ହ୍ରାସ ପାଇଲା ଗ୍ଯାସ ସିଲିଣ୍ଡର ଦର ! ଘରୋଇ ଓ ବ୍ଯବସାୟିକ ଗ୍ଯାସ ସିଲିଣ୍ଡରରେ କେଉଁ ଦର କେତେ ଖସିଲା ? ଦେଖନ୍ତୁ…

ନୂଆ ମାସ ଆରମ୍ଭ ହେଲେ ଦେଶ ତଥା ରାଜ୍ୟର ଅନେକ ନିୟମରେ ପରିବର୍ତ୍ତନ କରା ଯାଇଥାଏ । ଯେପରିକି ପ୍ରତି ମାସ ଆରମ୍ଭରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ଯାସ ଠାରୁ ଆରମ୍ଭ କରି ଅନେକ ନିୟମ ଏବଂ ଦରରେ ପରିବର୍ତ୍ତନ ହୋଇଥାଏ । ଏପ୍ରିଲ ମାସ ଆରମ୍ଭରୁ ମଧ୍ୟ କିଛି ସେହିଭଳି ଖାସ ପରିବର୍ତ୍ତନ ହୋଇଛି । ଗତ ମାର୍ଚ୍ଚ ମାସରେ ଏଲପିଜି ଗ୍ଯାସ ସିଲିଣ୍ଡର ଦରରେ 50 ଟଙ୍କା ବୃଦ୍ଧି କରା ଯାଇଥିଲା ।

ସେହିପରି ବାଣିଜ୍ୟିକ ଗ୍ଯାସ ସିଲିଣ୍ଡର ଦରରେ 350 ଟଙ୍କା ବୃଦ୍ଧି କରା ଯାଇଥିଲା । ଗ୍ଯାସ ଦର ମହଙ୍ଗା ହୋଇଥିବା ବେଳେ ଏପ୍ରିଲ ମାସରେ ଆହୁରି ଦର ବୃଦ୍ଧି ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ସାମାନ୍ଯ ଆଶ୍ବସ୍ତିଜନକ ଖବର ଆସିଛି । ଗ୍ଯାସ ସିଲିଣ୍ଡର ଦର ମହଙ୍ଗା ହେବା ପରିବର୍ତ୍ତେ ଏଥିରେ ସାମାନ୍ଯ ହ୍ରାସ ହୋଇଛି । ସୂଚନା ଅନୁଯାୟୀ 19 କେଜି ବୟବସାୟିକ ସିଲିଣ୍ଡର ଦରରେ 91 ଟଙ୍କା 50 ପଇସା ହ୍ରାସ ପାଇଛି ।

ଦିଲ୍ଲୀରେ ବ୍ଯବସାୟିକ ଗ୍ଯାସ ଦର ହ୍ରାସ ପାଇଁ 2028 ଟଙ୍କା ହୋଇଥିବା ବେଳେ ଘରୋଇ ଗ୍ଯାସ ସିଲିଣ୍ଡର ଦରରେ କିନ୍ତୁ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଘରୋଇ ଗ୍ଯାସ ସିଲିଣ୍ଡର ଦର ପୂର୍ବ ମାସରେ ଯେତିକି ବୃଦ୍ଧି କରା ଯାଇଥିଲା ଚଳିତ ମାସରେ ମଧ୍ୟ ସେହି ସମାନ ଦାମ୍ ରେ ଗ୍ରାହକ ଗ୍ଯାସ ସିଲିଣ୍ଡର କିଣିବେ ।

ନୂଆ ମାସରେ ସିଲିଣ୍ଡର ଦରରେ ବୃଦ୍ଧି କରା ଯାଇ ନଥିବା ବେଳେ ଏହାକୁ ହ୍ରାସ ମଧ୍ୟ କରା ଯାଇନାହିଁ । ଗତ ମାସରେ ଗ୍ଯାସ ଦରରେ ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢେଇ ଦେଇଥିଲା । ଏପ୍ରିଲ ମାସରେ ଗ୍ଯାସ ଦରରେ ଆହୁରି ବୃଦ୍ଧି ହେବା ନେଇ ଚର୍ଚ୍ଚା ସାମ୍ନାକୁ ଆସିବା ପରେ ଘରୋଇ ଗ୍ରାହକ ମାନେ ଚିନ୍ତାରେ ପଡି ଯାଇଥିଲେ । ତେବେ ଗ୍ଯାସ ଦରରେ ବୃଦ୍ଧି ହୋଇ ନଥିବା ଖବର ସାମ୍ନାକୁ ଆସିବା ପରେ ସାମାନ୍ଯ ଆଶ୍ଵସ୍ତି ହୋଇଛନ୍ତି ଘରୋଇ ଗ୍ରାହକ ।

କାରଣ ଉଜ୍ଵଳା ଯୋଜନା ଆସିବା ପରେ ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ରନ୍ଧନ ଗ୍ଯାସ ବ୍ୟବହୃତ ହେଉଛି । କିନ୍ତୁ ଏହି ଦରରେ ବାରମ୍ବାର ବୃଦ୍ଧି ହେତୁ ଗରିବ ଓ ମଧ୍ୟବିତ୍ତ ପରିବାରର ଲୋକେ ଅସୁବିଧାର ସମୁଖୀନ ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।