ନମସ୍କାର ବନ୍ଧୁଗଣ । ଗତ କିଛି ଦିନ ପୂର୍ବେ ସସ୍ମିତା ନାମକ ଜଣେ ମହିଳାଙ୍କର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଦେଖା ଯାଇଥିଲା । କାରଣ ସସ୍ମିତା ଭିକ ମାଗି ନିଜର ପରିବାର ପୋଷଣ କରନ୍ତି । ସେ ଭଲ ପାଇ ବାହା ହୋଇଥିଲେ କିନ୍ତୁ ତାଙ୍କ ସ୍ଵାମୀ ମଦ ପିଇ ଚୋରୀ ଡକାୟତ କରନ୍ତି । ସେଥିପାଇଁ ସସ୍ମିତା ତାଙ୍କ ସ୍ଵାମୀ ଙ୍କୁ ଛାଡି ବାପା ଘରେ ଆସି ରହୁଥିଲେ । ଆଉ ତାଙ୍କର କୁନି ଝିଅ ଟି ମଧ୍ୟ ଅଛି ।

ଆଉ ତାଙ୍କ ଭିତରେ ଲୁଚି ରହିଥିବା କଳା ଯାହା ଗଣମାଧ୍ୟମ ସାମନା କୁ ଆସିଥିଲା । ସୂଚନା ଅନୁଯାୟୀ ସସ୍ମିତା ସିନା ଭିକ ମାଗନ୍ତି କିନ୍ତୁ ତାଙ୍କ ଠାରେ ସଙ୍ଗୀତ ଗାଇବାର କଳା ବେଶ ଅଧିକ ରହିଛି । ସେ ଏତେ ସୁନ୍ଦର ଗୀତ ଗାଉଛନ୍ତି କି ଅସୀମା ପଣ୍ଡା ଙ୍କ ସହ ତାଙ୍କର ନାଁ କୁ ଯୋଡା ଯାଇଥିଲା । ତେବେ ଏହାରି ମଧ୍ୟରେ ସସ୍ମିତା ଙ୍କୁ ନେଇ ଆସିଛି ଏକ ବଡ ଖବର । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ସୂଚନା ଅନୁଯାୟୀ ଯିଏ ଦିନେ ଭିକ ମାଗୁଥିଲେ ଆଜି ତାଙ୍କୁ ମିଳିଯାଇଛି ରେଡମି ର ନୂଆ ମୋବାଇଲ । ହଁ ବନ୍ଧୁଗଣ ସସ୍ମିତା ଙ୍କ ସ୍ଵପ୍ନ ପୁରଣ ହୋଇଛି । ଲିଙ୍ଗରାଜ ମନ୍ଦିର ରେ ସସ୍ମିତା ଖୁବ ସୁନ୍ଦର ଗାଉ ଥିବାର ଲୋକଲୋଚନ କୁ ଆସିଥିଲେ । ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ସସ୍ମିତା ଙ୍କୁ ନୂଆ ମୋବାଇଲ ଦେଇଛନ୍ତି । କାରଣ ସସ୍ମିତା ଙ୍କ ଦୁଃଖ ଦେଖି ସେ ଆଉ ସହି ପାରିଲେ ନାହିଁ ।

ସସ୍ମିତା ମୋବାଇଲ ପାଇ ବେଶ ଖୁସି ଥିବାର ନଜର ଆସୁଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟମାନ ହେଉଛି । ଏ ନେଇ ସସ୍ମିତା କହିଛନ୍ତି ଯେ “ମୁଁ ସସ୍ମିତା ଜେନା । ମୋ ଘର ବାଲେଶ୍ଵର । ଭୁବନେଶ୍ଵର ରେ ସୁବାସ ମ୍ୟୁଜିକ ଓ ୟୁଟୁବ ଚ୍ଯାନେଲ ରହିଛି । ମୁଁ ଗୀତ 2-3ଟା ଗାଇ ସାରେ । ରିଲିଜ ହେବା ପରେ ଭୋଜି ନିଶ୍ଚୟ ମୁଁ ଦେବି । ମୋ ଗୀତ କୁ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ” ।
ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ସସ୍ମିତା ଙ୍କ ଜୀବନରେ ଏତେ ଦୁଃଖ ର ସ୍ଥିତି ଚାଲିଛି ତଥାପି ସେ ବହୁତ ଖୁସି ନଜର ଆସୁଛନ୍ତି । ସସ୍ମିତା ଏତେ ସୁନ୍ଦର ଗାଉଛନ୍ତି ଯାହା ସମସ୍ତଙ୍କ ମନ ଜିଣି ନେଇଛି । ସମସ୍ତଙ୍କୁ ମୁଗ୍ଧ କରି ଦେଇଛି ସସ୍ମିତା ଙ୍କ ସଙ୍ଗୀତ । ତେବେ ଦେଖାଯାଉ ଆଗକୁ ସସ୍ମିତା ଙ୍କ ଭାଗ୍ୟ କେମିତି ସାଥ ଦେଉଛି । ଆଉ ସେ ଗୀତ ଗାଈ କେମିତି ଲୋକପ୍ରିୟ ହୋଇ ପାରୁଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।