ସରିଲା ନିର୍ବନ୍ଧ ବାହା ହେବେ ଓଲିଉଡର ଲୋକପ୍ରିୟ ହିରୋଇନ୍ Elina, ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏଲିନା ସାମନ୍ତରାଏ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତେବେ ସୂଚନା ଅନୁଯାୟୀ ଆଗାମୀ କିଛି ଦିନ ମାନଙ୍କରେ ଏଲିନା ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି । ଆପଣ ଏମାନେ ସମତେ ଏଲିନାଙ୍କର ଅନେକ ସାରା ସିନେମା ନିଶ୍ଚୟ ଦେଖିଥିବେ । ଗୋଟେ ରିୟାଲିଟି ସୋ ଜିତିବା ପରେ ଅଭିନେତ୍ରୀ ଏଲିନା ସାମନ୍ତ ରାଏ ଓଲିଉଡ ଜଗତରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ଏହା ପରେ ସେ କେବେ ବି ପଛକୁ ଫେରି ନାହାନ୍ତି ।

ସେ ସମସ୍ତ ଆଗ ଧାଡିର କଳାକାର ମାନଙ୍କ ସହ କାମ କରି ସାରା ଓଡିଶାର ଲୋକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ତାଙ୍କର ସୁନ୍ଦର ଅଭିନୟ କାରଣରୁ ସାରା ଓଡିଶାର ଲୋକ ମାନେ ତାଙ୍କୁ ବହୁତ ଅଧିକା ଭଲ ପାଇବା ଦେଇଛନ୍ତି । ତେବେ ଆଗାମୀ ଦିନ ମାନଙ୍କରେ ତାଙ୍କ ହାତରେ ୪ ରୁ ୫ଟି ଓଡିଆ ଫିଲ୍ମ ରହିଛି । ଆଉ ସବୁବେଳେ ସେ ନିଜର ଫିଲ୍ମ ଶୁଟିଙ୍ଗ କାର୍ଯ୍ୟ ରେ ବ୍ୟସ୍ତ ରହିଛନ୍ତି । ବର୍ତ୍ତମାନ ତାଙ୍କର ବୟସ ମାତ୍ର ୨୮ ବର୍ଷ । ତାଙ୍କର ବାହାଘର ପାଇଁ ଉପଯୁକ୍ତ ବୟସ ହୋଇଥିଲେ ମଧ୍ୟ ସେ ଏ ଯାଏଁ ବାହା ହୋଇ ନାହାନ୍ତି ।

ଗତ କିଛି ଦିନ ହେବ ସେ କାହାକୁ ଡେଟ କରୁଥିବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଏହି ଖବର ଟି କେତେ ଦୂର ସତ ଆଉ କେତେ ଦୂର ମିଛ ତାହା ଏ ଯାଏଁ ଜଣା ପଡି ନାହି । ଏଲିନା ଙ୍କ ପ୍ରକୃତ ଘର ହେଉଛି କେଉଁଝର । ବର୍ତ୍ତମାନ ସେ କଟକ ରେ ଘର କରି ରହୁଛନ୍ତି । ତାଙ୍କ ପରିବାର ରେ ତାଙ୍କ ବାପା, ମା, ସାନ ଭାଇ ମଧ୍ୟ ଅଛନ୍ତି ।

ତା ହେଲେ ଏଲିନା ମିଡିଲ କ୍ଳାସ ର ପରିବାର ରୁ ଆସି ଆଜି ଓଲିଉଡ ଇଣ୍ଡଷ୍ଟ୍ରି ରେ ସଫଳ ହୋଇ ପାରିଛନ୍ତି । ସେ ଏ ଯାଏଁ ଓଡିଆ ଇଣ୍ଡଷ୍ଟ୍ରି ରେ ସମୁଦାୟ ୩୦ଟି ଫିଲ୍ମ କରି ସାରିଛନ୍ତି । ଏହା ସହ ସେ କିଛି ଆଲବମ ଓ ୱେବ ସିରିଜ ରେ ମଧ୍ୟ ଅଭିନୟ କରି ସାରିଛନ୍ତି । ତେବେ ତାଙ୍କ ବାହାଘର କେବେ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ରହି ନାହି ।

ତେବେ ସେ ଯାହା ବି ହେଉ ସେ ନିଜର ଅଭିନୟ ଜାରି ରଖିଛନ୍ତି ଆଉ ଆଗକୁ ଭଲ ଭଲ ଫିଲ୍ମ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଏଲିନା ସାମନ୍ତ ରାଏ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।