ନାଳ ପାଣିରେ ପଶି ରାସ୍ତାରେ ବୁଡି ଯାଉଥିବା ଗାଡି ଗୁଡିକୁ ଠେଲିଠାଲି ବାହାର କରୁଛି, ଏ କୁନି ପିଲାକୁ ଯେତେ ପ୍ରଶଂସା କଲେ ବି କମ୍ ପଡିବ, ଦେଖନ୍ତୁ video

ପଶ୍ଚିମା ଝଡ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ବର୍ଷା ଲାଗି ରହିଛି । ରାଜଧାନୀ ଭୁବନେଶ୍ବର ଓ କଟକରେ କିଛିଦିନ ହେବ ପାଗ ସାମାନ୍ଯ ଶୁଖିଲା ରହିଥିବା ବେଳେ ଗତକାଲି ଠାରୁ ପୁଣି ଥରେ ଝଡ ବର୍ଷା ଲାଗି ରହିଛି । ଏଭଳି ସ୍ଥଳେ ଅଧିକ ବର୍ଷା ହେତୁ ରାସ୍ତାଘାଟ ମାନଙ୍କରେ ପାଣି ଜମି ଯାଉଛି । ଦୁଇ ସହରର ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା ଏବଂ ବର୍ଷ ବର୍ଷ ଧରି ଯାଇକା କାମ ଓ ରାସ୍ତା ଖୋଲିବା ଯୋଗୁଁ ବର୍ଷକୁ ବର୍ଷ ଏହି ସ୍ଥିତି ଜଟିଳ ହୋଇ ପଡୁଛି ।

ବିଶେଷ କରି ରାଜଧାନୀର ବିଭିନ୍ନ ରାସ୍ତାରେ ଅଣ୍ଟାରୁ ଅଧିକ ଉଚ୍ଚ ର ପାଣି ଜମୁଥିବା ଦେଖାଯାଉଛି । ଫଳରେ ସାଧାରଣ ଲୋକେ ସେହି ରାସ୍ତା ଦେଇ ଯିବାବେଳେ ଅସୁବିଧାର ସମୁଖୀନ ହେଉଛନ୍ତି । ହେଲେ ଏତିକି ବେଳେ ଅସୁବିଧାରେ ପଡୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସ୍ଵର୍ଗଦୂତ ଭଳି ଧାଇଁ ଆସୁଛନ୍ତି ଏହି କୁନି ନାବାଳକ । ବୟସ ବୋଧେ 13 କି 14 ବର୍ଷ ହେବ । ହେଲେ ତାଙ୍କ ହୃଦୟ ବହୁତ ବଡ ।

ସେ ନିଜେ ନାଳ ପାଣିରେ ଭିଜି ବର୍ଷାକୁ ଖାତିର ନକରି ଅଜଣା ଅଚିହ୍ନା ଲୋକଙ୍କ ପାଇଁ ଯାହା କରୁଛନ୍ତି ଦେଖିଲେ ଆପଣଙ୍କ ଆଖିରୁ ବି ଭାବୁକତାର ଦୁଇ ଠୋପା ଲୁହ ନିଗିଡି ଆସିବ । ଓଭରବ୍ରିଜ ତଳେ ଥିବା ରାସ୍ତାରେ ବର୍ଷା ପରେ ପ୍ରାୟ ଅଣ୍ଟାଏ ଉଚ୍ଚ ର ପାଣି ବୋହୁଛି । ଫଳରେ ସେ ରାସ୍ତା ଦେଇ ଯାଉଥିବା ଅନେକ ଗାଡି ଚାଳକ ଭାରସାମ୍ୟ ହରାଇ ପାଣି ଭିତରେ ପଡି ଯାଉଛନ୍ତି ଓ ଓଦା ହୋଇ ଯାଉଛନ୍ତି ।

ଆଉ ଏସବୁ ଦେଖିବା ମାତ୍ରେ ସେଠାରେ ଲୋକଙ୍କ ଉପରେ ନଜର ରଖୁଥିବା ଏହି ନାବାଳକଟି ଦୌଡି ଆସୁଛି । ପାଣିରୁ ଗାଡିକୁ ବାହାର କରିବା ସହ ଲୋକଙ୍କ ଜିନିଷପତ୍ର ଉଦ୍ଧାର କରୁଛି । ଏପରିକି କେଉଁ ପାର୍ଶ୍ଵ ଦେଇ ଗଲେ ଗାଡି ପଡିବନି ସେନେଇ ଗାଡି ଗୁଡିକୁ ରାସ୍ତା କଢେଇ ଦେଉଛି । ଏହି ପିଲାଟିକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡିବ । ଏଥିରେ ତା’ର କିଛି ସ୍ଵାର୍ଥ ନଥିଲେ ବି ଲୋକଙ୍କ ଅସୁବିଧା ଦେଖି ଏ କୁନି ବୟସରୁ ପାରୁପର୍ଯ୍ୟନ୍ତ ସାହାଯ୍ୟ କରିବାକୁ ଆଗେଇ ଆସୁଛି ।

ପ୍ରଶାସନ ଆଖି ବୁଜି ବସିଥିବା ବେଳେ ପିଲାଟି ସମସ୍ତଙ୍କ ପାଇଁ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି । ସେଠାରେ ଯିବା ଆସିବା କରୁଥବା ସମସ୍ତ ଲୋକ ଓ ତାକୁ ଦେଖିଥିବା ସମସ୍ତ ଲୋକ ତା’ ଉପରେ ଆଶୀର୍ବାଦ ଅଜାଡି ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।