Vastu Shastra- ଶରୀରରେ ଏହି ଲକ୍ଷଣ ଦେଖା ଦେଲେ ଜାଣିବେ ଆପଣଙ୍କ ଉପରେ ଅଛି ଶନିଦେବଙ୍କ କୃପା, କରଜ ରୁ ମିଳିବ ମୁକ୍ତି

ବନ୍ଧୁଗଣ, ହିନ୍ଦୁ ଧର୍ମ ରେ ଶନିବାର ଦିନ ଭଗବାନ “ଶନିଦେବ” ଙ୍କୁ ସମର୍ପିତ ହୋଇଥାଏ । ନବଗ୍ରହ ମାନଙ୍କ ମଧ୍ୟରେ “ଶନିଦେବ” ଏଭଳି ଏକ ଗ୍ରହ ଅଟନ୍ତି ଯାହାଙ୍କୁ ଅଧିକ କୃର ମାନଯାଇଥାଏ । ଶନିଙ୍କ ସାଢେସାତ ନାମ ଶୁଣି ବଦାରୁ ବଡ ଧନୀ ବ୍ୟକ୍ତିଙ୍କ ମନରେ ମଧ୍ୟ ପ୍ରତିକୂଳ ମନୋ-ବୈଜ୍ଞାନିକ ପ୍ରଭାବ ପଡିଥାଏ । ବନ୍ଧୁଗଣ ଏହି କଥା ବହୁତ କାମ ବ୍ୟକ୍ତି ଜାଣିଛନ୍ତି ଯେ, ଶନିଗ୍ରହ ଇମାନ୍ଦାର ଲୋକଙ୍କ ପାଇଁ ଯଶ, ଧନ, ପଦ ଏବଂ ସନମାନ ର ଗ୍ରହ ମାନଯାଇଥାଏ । ଶନି ସନ୍ତୁଳନ ତଥା ନ୍ୟାୟ ର ଦେବତା ଅଟନ୍ତି ।

ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଶରୀରରେ ଦେଖାଯାଉଥିବା ଏହି ଲକ୍ଷଣ ମାନଙ୍କ ସମବନ୍ଧରେ କହିବାକୁ ଯାଉଅଛୁ, ଏହି ଲକ୍ଷଣ ଆପଣଙ୍କ ଶରୀରରେ ଦେଖାଯାଉଥିଲେ ଭଗବାନ ଶନିଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି, ବୋଲି ଜାଣନ୍ତୁ ।

ଯଦି କୌଣସି ବ୍ୟକ୍ତି ଙ୍କ ଉପରେ ଶନିଦେବ ସନ୍ତୁଷ୍ଟଅଛନ୍ତି ତେବେ, ସେହି ବ୍ୟକ୍ତିଟିର ଶରୀର ପତଳା ରହିଥାଏ । ଏବଂ ସେମାନଙ୍କ କେଶ ବହୁତ ଗହଳ ହୋଇଥାଏ । ଶନିଦେବ ଙ୍କର କୃପା ପାଉଥିବା ବ୍ୟକ୍ତି ଅନୁଶାସନ ର ଢାଞ୍ଚା ରେ ଢଳି ରହିଥାଏ । ଧୀରେ ଧୀରେ ସେ ଆଧ୍ୟାତ୍ମିକ ଆଡକୁ ଅଗ୍ରସର ହୋଇଥାଏ । ଏହି ବ୍ୟକ୍ତିମାନେ ଦେବୀ ଦେବତାଙ୍କ ଉପରେ ବିଶ୍ଵାସ କରିନଥାନ୍ତି ।

ମାତ୍ର ଧୀରେ ଧୀରେ ସେମାନଙ୍କର ବିଶ୍ଵାସ ଧାର୍ମିକ କ୍ଷେତ୍ର ଆଡକୁ ବଢିଥାଏ । ଏହି ଲୋକ ମାନଙ୍କୁ କମ ବୟସରେ ହାଡ ସମ୍ବନ୍ଧୀୟ ରୋଗ ହୋଇଥାଏ । ପାଦ ମୋଡି ହୋଇଯିବା, ହାତ ଗୋଡର ହାଡ ଭାଙ୍ଗିଯିବା ଭଳି ନାନା ପ୍ରକାର ସମସ୍ଯା ଦେଖାଯାଇଥାଏ । ଯଦି ଆପଣ ମାନଙ୍କ ମଧ୍ୟରେ ଏହି ସବୁ ଲକ୍ଷଣ ଦେଖାଯାଉଅଛି ତେବେ, ଆପଣଙ୍କ ଊପରେ ଶନିଦେବ ଙ୍କ କୃପା ରହିଅଛି ବୋଲି ଜାଣି ନିଅନ୍ତୁ । ବନ୍ଧୁଗଣ ଯେଉଁ ଲୋକ ମାନଙ୍କ ଉପରେ ଶନିଦେବ ସନ୍ତୁଷ୍ଟ ହୋଇଥାନ୍ତି ।

ଏହିଭଳି ବ୍ୟକ୍ତି ବିଶେଷ ବଡ ଠାରୁ ବଡ ବିପତ୍ତି ତଥା ସମସ୍ଯା ରୁ ବାହାରିବାରେ ସକ୍ଷମ ହୋଇଥାନ୍ତି । ଯେତେ କଠିନ ପରିସ୍ଥିତି ହୋଇଥିଲେ ମଧ୍ୟ ସାମାଧାନ ଅତିଶୀଘ୍ର ହୋଇଯାଇଥାଏ । ଏହିଭଳି ବ୍ୟକ୍ତି ଙ୍କର ଅଧିକ କିଛି କ୍ଷୟ ଅଥବା ହାନୀ ହୋଇନଥାଏ । ଏହିଭଳି ବ୍ୟକ୍ତିମାନେ କାହାର ସହାୟତା ଲୋଡି ନଥାନ୍ତି । ଏହିଭଳି ବ୍ୟକ୍ତିମାନେ ନିଜ ବଳରେ ଗୋଟିଏ ଦିନ ଆକାଶର ବୁଲନ୍ଦି ଛୁଇଁଥାନ୍ତି । ଏହି ବ୍ୟକ୍ତି ମାନେ ଅତ୍ୟଧିକ ଭାବନାତ୍ମକ ବ୍ୟକ୍ତି ହୋଇଥାନ୍ତି । ଯଦି ଆପଣ ଅନ୍ୟ କାହା ସହିତ ବନ୍ଧୁତା କରି ନିଅନ୍ତି ତେବେ ଆପଣ ତାଙ୍କୁ ବହୁତ ଆପଣାର କରିନେଇଥାନ୍ତି ।

କୌଣସି ପରିସ୍ଥିତିରେ ମଧ୍ୟ ଆପଣ ସେହି ବ୍ୟକ୍ତିଟିର ହାତ ଛାଡିନଥାନ୍ତି । ଏହିଭଳି ବ୍ୟକ୍ତିମାନେ ବେଈମାନ, ପାଖଣ୍ଡ ଲୋକ ମାନଙ୍କୁ ଘୃଣା କରିଥାନ୍ତି । ଏମାନେ ସାଧାରଣତ ପ୍ରତ୍ୟକ କାର୍ଯ୍ୟକୁ ଅନୁଶାସନରେ କରିଥାନ୍ତି । ଆପଣଙ୍କ କାର୍ଯ୍ୟରେ ଯେବେ ପର୍ଯ୍ୟନ୍ତ ସଫଳତା ମିଳି ନଥାଏ ଆପଣ ସେ ପର୍ଯ୍ୟନ୍ତ ପ୍ରୟାସ କରିଥାନ୍ତି । ବନ୍ଧୁଗଣ ଏହି ସବୁ ଲକ୍ଷଣ ଯେଉଁ ବ୍ୟକ୍ତି ମାନଙ୍କ ଠାରେ ଦେଖାଯାଏ ଶନିଦେବ ସେମାନଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ