ଘର ସାମ୍ନାରେ ଭୁଲରେ ବି ଲଗାନ୍ତୁ ନାହିଁ ଏହି ସବୁ ଗଛ, ଆସିଥାଏ ଦରିଦ୍ରତା, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ- Vastu Tips

ପ୍ରାଚୀନ କାଳରେ ଋଷିମୁନି ମାନେ ଗଛ ତଳେ ବସି ନିଜର ଧ୍ୟାନ କରୁଥିଲେ । ଅନେକ ବୃକ୍ଷ ଗୁଡିକର ବିଶେଷ ମହତ୍ଵ ରହିଛି । ଏମିତି ଗଛ ରହି ଯାହାକୁ ଘରେ ଲଗାଇଲେ ଘରେ ସକାରାତ୍ମକ ପରିବେଶ ରହିଥାଏ । ପାରିଜାତ ଗଛର ବିଶେଷ ମହତ୍ଵ ରହିଛି । ଏହି ଗଛ ମା ଲକ୍ଷ୍ମୀଙ୍କର ଅତି ପ୍ରିୟା ଅଟେ । କିନ୍ତୁ ଏମିତି କିଛି ଗଛ ରହିଛି ଯାହାକୁ ଘରେ ଲଗାଇଲେ ଘରର କ୍ଷତି ହେବା ସହ ଦରିଦ୍ରତା ଦେଖାଯାଏ । ତେବେ ଆସନ୍ତୁ ଜାଣିବା ସେହି ଗଛ ଗୁଡିକ କଣ ଓ ଏହାର କୁପ୍ରଭାବ କଣ ରହିଛି ।

“କଣ୍ଟା ଜାତୀୟ ଗଛ” : ଏହିଭଳି ଗଛ ଘରେ ରହିଲେ ବହୁତ ଅଶୁଭ ହୋଇଥାଏ । ଏହି ଗଛ ଘରେ ରହିଲେ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହେବା ସହ ଘରେ କଳହ ସୃଷ୍ଟି ହୋଇଥାଏ । ତେଣୁ କଣ୍ଟା ଜାତୀୟ କୌଣସି ଗଛକୁ ଘରେ ଲଗାଇବା ଅନୁଚିତ ଅଟେ ।

“କ୍ଷୀର ଜାତୀୟ ଗଛ” : ଏହିଭଳି ଗଛ ଘରେ ଲଗାଇଲେ ଅଶାନ୍ତି ସୃଷ୍ଟି ହୋଇଥାଏ । ଏହାକୁ ଛୋଟ ପିଲାମାନେ ମଧ୍ୟ ଖାଇଦେଲେ ଏହାର ବହୁତ ଖରାପ ପ୍ରଭାବ ପଡିଥାଏ । ଶାସ୍ତ୍ର ଅନୁସାରେ ଏହି ଗଛକୁ ଘରେ ଲଗାଇଲେ ଦାଂପତ୍ଯ ଜୀବନରେ ସମସ୍ଯା ହେବା ସହ ପିଲାମାନେ ନିଜ ପାଠପଢାରେ ଆଗେଇ ପାରନ୍ତି ନାହି । ତେଣୁ ଏହି ଗଛକୁ ଘରେ ଲଗାଇବା ଅନୁଚିତ ଅଟେ ।

“ବରକୋଳି ଗଛ” : ଏହି ଗଛକୁ ଘରର ଆଗରେ ଲଗାଇବା ଅଶୁଭ ହୋଇଥାଏ । ଏହାକୁ ଲଗାଇଲେ ପରିବାରର ଆର୍ଥିକ ସମସ୍ଯା ଦେଖାଯିବା ସହ ବ୍ୟବସାୟରେ ମଧ୍ୟ ହାନି ହୋଇଥାଏ । ତେଣୁ ଏହାକୁ ଘରେ ଲଗାଇବା ଅନୁଚିତ ଅଟେ ।

“ବବୁଲ ଗଛ” : ବବୁଲ ଗଛ ଏକ କଣ୍ଟା ଜାତୀୟ ଗଛ ଅଟେ ଯାହାକୁ ଘର ଆଗରେ ଲଗାଇଲେ ଅଶୁଭ ହୋଇଥାଏ । ଏହି ଗଛ ଘର ଆଗରେ ରହିଲେ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ତେଣୁ ଏହି ଗଛ ଲଗାଇବା ଅନୁଚିତ ଅଟେ ।

“ଖଜୁରୀ ଗଛ” : ଏହି ଗଛର ଫଳ ଖାଇବାକୁ ସ୍ଵାଦିଷ୍ଟ ହେଲେ ମଧ୍ୟ ଏହାକୁ ଘରେ ଲଗାଇବା ଦ୍ଵାରା ଆର୍ଥିକ ସମସ୍ଯା ଦେଖାଯାଏ । ଏହି ଗଛକୁ ଘର ଆଗରେ ଭୁଲରେ ଲଗାଇବା ଉଚିତ ନୁହେ କାରଣ ଏହା ଫଳରେ ଘରେ ବିପଦଜନକ ସମସ୍ଯା ସୃଷ୍ଟି ହୋଇଥାଏ ।

“ବାଉଁଶ ଗଛ” : ଏହି ଗଛକୁ ଘର ଆଗରେ ଲଗାଇଲେ ଘରେ ନାକାରାତ୍ମକ ଶକ୍ତିର ଆଗମନ ହୋଇଥାଏ । ତେଣୁ ବାଉଁଶ ଗଛକୁ ଘରେ ଲଗାଇବା ଅନୁଚିତ ଅଟେ କାରଣ ଏହା ଦ୍ଵାରା ଘରେ କଳହ ବା ବିବାଦ ସୃଷ୍ଟି ହୋଇଥାଏ ।

“ତେନ୍ତୁଳୀ ଗଛ” : ତେନ୍ତୁଳୀ ଗଛ ଅଶୁଭ ଶକ୍ତିର ବାସ ହୋଇଥିବାରୁ ଏହାକୁ ଘର ଆଗରେ ଲଗାଇଲେ ସେହି ଘରର କେବେ ବି ଉନ୍ନତି ହୋଇନଥାଏ । ଘରେ ସମସ୍ଯା ସୃଷ୍ଟି ହେବା ସହ ଝଗଡା ମଧ୍ୟ ହୋଇଥାଏ । ତେଣୁ ଏହାକୁ ଘର ଆଗରେ ଲଗାଇବା ଅନୁଚିତ କାରଣ ଏହା ଦ୍ଵାରା ଘର ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।