ଏକାସାଥେ ସାତ ଜଣଙ୍କର ଜୀବନ ନେଇଗଲା କିଲର୍ ବ୍ରିଜ ! ପୁରା ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଦୋହଲିଯିବ, ଦେଖନ୍ତୁ video

ସାତଜଣଙ୍କ ଜୀବନ ନେଇଗଲା ତ୍ରୁଟିପୂର୍ଣ୍ଣ ରାସ୍ତା ସାଙ୍ଗକୁ ନିଦାବିଷ୍ଣୁ ବ୍ୟବସ୍ଥା । ସମ୍ବଲପୁର ଶାସନ ସ୍ଥାନା ଅନ୍ତର୍ଗତ ଏହି କିଲର୍ ବ୍ରିଜକୁ ଦେଖିଲେ ଆପଣଙ୍କ ଛାତି ଥରିଯିବ । କେନାଲ ଉପରେ ମୃ-ତ୍ୟୁ ଦୂତ ଭାବେ ଠିଆ ହୋଇ ରହିଛି ଏହି ପୋଲ । ଟିକିଏ ଏପଟ ସେପଟ ହେଲେ ଜୀବନ ପ୍ରତି ବିପଦ । ଏମିତି ଅନେକ ଦିନ ହେବ ଏହି ବ୍ରିଜକୁ ଅଣଦେଖା କରା ଯାଉଥିବା ବେଳେ ଗତରାତିରେ ଜୀବନ ନେଇଗଲା ଏହି କିଲର୍ ବ୍ରିଜ । ପରମାଣପୁର ରାସ୍ତାରୁ ସେହି କେନାଲ ରାସ୍ତା ଦେଇ ଅତିକ୍ରମ କରୁଥିଲା ଏକ ବରଯାତ୍ରୀ ଗାଡି ।

ହେଲେ କେନାଲର ସଙ୍କୁଚିତ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସାତଜଣଙ୍କର ସମାଧି ହୋଇ ଯାଇଥିଲା । ଝିପିଝିପି ବର୍ଷାରେ ଡ୍ରାଇଭରଙ୍କୁ ମିଶାଇ 11 ଜଣ ଥିବା ବୋଲେରୋ ଗାଡିଟି ବିଶାଳଖେଣ୍ଡା ଗାଁ’ ପାଖ ସେହି ତୀକ୍ଷ ବୁଲାଣିରେ ନିୟନ୍ତ୍ରଣ ହରାଇ କେନାଲ ଭିତରକୁ ଖସି ଯାଇଥିଲା । ସେମାନଙ୍କ ମଧ୍ୟରୁ ଚାରିଜଣ କୌଣସିମତେ ଗାଡି କାଚ ଭାଙ୍ଗି ପାଣି ଭିତରୁ ବାହାର ଆସିଥିବା ବେଳେ ଅନ୍ୟ 7 ଜଣଙ୍କର ଦୁଃଖଦ ମୃ-ତ୍ୟୁ ହୋଇଥିଲା ।

ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ରାତିରୁ ସକାଳ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲା ଅଗ୍ନିଶମ ବାହିନୀ । ମୃ-ତା-ହ-ତ-ଙ୍କୁ ସେଠାରୁ ତୁରନ୍ତ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ମୃ-ତ୍ୟୁ ମୁଖରେ ଅଳ୍ପକେ ବର୍ତ୍ତି ଯାଇଥିଲା ଅନ୍ୟ ବରଯାତ୍ରୀ ସେହି କାଳରାତିର ସବୁ କାହଣାଇ ବଖାଣିଛନ୍ତି । ଏହି ଦୁର୍ଘଟଣାର ଦୁଃଖରେ ବାହାଘରର ସବୁ ଖୁସି ନିମିଷକେ ଉଭେଇ ଯାଇଥିଲା ।

ଝିଅଘର ପରମାଣପୁରରେ ସତେ ଯେମିତି କାହା ମୁହଁରୁ କଥା ବାହାରୁନି । ବରପକ୍ଷର ପ୍ରିୟ ପରିଜନଙ୍କ ମୃତ୍ୟୁ ଭିତରେ ବି ବାହା ଦେଇ ଝିଅ ଜ୍ଵାଇଁକୁ ବିଦା କରିଛନ୍ତି ସତ୍ୟନାରାୟଣ ବେହେରା । ଝାରସୁଗୁଡା ଲକ୍ଷଣପୁର ବାକ ଅନ୍ତର୍ଗତ ବଡଧରା ଗାଁ ସାତ ସାତଜଣ ଭେଣ୍ଡିଆ ପୁଅଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି । ଗାଁ ପୁଅ କୁଶ ବେହେରାଙ୍କ ବାହାଘରରେ କାଲି ଯେଉଁମାନେ ବରଯାତ୍ରୀ ହୋଇ ନିର୍ଦ୍ଧୂମ ନାଚିଥିଲେ ଆଜି ସେମାନଙ୍କ ମଧ୍ୟରୁ ସାତ ଜଣଙ୍କର ଶ-ବ ସ-ତ୍କା-ର ପାଇଁ ପ୍ରସ୍ତୁତି ଚାଲିଛି ।

ଅନ୍ୟପଟେ କୋହକୁ ଚାପି ଭାରି ମନରେ କନ୍ୟାକୁ ନେଇ ଘରେ ପ୍ରବେଶ କରିଛି ପୁଅ । ଏହି ପୋଲ ରାସ୍ତା ନେଇ ଅନେକ ଥର ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି । କାରଣ ରାସ୍ତା PWD ର ହୋଇଥିବା ବେଳେ ପୋଲଟି ଜଳସେଚନ ବିଭାଗର । ଏହି ବିବାଦରୁ କାମ ଆଗକୁ ବଢୁନି ବୋଲି ଖବର ସାମ୍ନାକୁ ଆସିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।