ଏହି ଲକ୍ଷଣରୁ ଜାଣନ୍ତୁ କି ଶରୀରରେ ହେଉଅଛି କ୍ୟାଲସିୟମର ଅଭାବ, ଏହି ଘରୋଇ ଉପାୟକୁ ଆପଣେଇ ଦୂର କରନ୍ତୁ

କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ଏହା ତ ଆମେ ସମସ୍ତେ ଜାଣିଛୁ । ଛୁଆଙ୍କ ଠାରୁ ବଡଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବା ଆବଶ୍ୟକ । କ୍ଷୀର ଶରୀରରେ କ୍ୟାଲସିୟମ ମାତ୍ରାକୁ ପୁରା କରିବାରେ ଆମକୁ ସାହାଯ୍ୟ କରିଥାଏ । ଶରୀରରେ ଯଦି କ୍ୟାଲସିୟମ ର ମାତ୍ରା ଭରପୁର ହେବ ତେବେ ମଣିଷର ହାଡ ବି ମଜବୁତ ରହିବ । ପ୍ରତିଦିନ କେବଳ ଏକ ଗ୍ଳାସ କ୍ଷୀର ଆପଣଙ୍କୁ ସ୍ଵାସ୍ଥ୍ୟବାନ ରଖିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

କ୍ୟାଲସିୟମ ଶରୀରର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ପ୍ରତ୍ୟେକ ବ୍ୟକ୍ତିକୁ ଗୋଟିଏ ଦିନରେ ଗୋଟିଏ ନିଶ୍ଚିତ ମାତ୍ରାରେ କ୍ୟାଲସିୟମ ନେବା ଜରୁରୀ ହୋଇଥାଏ । ଗୋଟିଏ ସୁସ୍ଥ ମଣିଷକୁ ଗୋଟିଏ ଦିନରେ ୧୦୦୦ ରୁ ୧୨୦୦ ମିଲି ଗ୍ରାମ କ୍ୟାଲସିୟମ ନେବା ଜରୁରୀ ହୋଇଥାଏ । କିନ୍ତୁ କିଛି ଲୋକଙ୍କୁ କ୍ଷୀର ପିଇବାର ଅଭ୍ୟାସ ନଥାଏ । ଏମିତିରେ ତାଙ୍କ ଶରୀରକୁ ପର୍ଯ୍ୟାପ୍ତ କ୍ୟାଲସିୟମ ମିଳିପାରେ ନାହିଁ । ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ଜଣାଇବାକୁ ଯାଉଛୁ ଯାହାକୁ ଆପଣେଇ ଆପଣ କ୍ୟାଲସିୟମର ଅଭାବକୁ ଦୂର କରି ପାରିବେ।

କ୍ୟାଲସିୟମ ଅଭାବର ଲକ୍ଷଣ

  • ହାଡ ଦୁର୍ବଳ ହେବା

  • ମାଂସପେଶୀରେ ସଂପ୍ରସାରଣ

  • ଦୁର୍ବଳ ନଖ

  • ଦୁର୍ବଳ ଦାନ୍ତ

  • ଜଲ୍ଦି ଥକି ଯିବା

  • ମାସିକ ଧର୍ମରେ ଅନିୟମିତତା

  • ଜଲ୍ଦି-ଜଲ୍ଦି ବେମାର ହେବା

  • ବାଳ ଝଡିବା

 

ଯଦି ଆପଣଙ୍କୁ ବି ନିଜ ଶରୀରରେ ଉପରେ ଦିଆଯାଇଥିବା ଲକ୍ଷଣ ଦେଖାଦିଏ ତେବେ ବୁଝିବେ ଆପଣଙ୍କ ଶରୀରରେ କ୍ୟାଲସିୟମ ର ଅଭାବ ରହିଛି ଓ ଜଲ୍ଦି ଯାଇ କୌଣସି ଡାକ୍ତର ପରାମର୍ଶ କରନ୍ତୁ ।

କ୍ୟାଲସିୟମ ର ଅଭାବକୁ ଦୂର କରିବାର ଘରୋଇ ଉପାୟ

  • କ୍ୟାଲସିୟମର ଅଭାବକୁ ଦୂର କରିବା ପାଇଁ ଆପଣ ଅଦାର ଚା’ ପିଇ ପାରନ୍ତି । ଏହାକୁ ତିଆରି କରିବା ପାଇଁ ଏକ ଇଞ୍ଚ ଅଦା ଖଣ୍ଡେ ପେଶି ତାକୁ ଦୁଇ କପ ପାଣିରେ ପକାଇ ଗରମ କରନ୍ତୁ । ଯେବେ ପାଣି ଅଧା ହୋଇଯିବ ତାକୁ ଚା’ ଭଳି ପିଅନ୍ତୁ ।
  • ଜିରାର ପାଣି ବି କ୍ୟାଲସିୟମର ଭଲ ମାଧ୍ୟମ ଅଟେ । ଏଥି ପାଇଁ ଆପଣଙ୍କୁ ଦୁଇ ଗ୍ଲାସ ପାଣିରେ ଜିରା ରାତି ସାରା ଭିଜାଇ ରଖିବାକୁ ହେବ ଓ ସକାଳେ ସେହି ପାଣିକୁ ଗରମ କରିବାକୁ ହେବ । ପାଣି ଅଧା ରହିଗଲେ ଏହାକୁ ଛାଣି ପିଅନ୍ତୁ । ଏହା ଓଜନ କମ କରିବାରେ ବି ସାହାଯ୍ୟ କରିଥାଏ ।
  • ପ୍ରତିଦିନ ଦୁଇ ଚାମଚ ଭଜା ହୋଇଥିବା ରାଶି ଖାଇବା ଦ୍ଵାରା ବି ଆପଣ କ୍ୟାଲସିୟମର ଅଭାବକୁ ପୂରଣ କରି ପାରିବେ । ସ୍ଵାଦିଷ୍ଟ କରିବା ପାଇଁ ଆପଣ ରାଶିରେ ଗୁଡ ମିଶାଇ ଲଡୁ କରି ମଧ୍ୟ ଖାଇ ପାରିବେ ।

  • ଯେବେ ହାଲ୍କା ଭୋକ ଲାଗେ ଗଜା ମୁଗ ବା ଗଜା ବୁଟର ସେବନ କରନ୍ତୁ ।
  • ପ୍ରତିଦିନ ସନ୍ଧ୍ୟାରେ ଏକ ଗ୍ଲାସ ଲେମ୍ବୁ ପାଣି ପିଇବାର ଅଭ୍ୟାସ କରନ୍ତୁ ବା ଦିନରେ କୌଣସି ଏକ ଖଟା ଫଳ ଖାଆନ୍ତୁ ।

  • ସୋୟାବିନରେ ଭରପୁର ମାତ୍ରାରେ ପ୍ରୋଟିନ ଥାଏ । ସପ୍ତାହରେ ଅତି କମରେ ଗୋଟିଏ ଥର ସୋୟାବିନର ତରକାରୀ ଖାଇବାର ଅଭ୍ୟାସ କରନ୍ତୁ ।
  • ପ୍ରତିଦିନ ସକାଳ ୮ଟା ପୂର୍ବରୁ ଅତି କମରେ ୧୫ ମିନିଟ ଖରାରେ ବସନ୍ତୁ ।

ନୋଟ: ଜଣାଇ ଦେଉଛୁ ଯେବେ ଶରୀରରେ ଭିଟାମିନ D ରହିବ ସେତେବେଳେ ଆପଣଙ୍କୁ କ୍ୟାଲସିୟମର ଲାଭ ମିଳିପାରିବ । ଯଦି ଆପଣଙ୍କ ଶରୀରରେ ଭିଟାମିନ D ର ଅଭାବ ରହିଛି ତେବେ ଆପଣ କେତେ ବି କ୍ୟାଲସିୟମ ଯୁକ୍ତ ପଦାର୍ଥ ଖାଆନ୍ତୁ ଆପଣଙ୍କୁ କୌଣସି ଲାଭ ମିଳିବ ନାହିଁ । ଏଥିପାଇଁ ଶରୀରରେ ଏହି ଦୁଇଟି ପୋଷକ ତତ୍ତ୍ଵ ରହିବା ଆବଶ୍ୟକ ଅଟେ ।

ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭାଲ ଲାଗିଥିବ । ତେବେ ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହି ଭଳି ହେଲଥ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।