ଯେଉଁ ମହିଳାଙ୍କ ଶରୀରରେ ଥାଏ ଏମିତି ଚିହ୍ନ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ଏମାନଙ୍କ ପାଦ ଘରେ ପଡିଲେ ବଢିଚାଲେ ଧନ ସମ୍ପତ୍ତି- Chanakya Niti

ହିନ୍ଦୁଧର୍ମରେ କନ୍ୟା ସନ୍ତାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ବରୂପ ବୋଲି ମାନାଯାଏ । ପ୍ରତ୍ଯେକ ଝିଅ ନିଜ ବାପାମାଙ୍କ ପାଇଁ ସୌଭାଗ୍ୟ ନେଇ ଆସେ । କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ ଗୁଣବାନ ଏବଂ ଭାଗ୍ୟଶାଳୀ ସ୍ତ୍ରୀଙ୍କ କିଛି ବିଶେଷତା ବିଷୟରେ ଉଲ୍ଲେଖ ରହିଛି । ସ୍ତ୍ରୀର ଶାରୀରିକ ଗଠନ, ଚାଲିଚଳଣି ଓ ଚିହ୍ନ ସମୂହରୁ ତା’ ବିଷୟରେ ଅନେକ କିଛି ଜାଣି ହୁଏ ବୋଲି ଶାସ୍ତ୍ରରେ କୁହାଯାଇଛି । ତେବେ ଚାଲନ୍ତୁ ଜାଣିବା ସେହି ଚିହ୍ନ ସବୁ କଣ ଯାହା ସ୍ତ୍ରୀକୁ ଖାସ ବନାଇଥାଏ ।

ଶାସ୍ତ୍ର ଅନୁସାରେ ଚମକଦାର, ବଡ ଓ ଗୋଲାପି ନଖ ଥିବ ମହିଳା ଆମନେ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ଚରିତ୍ରର ହୋଇଥାନ୍ତି । ଏମାନେ ନିଜ ସ୍ଵାମୀ ଓ ପରିବାର ଉଭୟଙ୍କ ସୁଖ ଦୁଃଖର ଧ୍ୟାନ ରଖନ୍ତି । କିନ୍ତୁ ଯେଉଁ ମହିଳାଙ୍କ ମଧ୍ୟମ ଆଙ୍ଗୁଳି ଅପେକ୍ଷାକୃତ ବଡ ହୋଇଥାଏ ସେମାନେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି ବୋଲି କୁହାଯାଏ । ଯେଉଁ ମହିଳାଙ୍କ ବାମ ଗାଲରେ କଳାଜାଇ ଥାଏ ସେମାନେ ବହୁତ ଖାଦ୍ୟ ପ୍ରିୟ ହୋଇଥାନ୍ତି । ସେମାନେ ବହୁତ ଭଲ ଖାଦ୍ୟ ପ୍ରସ୍ତୁତି କରିବା ସହ ନିଜ ପରିବାରର ଖୁବ ଯତ୍ନ ନିଅନ୍ତି ।

ଲମ୍ବା ନାକ ଥିବା ମହିଳାଙ୍କ ମଧ୍ୟରେ ଯେକୌଣସି ସମସ୍ଯାକୁ ସମାଧାନ କରିବାର କ୍ଷମତା ରହିଥାଏ । ଏମାନଙ୍କୁ ଖର୍ଚ୍ଚ କରିବାର ସଉକ ରହିଥାଏ । କିନ୍ତୁ ସେମାନଙ୍କ ଖର୍ଚ୍ଚ କେବେ ମଧ୍ୟ ବେକାର ଯାଏ ନାହିଁ । ଲାମ୍ବା ଆଙ୍ଗୁଳି ଥିବା ମହିଳା ବହୁତ ବୁଦ୍ଧିମାନ ହୋଇଥାନ୍ତି । ସେମାନଙ୍କୁ ପଢିବା ଲେଖିବା ବହୁତ ପସନ୍ଦ ହୋଇଥାଏ ।ପଇସାକୁ ଦ୍ଵିଗୁଣ କରିବାର ପୁରା କ୍ଷମତା ମଧ୍ୟ ଏମାନଙ୍କ ପାଖେ ରହିଥାଏ । ଏମାନେ କମ୍ ଖର୍ଚ୍ଚୀ ହୋଇଥାନ୍ତି । ଏମାନଙ୍କ ସ୍ଵାମୀ ଓ ପରିବାର ତାଙ୍କ ଉପରେ ସର୍ବଦା ଖୁସି ରୁହନ୍ତି ।

ଯେଉଁ ମହିଳାଙ୍କ ପଦ ଗୋଲାପି ଓ କୋମଳ ହୋଇଥାଏ ସେମାନେ ନିଜ ପ୍ରେମୀ ଏବଂ ପତିଙ୍କୁ ବହୁତ ଖୁସିରେ ରଖନ୍ତି । ଶା-ରୀ-ରି-କ ସମ୍ବନ୍ଧରେ ଏମାନଙ୍କ ରୁଚି ରହିଥାଏ ଓ ସେମାନଙ୍କ ପାର୍ଟନର ସର୍ବଦା ତାଙ୍କ ନିକଟରେ ରହିବାକୁ ଭଲ ପାଆନ୍ତି । ପ୍ରେମ ମାମଲାରେ ଏହି ମହିଳା ମାନେ ସର୍ବଦା ଆଗରେ ରୁହନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ପଦ ତଳେ ତ୍ରିକୋଣ ଚିହ୍ନ ରହିଥାଏ ସେମାନେ ବହୁତ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି । ଏମାନେ ସମସ୍ତ କାର୍ଯ୍ୟକୁ ଖୁବ ବୁଝି ବିଚାରୀ କରିଥାନ୍ତି ।

ଏମାନଙ୍କୁ ବିବାହ କରୁଥିବା ବ୍ୟକ୍ତି ନିଜ ଜୀବନରେ କେବେ ମଧ୍ୟ ନିରାଶ ହୁଅନ୍ତି ନାହିଁ । ବଡ ଆଖି ଥିବା ମହିଳାଙ୍କ ଜୀବନରେ ପ୍ରେମ ଓ ସୁଖ ସର୍ବଦା ରହିଥାଏ । ସେମାନଙ୍କୁ ନିଜ ଜୀବନରେ କୌଣସି ଅଭାବ ହୁଏ ନାହିଁ ଓ ଏମାନଙ୍କୁ ବିବାହ କରୁଥିବା ବ୍ୟକ୍ତି ମଧ୍ୟ ଖୁବ ସୁଖୀ ହୁଅନ୍ତି । ଯେଉଁ ମହିଳାଙ୍କ ନାକ ତଳେ କଳାଜାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ସେମାନେ ଯାହା ଚାହାନ୍ତି ତାହା ହାସଲ କରି ରୁହନ୍ତି ଓ ସେମାଙ୍କ ଜେବନରେ କୌଣସି ବିଷୟର ଅଭାବ ହୁଏ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।