ଗୋଟି ଗୋଟି ଧଳା ବାଳ ସବୁଦିନ ପାଇଁ କଳା ହୋଇଯିବ, ଥରେ କେଶରେ ଲଗେଇ ଦେଖନ୍ତୁ ଏହି ଚମତ୍କାରୀ ହେୟାର ଟନିକ

ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପାୟ କହିବୁ ଯାହାର ପ୍ରୟୋଗ କରି ଆପଣ କେବଳ ୫ ଟଙ୍କାରେ ଧଳା ବାଳକୁ ସଂପୂର୍ଣ୍ଣ କଳା କରିପାରିବେ । ସେହି ସାମଗ୍ରୀଟି ହେଉଛି ଚାହାପତି । ଆପଣ ଏଥିପାଇଁ ଯେକୌଣସି କମ୍ପାନୀରେ ଚାହାପତି ବ୍ୟବହାର କରିପାରିବେ । ଚାହାପତି ସଂପୂର୍ଣ୍ଣ ପ୍ରାକୃତିକ ଉପାୟରେ ଆମ ଧଳା ବାଳକୁ କଳା କରିଥାଏ । ଚାହାରୁ ମିଳୁଥିବା କାଫେଇନ ଆପଣ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ଏଥିପାଇଁ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି ତେଜପତ୍ର । ଏହା ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ । ତେଜପତ୍ର ପ୍ରାକୃତିକ ଉପାୟରେ ଆମ କେଶରେ ସାଇନିଂ ଆଣିଥାଏ । ଉକୁଣି ଓ ରୂପି ଭଳି ସମସ୍ୟା ଅଛି ତେବେ ତେଜପତ୍ରର ପ୍ରୟୋଗ କରିବା ଦ୍ଵାରା ତାହା ମଧ୍ୟ ଦୂର ହୋଇଥାଏ । ଏହା ଆମ କେଶ ବୃଦ୍ଧି କରିବା ସହ ପ୍ରାକୃତିକ ହେୟାର କଣ୍ଡିସନର ଭଳି କାମ କରିଥାଏ ।

ଏବେ ଆପଣଙ୍କୁ ଆବଶ୍ୟକ ହେବେ ଏକ ପାଖୁଡା ରସୁଣ । ରସୁଣରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରପର୍ଟି ରହିଥାଏ । ଏହା ଆମ କେଶ ଭିତର ଚର୍ମରେ କୌଣସି ପ୍ରକାରର ସଂକ୍ରମଣ ଥିଲେ ତାହା ଦୂର କରିଥାଏ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ ଚାମୁଚ ଚାହାପତି ନିଅନ୍ତୁ ।

ଏବେ ଆପଣ ସେତ୍ଗିରେ ତିନୋଟି ତେଜପତ୍ର ପକେଇ ଦିଅନ୍ତୁ ଓ ତା’ପରେ ସେଥିରେ ପକେଇ ଦିଅନ୍ତୁ ଏକ ପାଖୁଡା ରସୁଣ । ଏବେ ଆପଣ ଏଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ ଓ ଏହାକୁ ଗ୍ଯାସରେ ବସେଇ ଭଲଭାବେ ଫୁଟାନ୍ତୁ, ଯେମିତି ଏହି ପାଣିକୁ ସମସ୍ତ ସାମଗ୍ରୀର ପୋଷକତତ୍ତ୍ଵ ଆସିଯିବ । ଏହାକୁ ଆପଣ ଲୋ ଫେମ୍ ରେ ବଏଲ କରନ୍ତୁ । ଉଭୟ ପୁରୁଷ ଏବଂ ମହିଳା ଏହି ରିମେଡିର ପ୍ରୟୋଗ କରିପାରିବେ ।

ଏହା ଆପଣଙ୍କ କେଶକୁ ଘନ ଓ ମଜବୁତ କରିବା ସହ ପ୍ରାକୃତିକ ଉପାୟରେ କଳା କରିବ । ଯଦି ଆପଣଙ୍କ କେଶ ଝଡି ଝଡି ଆପଣ ଚନ୍ଦା ହେବାକୁ ଲାଗିଲେଣି ତେବେ ଆଜିର ଏହି ରିମେଡିକୁ ଆପଣ ନିହାତି ଥରେ ପ୍ରୟୋଗ କରନ୍ତୁ । ୧୦ ମିନିଟ ଏହି ପାଣିକୁ ଲୋ ଫେମ୍ ରେ ବଏଲ କରିବା ପରେ ଏହି ରିମେଡି ବନି ପ୍ରସ୍ତୁତ ହୋଇଯିବ ଓ ଏବେ ଆପଣ ଏହାକୁ ଏକ ପାତ୍ରକୁ ଛାଣି ନିଅନ୍ତି ।

ଆପଣ ଏହାକୁ ଅଧିକ ମାତ୍ରାରେ ବନେଇ ଫ୍ରିଜରେ ଷ୍ଟୋର କରି ରଖିପାରିବେ । ଫ୍ରିଜ ବାହାରେ ଏହାକୁ ଷ୍ଟୋର କରିବେ ନାହିଁ । କଫି ମଧ୍ୟ ଆମ କେଶକୁ ଜଟା ବାନ୍ଧିବାକୁ ଦିଏନାହିଁ କି ଭାଙ୍ଗିବାକୁ ଦିଏନାହିଁ । ଏବେ ଆପଣ ଏକ ପାତ୍ରକୁ ଏକ ଚାମୁଚ କଫି ପାଉଡର ନିଅନ୍ତୁ । କଫି ଆମ କେଶକୁ ଜଟା ବାନ୍ଧିବାକୁ ଦିଏନାହିଁ କି ଭାଙ୍ଗିବାକୁ ଦିଏନାହିଁ ।

ଏକ ଚାମୁଚ କଫି ନେଇ ଏବେ ପ୍ରସ୍ତୁତ ହେୟାର ଟନିକରୁ ଦୁଇ ଚାମୁଚ ସେଥିରେ ମିଶାନ୍ତୁ । ଏହାକୁ କେଶରେ ଲଗେଇଲେ ଆପଣଙ୍କୁ କେଶ ଡାଏ କରିବାକୁ ମଧ୍ୟ ପଡିବ ନାହିଁ । ଏହାକୁ ଆପଣ ସପ୍ତାହରେ ତିନିଥର କେଶରେ ଲଗେଇ ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।