80 ଫୁଟ୍ ଉପରୁ ଖସିଲା ଚକିରି ଦୋଳି, ଆଉ ତା’ପରେ ଯାହା ହେଲା ନା ଭାଇରାଲ ହେଉଛି video, ଦେଖନ୍ତୁ video

ଯାତ୍ରାରେ ବିଭିନ୍ନ ପ୍ରକାରର ଦୋଳି ପଡିଥାଏ । ଯାତ୍ରା ବୁଲିବା ସହ ମନ ପସନ୍ଦର ଦୋଳିରେ ଟିକେ ବସିଗଲେ ଯାତ୍ରାର ମଜା ଦ୍ଵିଗୁଣ ହୋଇଯାଏ । ପିଲାଠୁ ବୁଢା ଯାଏଁ ପ୍ରାୟତଃ ସମସ୍ତେ ଦୋଳି ମାନଙ୍କରେ ବସିବାକୁ ଖୁବ ଭଲ ପାଇଥାନ୍ତି । ଦୋଳିରେ ବସିଲେ ଯେତିକି ଡର ଲାଗେ ମଜା ବି ସେତିକି ଲାଗେ । ଦୀର୍ଘ ଦୁଇ ବର୍ଷ ବ୍ଯବଧାନରେ କରୋନା ମହାମାରୀର ପ୍ରକୋପ କମିବା ପରେ ପୁଣି ଥରେ ସର୍ବ ସାଧାରଣ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଉଛି ଓ ଲୋକମାନେ ପୂର୍ବ ଭଳି ଜୀବନଯାପନ କରିବାରେ ସକ୍ଷମ ହୋଇ ପାରୁଛନ୍ତି ।

ନିକଟରେ ସାରା ଦେଶରେ ପବିତ୍ର ଗଣେଶ ଚତୁର୍ଥୀ ଖୁବ ଧୁମଧାମରେ ପାଳିତ ହୋଇଛି । ଅନେକ ସ୍ଥାନରେ ପୂଜା ମଣ୍ଡପ ସାଙ୍ଗକୁ ମେଲୋଡି ଓ ମେଳା ଆଦିର ମଧ୍ୟ ଆୟୋଜନ କରାଯାଇଛି । ତେବେ ପଞ୍ଜାବର ମୋହାଲି ଫେଜ-୮ ର ଦଶହରା ଗ୍ରାଉଣ୍ଡରେ ମଧ୍ୟ ଏକ ଗଣେଶ ପୂଜା ଉପଲକ୍ଷେ ଏକ ମେଳାର ଆୟୋଜନ କରାଯାଇଛି । ମେଳାରେ ଭଳିକି ଭଳି ଦୋକାନ ସାଙ୍ଗକୁ ମଜାଦାର ଦୋଳିମାନ ମଧ୍ୟ ରହିଛି । ସେଥିମଧ୍ୟରୁ ୮୦ ଫୁଟ ଉଚ୍ଚର ଚକିରି ଦୋଳି ଦର୍ଶକଙ୍କୁ ଖୁବ ଆକୃଷ୍ଟ କରୁଥିଲା ।

ଏଥିରେ ଲୋକମାନେ ବସିବା ପରେ ଏହା ଏହାକୁ ଧୀରେ ଧୀରେ ଘୁରାଇବା ସହ ଉପରକୁ ଉଠା ଯାଇଥାଏ । ତେବେ ଏହି ଚକିରି ଦୋଳି ସ୍ପିନର ହୁଇଲରେ ବସି କିଛି ଲୋକ ମଜା ନେଉଥିବା ବେଳେ ଏହା ହଠାତ ଭାଙ୍ଗି ଯାଇଥିଲା । ଦୋଳିଟି ହଠାତ ସାମାନ୍ଯ ଟିକେ ଢଳିବା ସହ ଏକଦମ ତଳକୁ ଖସି ପଡିଥିଲା । ଯାହାଫଳରେ ସେଥିରେ ବସିଥିବା ପ୍ରାୟ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ମଧ୍ୟ ରହିଛନ୍ତି ।

ବିଶେଷ କରି ଲୋକଙ୍କର ମୁଣ୍ଡ, ବେକ ଓ ଅଣ୍ଟାରେ ଆଘାତ ଲାଗିଥିବା ଜଣାପଡିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତିବରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଦୋଳିରେ ବସିଥିବା ସମସ୍ତ ବ୍ୟକ୍ତି ଏବେ ଏକ ପ୍ରକାର ସଦମାରେ ଅଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚିଥିଲା ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଦୋଳିର ମାଲିକ ଓ ମ୍ୟାନେଜମେଣ୍ଟରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଅଟକ ରଖି ଏ ସମ୍ବନ୍ଧରେ ପଚରାଉଚରା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।