କର୍କଟ ରାଶି (Cancer) ସେପ୍ଟେମ୍ବର 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଉପରେ ନିର୍ଭରଶୀଳ । ଏହା ଆମ ଜୀବନରେ କେବେ ସୁଖ ନେଇ ଆସେ ତ ଆଉ କେବେ ଦୁଃଖ ନେଇ ଆସେ । ଏହା ଯୋଗୁଁ ମଣିଷ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଜାଣିବା ୨୦୨୨ ସେପ୍ଟେମ୍ବର ମାସର କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ରାଶିଫଳ ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବ ଖଣ୍ଡନର ଯଥୋଚିତ ପ୍ରତିକାର ।

ଆପଣଙ୍କ ପାଇଁ ଏହି ମାସଋ ଅନୁକୂଳ ରହିବାକୁ ଯାଉଛି । କ୍ଯାରିୟର ଦୃଷ୍ଟିକୋଣରୁ ମାସଟି ଆପଣଙ୍କ ପାଇଁ ଶୁଭ ହେବାକୁ ଯାଉଛି । ଆପଣଙ୍କ ରାଶିର ଦ୍ଵିତୀୟ ଘରେ ଶୁକ୍ର ସୂର୍ଯ୍ୟଦେବଙ୍କ ସହ ଗମନାଗମନ କରିବେ । ଯାହାକି ଆପଣଙ୍କ କ୍ଯାରିୟରରେ ଭଲ ଫଳ ଦେବ । ଏହି ମାସରେ ଆପଣ ନିଜର ଅସମାପ୍ତ କାର୍ଯ୍ୟ ଦୁଇକୁ ସମାପ୍ତ କରିପାରିବେ । ବିଦେଶ ସହ ଜଡିତ ଲୋକଙ୍କ ପାଇଁ ଏହି ମାସଟି କିଛି ଭଲ ଖବର ଆଣିପାରେ ।

ବ୍ୟବସାୟୀ ଲୋକଙ୍କ ପାଇଁ ମଧ୍ୟ ଏହି ସମୟ ସାଧାରଣ ଅପେକ୍ଷା ଭଲ ରହିବାକୁ ଯାଉଛି । ଏହି ସମୟରେ ବ୍ୟବସାୟୀମାନେ ନିଜ ବ୍ୟବସାୟରେ ବିସ୍ତାର କରିବା ସହ ଉନ୍ନତି କରିବେ । ଆମଦାନୀ ଓ ରପ୍ତାନିରେ ଜଡିତ ଥିଲେ ଏହି ଅବଧି ଆପଣଙ୍କ ବିଦେଶ କାର୍ଯ୍ୟରେ ବୃଦ୍ଧି ଆଣିବ ।

ଏହି ସମୟରେ ଆପଣ ନିଜ କ୍ଯାରିୟରରେ କିଛି ବଡ ସୁଯୋଗ ପାଇପାରନ୍ତି । ଆପଣ ଅନେକ ଦିନ ଧରି ଅପେକ୍ଷା କରିଥିବା ଫଳ ଆପଣଙ୍କୁ ମିଳିବ । କିନ୍ତୁ ଏହାସହ ଆପଣଙ୍କ ଆତ୍ମଗାରିମା ବଢିପାରେ । ତେଣୁ ନିଜ ସ୍ଵଭାବରେ ସଠିକ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା ରଖନ୍ତୁ ନଚେତ ଅନେକ ଅନୁକୂଳ ସୁଯୋଗ ହାତଛଡା କରିପାରନ୍ତି । ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣ ଏହି ମାସରେ ଶୁଭ ଫଳାଫଳ ପାଇବେ ।

ଗ୍ରହ ମାନଙ୍କର ଶୁଭ ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବ । ଯାହାଫଳରେ ଆପଣଙ୍କ ରୋଜଗାର ଉତ୍ସ ବୃଦ୍ଧି ପାଇବ କିନ୍ତୁ ଅଯଥା ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହୋଇପାରେ । ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଅନ୍ୟମାନଙ୍କ ସାହାଯ୍ୟ ଲୋଡିବେ ଓ କଠିନ ପରିଶ୍ରମ କରିବାକୁ ହେବ ।

ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ମିଶ୍ରିତ ଫଳାଫଳ ଦେବ । ତେଣୁ ଯଥାସମ୍ଭବ ବିବାଦରୁ ଦୂରେଇ ରୁହନ୍ତୁ ଓ ପାର୍ଟନରଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ । ବୈବାହିକ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ମାନସିକ ଚାପରୁ ମଧ୍ୟ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ପାରିବାରିକ ଜୀବନ ଦୃଷ୍ଟିରୁ ମାସଟି ଶୁଭଫଳ ପ୍ରଦାନ କରିବ । ଘରର ସଦସ୍ୟଙ୍କ ସମର୍ଥନ ପାଇବେ ଓ ଶାନ୍ତି ଅନୁଭବ କରିବେ ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ମାସଟି ଭଲ ରହିବ । ତଥାପି ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ଓ ଉଚିତ ସମୟରେ ଖିଆପିଆ କରନ୍ତୁ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ କ୍ଷୀରରେ ଜଳ ମିଶାଇ ଭଗବାନ ଶିବଙ୍କ ଜଳାଭିଷେକ କରନ୍ତୁ ଏବଂ ଆଖୁରସ ସହ ମଧ୍ୟ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।