ଷ୍ଟେସନର ନାମର ଶେଷରେ କାହିଁକି ଲେଖା ହୋଇଥାଏ ଜଙ୍କ୍ସନ, ଟର୍ମିନଲ ଓ ସେଣ୍ଟ୍ରାଲ ? କ’ଣ ଆପଣ ଜାଣିଛନ୍ତି ?

କଣ ଆପଣ କେବେ ଭାବିଛନ୍ତି କି ରେଳ ଷ୍ଟେସନର ନାମର ଶେଷରେ ଜଙ୍କ୍ସନ, ଟର୍ମିନଲ, ସେଣ୍ଟ୍ରାଲ କଣ ପାଇଁ ଲେଖା ହୋଇଥାଏ ? ଯଦି ଆପଣ ଭାବି ନାହାଁନ୍ତି ଓ ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଏହାର ଉତ୍ତର ଦେବା ପୂର୍ବରୁ ଆପଣଙ୍କୁ ଭାରତୀୟ ରେଲୱେ ର କିଛି ଏମିତି କଥା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।

ଭାରତୀୟ ରେଲୱେ ର ନେଟୱର୍କ କୁ ବିଶ୍ଵର ଚତୁର୍ଥ ସବୁଠୁ ବଡ ନେଟୱର୍କ ବୋଲି କୁହାଯାଏ । ଭାରତୀୟ ରେଲୱେ ଟ୍ରାକର ଲମ୍ବ ୯୨,୦୮୧ କିଲୋମିଟର ଯିଏ ଦେଶର ପ୍ରତିଟି କୋଣକୁ ଯୋଡିଥାଏ । ଭାରତୀୟ ରେଳ ଗୋଟିଏ ଦିନରେ ହାରାହାରି ୬୬,୬୮୭ କିଲୋମିଟର ଦୂରତା ଯାଇଥାଏ । କିନ୍ତୁ ଆଜି ଆମେ କଥାହେବା ରେଳ ଷ୍ଟେସନର ନାମର ପୂର୍ବରୁ ଜଙ୍କ୍ସନ, ଟର୍ମିନଲ, ସେଣ୍ଟ୍ରାଲ କାହିଁକି ଲେଖା ହୋଇଥାଏ ।

ରେଳ ଷ୍ଟେସନର ଶେଷରେ କାହିଁକି ଲେଖା ହୋଇଥାଏ ଟର୍ମିନଲ?

ପ୍ରଥମେ ଆପଣଙ୍କୁ ଜଣାଇ ଦେଉଛୁ କି ଯଦି କୌଣସି ରେଳ ଷ୍ଟେସନର ନାମର ଶେଷରେ ଟର୍ମିନାଲ ଲେଖା ହୋଇଥିବାର ମାନେ ହେଲା ଆଗକୁ ରେଲୱେ ଟ୍ରାକ ନାହିଁ । ଅର୍ଥାତ ଟ୍ରେନ ଯେଉଁ ଦିଗରେ ଆସିଛି ସେହି ଦିଗରେ ଫେରିବ । ଟର୍ମିନସ କୁ ଟର୍ମିନଲ ବି କୁହାଯାଏ । ଏହାର ମାନେ ଏମିତିକା ଷ୍ଟେସନ ଯେଉଁଠୁ ଟ୍ରେନ ଆଗକୁ ଯାଏନାହିଁ କିନ୍ତୁ ପୁଣି ସେହି ଦିଗରେ ଫେରି ଯାଇଥାଏ । ଜଣାଇ ଦେଉଛୁ କି ଭାରତରେ ୨୭ ଟି  ରେଲୱେ ଷ୍ଟେସନରେ ଏମିତିକା ଟର୍ମିନଲ ଲେଖା ହୋଇଥାଏ । ଛତ୍ରପତି ଶିବାଜି ଟର୍ମିନଲ ବା ଲୋକମାନ୍ୟ ତିଲକ ଟର୍ମିନଲ ଦେଶର ସବୁଠୁ ବଡ ଟର୍ମିନଲ ଅଟେ ।

ରେଳ ଷ୍ଟେସନ ଶେଷରେ କାହିଁକି ଲେଖା ହୋଇଥାଏ ସେଣ୍ଟ୍ରାଲ  ?

ଚାଲନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ କି ରେଲୱେ ଷ୍ଟେସନ ଶେଷରେ କାହିଁକି ସେଣ୍ଟ୍ରାଲ ଲେଖା ହୋଇଥାଏ ? ଏହାର ଅର୍ଥ କି ସେହି ସହରରେ ଗୋଟିଏ ରୁ ଅଧିକ ଷ୍ଟେସନ ଅଛି । ଯେଉଁ ରେଲୱେ ଷ୍ଟେସନ ଶେଷରେ ସେଣ୍ଟ୍ରାଲ ଲେଖା ହୋଇଥାଏ ତାହା ସହରର ସବୁଠୁ ପୁରୁଣା ବା ମୁଖ୍ୟ ରେଲୱେ ଷ୍ଟେସନ ହୋଇଥାଏ । ଜଣାଇ ଦେଉଛୁ କି ବର୍ତ୍ତମାନ ଭାରତରେ ମୁମ୍ବାଇ ସେଣ୍ଟ୍ରାଲ, ଚେତ୍ରଇ ସେଣ୍ଟ୍ରାଲ, ତ୍ରିବେଦ୍ରମ ସେଣ୍ଟ୍ରାଲ, ମଙ୍ଗଲୋର ସେଣ୍ଟ୍ରାଲ, କାନପୁର ସେଣ୍ଟ୍ରାଲ ପ୍ରମୁଖ ସେଣ୍ଟ୍ରାଲ ଷ୍ଟେସନ ଅଟେ ।

ରେଲୱେ ଷ୍ଟେସନ ଶେଷରେ କାହିଁକି ଲେଖା ହୋଇଥାଏ ଜଙ୍କ୍ସନ?

ଚାଲନ୍ତୁ ଏବେ ଆପଣଙ୍କୁ ଜଣାଇ ଦେଉଛୁ କି ରେଲୱେ ଷ୍ଟେସନ ଶେଷରେ ଜଙ୍କ୍ସନ କାହିଁକି ଲେଖା ହୋଇଥାଏ? ଏହାର ଅର୍ଥ ସେହି ଷ୍ଟେସନରେ ଟ୍ରେନ ଯିବା ଆସିବା ପାଇଁ ୩ ରୁ ଅଧିକ ରାସ୍ତା ଅଛି । ଅର୍ଥାତ ଗୋଟିଏ ରାସ୍ତାରେ ଟ୍ରେନ ଆସି ପାରିବ ଓ ଦୁଇଟି ଅନ୍ୟ ରାସ୍ତାରେ ଷ୍ଟେସନ ରୁ ଟ୍ରେନ ଯାଇ ପାରିବ ଯେମିତିକି ମଥୁରା ଜଙ୍କ୍ସନ(୭ ରୁଟ୍ସ), ସାଲେମ ଜଙ୍କ୍ସନ(୬ ରୁଟ୍ସ), ବିଜୟବାଡା ଜଙ୍କ୍ସନ(୫ ରୁଟ୍ସ ) ।

ତେବେ ଆପଣଙ୍କୁ ଆମ ଦ୍ଵାରା ଦିଆଯାଇଥିବା ଏହି ତଥ୍ୟ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାଇବେ। ଅନ୍ୟମାନଙ୍କ ସହ ମଧ୍ୟ ଶେୟାର କରି ସେମାନଙ୍କୁ ଜଣାନ୍ତୁ। ଆଗକୁ ଏହିଭଳି ଜାଣିବା ଯୋଗ୍ୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।