ଏହି ସଂସାରରେ ସବୁ ମନୁଷ୍ୟ ସମାନ ନୁହେଁ । କିଛି ଲୋକ ପ୍ରେମ ର ଭାଷା ବୁଝନ୍ତି । କିଛି ଲୋକ ଆପଣଙ୍କର ପ୍ରେମ ବ୍ୟବହାର କୁ ଆପଣଙ୍କ କମଜୋରି ବୋଇ ଭାବନ୍ତି । ଏଥିପାଇଁ ଆପଣଙ୍କୁ ଏହି ପରି ଲୋକ ଙ୍କୁ ଚିହ୍ନି ତାଙ୍କ ସହ ସେହି ଭାଇ ବ୍ୟବହାର କରିବା ଉଚିତ । ଆଜି ଆମେ ଆପଣଙ୍କୁ ଏମିତି ୭ ପ୍ରକାର ବ୍ୟକ୍ତିଙ୍କ ବିଷୟ ରେ ଜଣାଇବୁ କି ଆପଣ ଜାଣି ପାରିବେ ଯେ ଆପଣ କେଉଁ ପ୍ରକାର ମନୁଷ୍ୟ ସହ କି ପ୍ରକାରର ବ୍ୟବହାର କରିବେ ।
ମୂର୍ଖ ମନୁଷ୍ୟ
ଏହି ସଂସାର ରେ ବହୁତ ଲୋକ ବିନମ୍ର ସ୍ଵଭାବ ର ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ନିଜ କାମ ପାଇଁ ଅନ୍ୟ ଓକ ଆଗରେ ବିନତି କରିଥାନ୍ତି । ସବୁ ବ୍ୟକ୍ତି ମାନଙ୍କୁ ଏହି ପରି ଆଚରଣ କରିବା ଉଚିତ । କିନ୍ତୁ ଆମକୁ କେବେ ବି ମୁର୍ଖ ବ୍ୟକ୍ତିଙ୍କୁ ନିଜ କମ କରିବା ପାଇଁ ବିନୟ କରିବା ଉଚିତ ନୁହେଁ । କାହିଁକି ନା ଏହି ଲୋକ ମାନେ ସ୍ଵଭବାବରେ ଏତେ ମୂର୍ଖ ଯେ ଆପଣଙ୍କର ଏହି ବ୍ୟବହାରକୁ ଆପଣଙ୍କ କମାଜୋରି ଭାବନ୍ତି । ଏଥିପାଇଁ ଏହି ଲୋକ ମାନଙ୍କୁ ଭୟ ଦେଖାଇ ନିଜ କାମ କରାଇବା ଉଚିତ ।
କୁଟିଳ ମନୁଷ୍ୟ
ଏହି ସଂସାରରେ ବହୁତ କୁଟିଳ ପ୍ରକୃତିର ବ୍ୟକ୍ତି ଅଛନ୍ତି ସେମାନେ ଉପରୁ ବହୁତ ଭଦ୍ର ସ୍ୱଭାବର ଦେଖାଯାନ୍ତି କିନ୍ତୁ ଭିତରୁ ବହୁତ ବିଶ୍ୱାସଘାତକ ଥାଆନ୍ତି ସେମାନେ ଯେଉଁ ଥାଳିରେ ଖାଆନ୍ତି ସେଥିରେ କଣା କରିଦିଅନ୍ତି । ଏମାନେ ଅନ୍ୟକୁ ସବୁବେଳେ ହଇରାଣ କରିଥାନ୍ତି । ଏମାନଙ୍କ ସହ କେବେ ବି ପ୍ରେମ ଭାବନାରେ କଥା ହେବା ଉଚିତ ନୁହେଁ ।
କଞ୍ଜୁସ ମନୁଷ୍ୟ
ଦୁନିଆରେ କିଛି କଞ୍ଜୁସ ଲୋକ ଅଛନ୍ତି ସେମାନେ କେବେ ବି ଧନ ଖର୍ଚ୍ଚ କରନ୍ତି ନାହିଁ । ଏମାନଙ୍କର ସ୍ୱାସ୍ଥ୍ୟ ଖରାପ ହେଲେ ବି କଷ୍ଟ ସହି ଯାଆନ୍ତି କିନ୍ତୁ ଏଥିପାଇଁ ଅର୍ଥ ଖର୍ଚ କରନ୍ତି ନାହିଁ । ଏମାନଙ୍କ ଠାରୁ କୌଣସି ଉଦାରତା ବା ଦାନ ଧର୍ମ ଆଶା କରିବା ଉଚିତ ନୁହେଁ । ଏମାନଙ୍କୁ କେବେ ସମାଜରେ ଯଶ ମିଳେ ନାହିଁ ।
ମମତାରତ ମନୁଷ୍ୟ
ଏହି ସଂସାରରେ ଏମିତି କିଛି ବ୍ୟକ୍ତି ଅଛନ୍ତି କି ତାଙ୍କୁ ତାଙ୍କ ସନ୍ତାନ ଙ୍କର କୌଣସି ଭୁଲ ଦେଖା ଯାଏ ନାହିଁ । ସେମାନେ ଏତେ ସନ୍ତାନ ପ୍ରିୟ ଥାଆନ୍ତି ଯେ ତାଙ୍କୁ କୌଣସି ଭୁଲ ଠିକ ର ବିଚାର କରନ୍ତି ନାହିଁ । ଏହି ବ୍ୟକ୍ତି ମାନଙ୍କ ଠାରୁ କୌଣସି ନ୍ୟାୟଚିତ କଥା କହିବା ନିରର୍ଥକ ହୋଇଥାଏ ।
ଲୋଭୀ ମନୁଷ୍ୟ
ଏ ସଂସାରରେ ଏତେ ଲୋଭୀ ବ୍ୟକ୍ତି ଥାଆନ୍ତି ଯେ ସେମାନଙ୍କ ପାଖରେ ଯେତେ ଧନ ଥିଲେ ବି କୃପଣ ଭଳି ହୋଇଥାନ୍ତି । ଏମାନେ କେବେ ସନ୍ତୁଷ୍ଟ ହୋଇନଥାନ୍ତି । ଏମାନେ ସବୁ କିଛି ହଡପ କରିବା ପାଇଁ ତତ୍ପର ଥାଆନ୍ତି । ଏହିପରି ବ୍ୟକ୍ତିଙ୍କ ଠାରୁ ବୈରାଗ୍ୟ ଆସାକରିବା ଉଚିତ ନୁହେଁ । କାହିଁକି ନା ବୈରାଗ୍ୟ ପ୍ରତି ମୋହ ତ୍ୟାଗ କରିବା ଆବଶ୍ୟକ ହୋଇଥାଏ ।
କ୍ରୋଧି ମନୁଷ୍ୟ
ଶାସ୍ତ୍ରରେ ଅଛି କ୍ରୋଧ ହିଁ ସବୁ ଅନର୍ଥର କାରଣ । ଏଥିପାଇଁ କ୍ରୋଧ ସମୟରେ କୌଣସି ନିଷ୍ପତି ନେବା ଉଚିତ ନୁହେଁ । କ୍ରୋଧି ମନୁଷ୍ୟଠାରୁ ଶାନ୍ତିର ମହତ୍ଵ ଆଶା କରିବା ଉଚିତ ନୁହେଁ କାରଣ କ୍ରୋଧ ଦ୍ୱାରା ମନୁଷ୍ୟ ସବୁ ଭୁଲ ଠିକ ଭୁଲି ଯାଏ ।
କାମୀ ମନୁଷ୍ୟ
ଏହି ସଂସାରର କିଛି ଲୋକ ସବୁବେଳେ କାମ ଭାବନାରେ ବଂଚିଥାନ୍ତି । ଏମାନେ ସବୁବେଳେ କାମ ଭାବନାରେ ଥାଆନ୍ତି ଏଥିପାଇଁ ଏମାନନଙ୍କର କୌଣସି ବୁଦ୍ଧି ଶୁଦ୍ଧି ନଥାଏ । ଏମାନଙ୍କ ଠାରୁ କେବେ ବି ହରି ନାଁ ଜପ କରିବା ଆଶା କରିବା ଉଚିତ ନୁହେଁ ।