ତ୍ତକୁ ମନେପକାଇ କାନ୍ଦିଛନ୍ତି ଅନୁଭବ । ବଡବାପାଙ୍କ ଶେଷଯାତ୍ରାରେ କାନ୍ଧ ଦେବା ସହ ଅନୁଭବ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଯେତେବେଳେ ତାଙ୍କ ବଡ ଭାଇ ବଡବାପାଙ୍କ କୋକେଇରେ ନିଆଁ ଦେବା ପାଇଁ ସାତ ଘେରା ବୁଲୁଛନ୍ତି ସେତେବେଳେ ଅନୁଭବ ମହାନ୍ତି ପାଖରେ ଠିଆ ହୋଇ ନିଜ କୋହ ସମ୍ଭାଳି ପାରୁ ନାହାନ୍ତି । ଆଉ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି । ଅନୁଭବ ତାଙ୍କ ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତି କରୁଛନ୍ତି । ଏପଟେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ପାରିବାରିକ ବିବାଦ ଥମୁ ନଥିବା ବେଳେ ସେପଟେ ବଡବାପାଙ୍କ ଦେହାନ୍ତ ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଛି ।

ତାଙ୍କ ପରିବାରରେ ଯେପରି ଗୋଟିଏ ପରେ ଗୋଟିଏ ଦୁଃଖ ଲଦି ହୋଇ ପଡୁଛି । ପତି ପତ୍ନୀଙ୍କ ବିବାଦ ଯୋଗୁଁ ତାଙ୍କର ପୁରା ପରିବାର କଷ୍ଟ ଭୋଗୁଛନ୍ତି ବୋଲି ଅନେକ ଥର ଅନୁଭବ ସୋସିଆଲ ମିଡିଆରେ ଜଣାଇଛନ୍ତି । ନିଜ ପିତାମାତାଙ୍କୁ ତାଙ୍କ ପୈତୃକ ଘରକୁ ଫେରାଇ ଆଣିବାକୁ ସଂଘର୍ଷ କରୁଛନ୍ତି ଅନୁଭବ । ସେପଟେ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନଥିବାରୁ ସେଥିପାଇଁ ମଧ୍ୟ ସେ ଚିନ୍ତିତ ରହୁଛନ୍ତି ।

ଆଉ ଏବେ ବଡବାପାଙ୍କ ଦେହାନ୍ତ ଯୋଗୁଁ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅନୁଭବ ଭୋ ଭୋ କାନ୍ଦୁଥିବାର ଦେଖି ତାଙ୍କ ପ୍ରଶଂସକ ମାନେ ମଧ୍ୟ ଦୁଃଖ ପ୍ରକାଶ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।