ପାଠ ପଢିଛନ୍ତି ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ, କିନ୍ତୁ ଚାକିରି କେତେବେଳେ ଡାକ୍ତର ଥିଲା ତ ଆଉ କେତେବେଳ ଆକ୍ଟର । ଫେସବୁକରେ ଏକାଧିକ ଖୋଲି ଏହିଅପରି ମିଛ ପରିଚୟ ଦେଇ ଯୁବତୀ ମାନଙ୍କୁ ଫସାଉଥିଲେ । ଆଉ ଲୁଟି ନେଉଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଆଉ ଟଙ୍କା ପଇସା । ଏହିଅପରି ଜଣେ କରିତକର୍ମା ଡାକ୍ତରଙ୍କୁ ଆଜି ଗିରଫ କରିଛି ସହିଦନଗର ଥାନା ପୋଲିସ । ଉକ୍ତ ଯୁବକଙ୍କ ନାମ ହେଉହକି ପ୍ରଭାସ ରାଜ୍ ।
ଦେଖିବାକୁ ହ୍ୟାଣ୍ଡସମ ବୋଲି ଫେସବୁକରେ ଏକାଧିକ ଆକାଉଣ୍ଟ ଖୋଲିଛନ୍ତି । ସେଠାରେ ସେ ସୁନ୍ଦରୀ ଯୁବତୀ ମାନଙ୍କୁ ଫସାଇ ଡେଟ୍ ପାଇଁ ବି ନେଉଥିଲେ । ଆଉ ଡେଟ୍ ବେଳେ ଟଙ୍କା ପଇସା ପାଇଁ ବିଭିନ୍ନ ଆଳ ଦେଖାଉଥିଲେ ଏବଂ ଯୁବତୀ ଯେତେବେଳେ ୱାଶ୍ରୁମ୍ ଯାଉଥିଲେ ତାଙ୍କ ବ୍ୟାଗ ନେଇ ଚମ୍ପଟ ମାରୁଥିଲେ ପ୍ରଭାସ ନାମକ ଏହି ଯୁବକ । ତେବେ ଜଣେ ସୁନ୍ଦରୀ ଯୁବତୀଙ୍କୁ ନେଇ ସେ ସପି॰ ମଲ୍ ଯାଇଥିବା ବେଳେ ତାଙ୍କ ଠକାମିର ଶିକାର ହୋଇଥିଲେ ଆଉ ଜଣେ ଯୁବତୀ ।
ସୁନ୍ଦରୀ ଜଣକ ଥାନାରେ ଏତଲା ଦେବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲା । ଏହି ଯୁବକଙ୍କ ଘର କଟକର ବଡମ୍ବା ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ନିଜକୁ ଏମକେସିଜି ମେଡିକାଲରେ ଡାକ୍ତର ଅଛନ୍ତି ବୋଲି ନିଜର ପରିଚୟ ଦେଉଥିଲେ । ସେହିଭଳି ଅନ୍ୟ କିଛି ଯୁବତୀଙ୍କୁ ସେ ଜଣେ ଆକ୍ଟର ଅଛନ୍ତି ବୋଲି କହୁଥିଲେ । ଆଉ ଏହାର ସୁବିଧା ସୁଯୋଗ ନେଇ ସେ ସୁନ୍ଦରୀ ଯୁବତୀଙ୍କୁ ଫସାଇ କେତେବେଳେ ସପି॰ ମଲ୍ ନେଉଥିଲେ ତ ଆଉ କେତେବେଳେ ବଡ ବଡ ହୋଟେଲକୁ ଖାଇବାକୁ ନେଉଥିଲେ ।
ଆଉ ଖାଇବା ଏବଂ ବୁଲିବା ବେଳେ ଯେତେବେଳେ ଯୁବତୀ ୱାଶ୍ରୁମ୍ ଯାଉଥିଲେ ସେ ତାଙ୍କ ବ୍ୟାଗ, ମନିପର୍ସ ଓ ମୋବାଇଲ ଇତ୍ୟାଦି ନେଇ ଫେରାର ହୋଇ ଯାଉଥିଲେ । ସେହିଭଳି ମଲ୍ ରେ ମଧ୍ୟ ବିଭିନ୍ନ ଡ୍ରେସ କିଣିଦେବାର ଆଳ ଦେଖାଇ ସେ ଯୁବତୀଙ୍କୁ ଚେଞ୍ଜି॰ ରୁମ୍ କୁ ପଠାଉଥିଲେ, ଆଉ ସେହି ସମୟରେ ହିଁ ସେ ତାଙ୍କ ବ୍ୟାଗ ବା ପର୍ସ ନେଇ ଛୁ ହୋଇ ଯାଉଥିଲେ । ଏହିଅପରି ଭୁବନେଶ୍ବରର ଜଣେ ଯୁବତୀଙ୍କୁ ନେଇ ସେ ମଲ୍ କୁ ଯାଇଥିବା ବେଳେ ଯୁବତୀ ଜଣକ ଠକାମିର ଶିକାର ହୋଇଥିଲେ ।
ଉକ୍ତ ଯୁବତୀଙ୍କ ଅଭିଯୋଗ କ୍ରମେ ପ୍ରଭାସଙ୍କ ବିଷୟରେ ଖୋଳତାଡ କରି ସତ ସାମନାକୁ ଆଣିଥିଲା ପୋଲିସ । ଏହାପରେ ପାଖାପାଖି ୧୫୦ ଜଣ ଯୁବତୀଙ୍କ ସହ ଏହି ଠକ ଏପରି କରିଥିବା କଥା ସାମନାକୁ ଆସିଛି । ତେବେ ଏହାପରେ ଆଉ କେଉଁ ସତ ସାମନାକୁ ଆସୁଛି ଏବଂ ଆଉ କେତେ ଜଣ ଯୁବତୀ ତାଙ୍କ ବିଷୟରେ ମୁହଁ ଖୋଲୁଛନ୍ତି ତାହା ଦେଖିବାକୁ ସମସ୍ତଙ୍କ ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।