ଶାଶୁ ଘରେ ପହଞ୍ଚିବା ପୂର୍ବରୁ ବିଧବା ହୋଇଗଲା ବୋହୁ, ବିଦାଇ ପରେ ଫାଶି ରେ ଝୁଲିଲା ବର…

ବରେଲୀର ନବାବଗଞ୍ଜରୁ ସୋମବାର ଦିନ ଏକ ବରଯାତ୍ରୀ ଆସିଥିଲା । ଦିନରେ ଧୁମ ଧାମରେ ବିବାହ ହୋଇଥିଲା ଓ ସନ୍ଧ୍ୟା ସମୟରେ ଝିଅକୁ ବିଦା କରା ଯାଇଥିଲା । ଘରକୁ ଫେରୁଥିବା ସମୟରେ କାର ଏକ ଢାବାରେ ଅଟକି ଥିଲା । ସେହି ସମୟରେ ହଠାତ ବର ଗାୟବ ହୋଇଯାଇଥିଲା । ବହୁତ ଖୋଜିବା ପରେ ବରର ଲାସ ମଙ୍ଗଳବାର ଦିନ ଏକ ଗଛରେ ଲଟକି ଥିବାର ମିଳିଥିଲା । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମୁରାଦାବାଦର ଥାନା ସଇଦାନଗଳିର କୁଆଁଢାଳି ଗାଁର ଦୂଷ୍ୟନ୍ତ ଗିରିଙ୍କ ବିବାହ ବରେଲୀ ଜିଲ୍ଲାର ନବାବଗଞ୍ଜ ଗାଁର ଆଶାଙ୍କ ସହ ହୋଇଥିଲା । ଦୂଷ୍ୟନ୍ତ ପେଟ୍ରୋଲ ପମ୍ପରେ ସେଲ୍ସମ୍ୟାନ ଚାକିରି କରୁଥିଲେ । ସୋମବାର ଦିନ ତାଙ୍କର ବିବାହ ଆଶାଙ୍କ ସହ ହୋଇଥିଲା । ଦିନ ସମୟରେ ବହୁତ ଧୁମ ଧାମରେ ବିବାହ ହେବା ପରେ ସନ୍ଧ୍ୟାରେ ଝିଅ ବିଦା ହୋଇଥିଲା ।

ଏହାପରେ ଦୂଷ୍ୟନ୍ତ ନିଜ ଘରକୁ ଯାଇଥିଲେ । ସେମାନେ କାରରେ ଆସୁଥିଲେ, କାରରେ ଦୂଷ୍ୟନ୍ତ, ଆଶା ଓ ଦୂଷ୍ୟନ୍ତର ଭାଇ ବସିଥିଲେ । ସେମାନେ ଏକ ଢାବାରେ ଅଟକିଥିଲେ । ଢାବାରୁ ଖାଇବା ପରେ ବୋହୁ କାରରେ ବସିଥିଲା, ସେହି ସମୟରେ ବର କାରରୁ ଗାୟବ ହୋଇଯାଇଥିଲା ।

ପରିବାର ଲୋକ ବରକୁ ବହୁତ ଖୋଜିଥିଲେ, ହେଲେ ବରର କୌଣସି ସନ୍ଧାନ ମିଳିନଥିଲା । ସେହି ସମୟରେ ବୋହୁକୁ ତାର ଘରକୁ ପଠା ଯାଇଥିଲା । ଶେଷରେ ମଙ୍ଗଳବାର ଦିନ ସକାଳ ସମୟରେ ଟିଏମୟୁର ସାମ୍ନା ଜଙ୍ଗଲରେ ଦୁଇ କିଲୋମିଟର ଦୂରରେ ବରର ମୃତ ଶରୀର ଟାଏ ଦ୍ଵାରା ଗଛରେ ଟଙ୍ଗା ହୋଇଥିବାର ମିଳିଥିଲା । ସେହି ସମୟରେ ପରିବାର ଲୋକ ପୋଲିସକୁ ସୂଚନା ଦେଇଥିଲେ । ହେଲେ ପୋଲିସ ନିରିକ୍ଷକ ସୁରେନ୍ଦ୍ର ସିଂହ ମୃତ୍ୟୁ ର କାରଣ କିଛି ଜାଣି ପାରି ନଥିଲେ ।

ଦୂଷ୍ୟନ୍ତର ଶବ ଯେଉଁଠି ମିଳିଥିଲା ସେଠାରେ ମଦ ବୋତଲ ସହିତ ଦୁଇଟି ଗ୍ଳାସ ମିଳିଥିଲା । ଫରେନସିକ ଡିପାର୍ଟମେଣ୍ଟ ସେହି ସମୟରେ ଆସିଥିଲା ଓ ମଦ ବୋତଲକୁ ନେଇ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ ପଠାଇଥିଲା । ପୋଲିସ ମଧ୍ୟ ଏହାର ଅନୁସନ୍ଧାନ କରୁଛି । ଏହା ସହିତ ଦୂଷ୍ୟନ୍ତର ପରିବାର ଲୋକମାନଙ୍କର ମଧ୍ୟ ଫିଙ୍ଗର ପ୍ରିଣ୍ଟ ନିଆଯିବ । ଦୂଷ୍ୟନ୍ତ ଆଶାକୁ ପ୍ରେମ ବିବାହ କରିଥିଲା । ବର୍ତ୍ତମାନ ଆଶା ବିଧବା ହୋଇଯାଇଛି ଓ ପରିବାରର ସବୁ ଲୋକମାନଙ୍କର ମନ ଭାଙ୍ଗିଯାଇଛି ।