ଏ କି ଦ୍ରୁଶ୍ଯ ! ସ୍କୁଲରେ ଶିକ୍ଷକ ନାହାନ୍ତି ପାଠ ପଢାଇବାକୁ କିନ୍ତୁ ପିଲା ମାନେ ବୋଲବମ ଗୀତ ରେ ନାଚୁଛନ୍ତି ।

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ସ୍କୁଲର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ସ୍କୁଲ ବାହାରେ ପିଲାମାନେ ବୋଲବମ ଯାଉଛନ୍ତି ଆଉ ସ୍କୁଲ ଭିତରେ ପିଲାମାନେ ଡ୍ୟାନ୍ସ କରୁଛନ୍ତି । ପାଠ ପଢା ଚାଲିଥିବା ବେଳେ ପିଲାମାନେ ଏମିତି କରିବାକୁ କେମିତି ସାହସ କରିଲେ ସେ କଥାକୁ ନେଇ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ।

ସୂଚନା ଅନୁଯାୟୀ ସ୍କୁଲ ଅଛି ପିଲା ମାନେ ବି ଅଛନ୍ତି । 8ଟି ଶ୍ରେଣୀରେ ପଢାଇବାକୁ ଅଛନ୍ତି ମାତ୍ର 2 ଜଣ ଶିକ୍ଷକ । ସେଥିପାଇଁ ଗୋଟେ ଶ୍ରେଣୀରେ ତିନି ତିନୋଟି ପିଲାଏ ପିଲା ପାଠ ପଢୁଛନ୍ତି । ତୃତୀୟ ଶ୍ରେଣୀରେ ପିଲାଙ୍କୁ ଦିଦି ପାଠ ପଢାଉଥିବା ବେଳେ ବାକି ଶ୍ରେଣୀର ପିଲାଙ୍କୁ ବାହାରେ ଜଗି ବସିଛନ୍ତି ଶିକ୍ଷକ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଗୋଟେ ଶ୍ରେଣୀ ଗୃହରେ ଏତେ ପିଲାଙ୍କୁ ଏକାଠି ପାଠ ପଢା ଯାଉଛି ତାହା ପୁଣି ପୁଣି ଅଲଗା ଅଲଗା ଶ୍ରେଣୀ ର ସେମାନେ କି ପାଠ ପଢୁଥିବେ ?

ଏଠାରେ ବି ଶିକ୍ଷକ ଙ୍କୁ ଦୋଷ ଦେଇ ହେବ ନାହିଁ । କାରଣ 8ଟି ଶ୍ରେଣୀର ପାଠ ପଢା ପାଇଁ ଯଦି 2 ଜଣ ଶିକ୍ଷକ ନିଯୁକ୍ତି ହେବେ ସେମାନେ କେମିତି ବା ପାଠ ପଢାଇବେ ? ତେବେ ଏଭଳି ଅଭାବନୀୟ ଦ୍ରୁଶ୍ଯ ଦେଖିବାକୁ ମିଳିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ କଦମଦାଣ୍ଡି ଭୀମସା ନୋଡାଲ ସ୍କୁଲର । ଯେଉଁଥି ନାହିଁ ରେ ନାହିଁ ରେ ଚାଲିଛି ଶିକ୍ଷାଦାନ । ସ୍ଥିତି ଏମିତି ହେଲାଣି ଯେ ପିଲାମାନେ ପାଠ କମ ଖେଳକୁଦ ଓ ଡ୍ୟାନ୍ସ ରେ ମନ ଦେଉଛନ୍ତି ।

ଅନ୍ୟ ପଟେ କିଛି ପିଲାମାନେ ବୋଲବମ ଯାଉଥିବା ବେଳେ କେମିତି ନାଚୁଛନ୍ତି ପିଲା ମାନେ । କେବଳ କଦମଦାଣ୍ଡି ର ଅବସ୍ଥା ତାହା ନୁହେଁ ବରଂ ବାଲପାଟଣା, କରା, ସଂସାରପଳ, ବଉଳାଗାଦି ସ୍କୁଲର ଅବସ୍ଥା ସମାନ ରହିଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ସମୁଦାୟ 240 ସ୍କୁଲରୁ 113ତ5ଇ ପ୍ରାଥମିକ ସ୍କୁଲ, 78ଟି ଉଚ୍ଚ ପ୍ରାଥମିକ ଓ 49ଟି ଉଚ୍ଚ ବିଦ୍ୟାଳୟ ରହିଛି ।

ଏହି ସବୁ ସ୍କୁଲରେ 36 ହଜାର 700 ପିଲାଙ୍କୁ ପାଠ ପଢାଇବାକୁ ଅଛନ୍ତି ମାତ୍ର 999 ଶିକ୍ଷକ । ସେହିପରି 14ଟି ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । ପିଲାମାନେ ପାଠ ପଢିବା ସହ ମଧ୍ୟାହ୍ନ ଭୋଜନ କଥା ବି ଶିକ୍ଷକ ବୁଝୁଛନ୍ତି । ତେଣୁ କିଭଳି ପାଠ ପଢା ହେଉଥିବା ତାହା ସ୍ପଷ୍ଟ ଅନୁମାନ କରି ହେଉଛି । ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଆମେ ଏହି ସମସ୍ଯା ସମ୍ପର୍କ ରେ ଅବଗତ ଅଛୁ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ କେମିତି ପିଲା ମାନେ କେମିତି ଭଲରେ ପାଠ ପଡିବେ ସେ ନେଇ ବ୍ୟବସ୍ଥା କରୁଛୁ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।