ବିନା ହେଲମେଟ ମହିଳା ପୁଲିସ କର୍ମୀ ସାମ୍ନାରେ ଆସିଗଲେ ନିଜ ସ୍ଵାମୀ, ଦେଖନ୍ତୁ ଚାଲାଣ କଟିଲା ନା ଆଉ କିଛି ହେଲା ?

ଟ୍ରାଫିକ ପୁଲିସଙ୍କର କାମ ହୋଇଥାଏ କି ସେମାନେ ଯିବା ଆସିବା କରୁଥିବା ଲୋକମାନେ ଟ୍ରାଫିକ ରୁଲ ମାନୁଛନ୍ତି କି ନାହିଁ ଦେଖିବା । ଯେଉଁ ଲୋକମାନେ ଟ୍ରାଫିକ ରୁଲ ମାନନ୍ତି ନାହିଁ ତେବେ ସେମାନେ ଧରା ହେଲେ ତାଙ୍କୁ ଫାଇନ ଦେବାକୁ ପଡେ । ଯଦି ଆପଣ ଟ୍ରାଫିକ ନିୟମ ପାଳନ କରୁ ନାହାନ୍ତି ତେବେ ଆପଣ କୌଣସି ଭୟାନକ ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏକ ଏମିତି ଘଟଣା କହିବୁ ଯେଉଁଠି ଗୋଟିଏ ମହିଳା ପୁଲିସ କର୍ମୀ ନିଜ ସ୍ଵାମୀକୁ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବାରୁ ତାଙ୍କୁ ଧରିଲେ ।

ଏହି ଘଟଣା ହରିୟାଣାର ଝାଜ୍ଜର ଅଞ୍ଚଳର ଅଟେ । ଏଠି ଆମ୍ବେଦକର ଚୌକ ଠାରେ ଟ୍ରାଫିକ ଚେକିଂଗ ସମୟରେ ଅଜବ ଘଟଣା ଦେଖିବାକୁ ମିଳିଥିଲା । କହିବାକୁ ଗଲେ ଚେକିଙ୍ଗ ପାଇଁ ବାକି ପୁଲିସକର୍ମୀଙ୍କ ସହିତ ଏକ ମହିଳା ପୁଲିସ କର୍ମୀ ମଧ୍ୟ ଛିଡା ହୋଇଥିଲେ । ଠିକ ସେହି ସମୟରେ ମହିଳା ପୁଲିସ କର୍ମୀ ଗୋଟିଏ ବାଇକକୁ ଧରିଲେ ଏବଂ ପଚାରିଲେ କି ତୁମର ହେଲମେଟ କେଉଁଠି ?

କହିଦେଉଛୁ ଯେ ମହିଳା ପୁଲିସ କର୍ମୀ ଯେଉଁ ବ୍ୟକ୍ତିକୁ ଧରିଥିଲେ ସେ ତାଙ୍କର ସ୍ଵାମୀ ଅଟନ୍ତି । ସ୍ଵାମୀ ଜଣକ ବିନା ହେଲମେଟରେ ଯେଉଁ ରାସ୍ତା ଦେଇ ଯାଉଥିଲା ଠିକ ସେହି ରାସ୍ତାରେ ତାହାର ପତ୍ନୀଙ୍କର ଡ୍ୟୁଟୀ ଲାଗିଥିଲା । ଯେତେବେଳେ ଚେକିଙ୍ଗ ସମୟରେ ମହିଳା ପୁଲିସ କର୍ମୀ ନିଜ ସ୍ଵାମୀଙ୍କୁ ବୀନା ହେଲମେଟରେ ଦେଖିଲେ ତାଙ୍କୁ ଅଟକାଇ ପଚାରିଲେ କି ତୁମର ହେଲମେଟ କେଉଁଠି ଅଛି ? ଏହି ପ୍ରଶ୍ନ ଶୁଣି ସ୍ଵାମୀ ପ୍ରଥମେ ଚମକି ପଡିଲେ କିନ୍ତୁ ତାହା ପରେ ଯାହା ହେଲା ତାହାର ଭିଡିଓ ଦେଖି ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇଗଲା ।

ସେଠି ଥିବା ସମସ୍ତେ ସେହି ସ୍ଵାମୀ ସ୍ତ୍ରୀଙ୍କୁ ଦେଖୁଥିଲେ । ସମସ୍ତେ ଦେଖୁଥିଲେ କି ସ୍ଵାମୀ ଦ୍ଵାରା ଟ୍ରାଫିକ ରୁଲ ଭାଙ୍ଗିବା ଦ୍ଵାରା ମହିଳା ପୁଲିସକର୍ମୀ କଣ କରୁଛନ୍ତି । ସେଥିପାଇଁ ସେଠିଥିବା ଲୋକମାନେ ଭିଡିଓ ବାନାଇଲେ । ଏବଂ ତାହାକୁ ସୋସିୟାଲ ମିଡିୟାରେ ଛାଡିଦେଲେ । ମହିଳା ପୁଲିସ କର୍ମୀ ସ୍ଵାମୀକୁ ବୀନା ହେଲମେଟରେ ଧରି ଏମିତି ଯିବାକୁ ଦେଲା ନାହିଁ ତାଙ୍କୁ କିଛି ଶିଖାଇବା ପାଇଁ ଗୋଟିଏ ଗୋଲାପ ଫୁଲ ଏବଂ ଚକଲେଟ ଦେଲେ ।

ଏହାକୁ ଦେଖି ସ୍ଵାମୀ ହସିଲେ ଏବଂ ଲଜ୍ଜିତ ହୋଇଗଲେ । ମହିଳା ଜଣକ ନିଜ ସ୍ଵାମୀଙ୍କୁ ବୁଝାଇଲେ ଏବଂ କହିଲେ କି ଟ୍ରାଫିକ ରୁଲ ମାନି କରି ହେଲମେଟ ପିନ୍ଧି ଘରୁ ବାହାରକୁ ଯିବା ଉଚିତ । ଟ୍ରାଫିକ ରୁଲ ମାନୁ ନଥିବା ଲୋକଙ୍କ ପାଇଁ ଏସପି ପଙ୍କଜ ନୈନଙ୍କ ଦ୍ଵାରା ଏହି ପଦକ୍ଷପ ଆରମ୍ଭ କରାଯାଇଛି ।

ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।