Deepavali 2023: ଦୀପାବଳୀ ରାତିରେ ଏହି ଗଛକୁ ଚୁପଚାପ୍ ଯାଇ ଛୁଇଁ ଦିଅନ୍ତୁ, ହେବ ଏହିସବୁ ଚମତ୍କାର !

ହିନ୍ଦୁ ଧର୍ମରେ ବୃକ୍ଷଲତାଙ୍କୁ ଭଗବାନଙ୍କ ସଦୃଶ ମାନି ପୂଜା କରାଯାଇଥାଏ । ବୃକ୍ଷଲତାଙ୍କ ଠାରୁ ଆମେ ମାଗଣାରେ ଅନେକ ପ୍ରକାର ଉପକାର ପାଇଥାଉ । ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ବୃକ୍ଷଲତାଙ୍କ ମଧ୍ୟରେ ମୁଁ ଅଶ୍ଵତଥ ଗଛ ଅଟେ । ଏହି ବୃକ୍ଷରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ଦୀପାବଳୀ ଏହି ବୃକ୍ଷକୁ ଛୁଇଁବା ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏହିପରି କିଛି ବୃକ୍ଷ ବିଷୟରେ ଆସନ୍ତୁ ଜାଣିବା ଯାହାକୁ ଅପ୍ନା ଦୀପାବଳୀ ଦିନ ଛୁଇଁଲେ ରୋଗଦୁଃଖ, ଦରିଦ୍ରତା ଦୂର ହୋଇଥାଏ ।

ପ୍ରଥମ ବୃକ୍ଷଟି ହେଉଛି ପାରିଜାତ ବୃକ୍ଷ । ଏହାକୁ ବହୁତ ଉତ୍ତମ ବୃକ୍ଷ କୁହାଯାଏ, କାରଣ ସମଦୂର ମନ୍ଥନ ସମୟରେ ଏହା ଉତ୍ପନ୍ନ ହୋଇଥିଲା ଏବଂ ଦେବରାଜ ଇନ୍ଦ୍ରଙ୍କ ପବିତ୍ର ବନ ବନରେ ସ୍ଥାପିତ କରାଯାଇଥିଲା । ଭଗବାନ ଶ୍ରୀକୃଷ୍ଣ ଏହି ବୃକ୍ଷକୁ ମାନବ ଜାତିର କଲ୍ୟାଣ ପାଇଁ ଧରିତ୍ରୀକୁ ଆଣିଥିଲେ । ମାନ୍ୟତା ରହିଛି କି, ମନୁଷ୍ୟ ମନରେ ଯାହାବି ଚିନ୍ତା ଥାଏ ଏହି ବୃକ୍ଷକୁ ଛୁଇଁବା ମାତ୍ରେ ସେସବୁ ଦୂର ହୋଇଯାଏ ।

ତେବେ ଆପଣ ଦୀପାବଳୀ ଦିନ ଏହି ବୃକ୍ଷ ନିକଟକୁ ଯାଇ ଗୋଟିଏ ଘିଅର ଦୀପ ନଚେତ ସୋରିଷ କିମ୍ବା ଖସାତେଲର ତେଲର ଦୀପ ଜଳାଇ ଦିଅନ୍ତୁ । ଏହାପରେ ବୃକ୍ଷମୂଳରେ ଗୋଟିଏ କର୍ପୁର ଜଳାଇ ତା’ ଉପରେ ଲବଙ୍ଗ ରଖି ନିଜ ମନସ୍କାମନା ଜଣାନ୍ତୁ । ଏହାପରେ କୁହନ୍ତୁ, ହେ ବୃକ୍ଷରାଜ ଆମ ମନସ୍କାମନା ପୂରଣ କରନ୍ତୁ ।

ଏହାପରେ ପାରିଜାତ ବୃକ୍ଷକୁ ସ୍ପର୍ଶ କରନ୍ତୁ ଏବଂ ଲହୁଣୀର ଭୋଗ ଲଗାନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ବନ୍ଦ ଥିବା ଖୋଲିଯିବ, ଶନିଦଶା ଓ ଅଭିଶାପ ଆଦି କଟିଯିବ । ଏହିପରି ଆପଣ ଅଶ୍ଵତଥ ଗଛରେ ମଧ୍ୟ କରିପାରିବେ ।

ଦ୍ଵିତୀୟ ବୃକ୍ଷଟି ହେଉଛି ବେଲଗଛ । ସ୍କନ୍ଧ ପୁରାଣରେ ସ୍ପଷ୍ଟ ଭାବେ ଲିଖିତ ଅଛି କି, ବେଲଗଛ ମାତା ପାର୍ବତୀଙ୍କ ଝାଳରୁ ଉତ୍ପନ୍ନ ହୋଇଥିଲା । ତେଣୁ ଏହି ଗଛକୁ ମାତା ପାର୍ବତୀଙ୍କ ସ୍ୱରୂପ ମାନାଯାଏ ଏବଂ ମା ଲକ୍ଷ୍ମୀଙ୍କ ସଦୃଶ ମଧ୍ୟ ମାନାଯାଏ । ଏହି ଗଛର ପତ୍ରରେ ଭଗବାନ ଶିବ, ଡାଳରେ ମାତା ପାର୍ବତୀ, ମୂଳରେ ବା ଚେରରେ ଭଗବାନ ବ୍ରହ୍ମା ଏବଂ ମଧ୍ୟଭାଗରେ ଭଗବାନ ବିଷ୍ଣୁ ବାସ କରନ୍ତି ।

ମାନ୍ୟତା ରହିଛି କି, ଦୀପାବଳୀ ଦିନ ସନ୍ଧ୍ୟାରେ ବେଲଗଛ ସମୁଖରେ ଏକ ଘିଅର ଦୀପ ଜଳାଇବା ଅତ୍ୟୁତ୍ତମ ହୋଇଥାଏ । ଏପରି କରିବା ଦ୍ଵାରା ମାତା ପାର୍ବତୀଙ୍କ ସହ ଭଗବାନ ଶିବଙ୍କ କୃପା ପ୍ରାପ୍ତି ହୋଇଥାଏ ଓ ଏହି ଗଛକୁ ଛୁଇଁବା ଦ୍ଵାରା ପାପ ନଷ୍ଟ ହୋଇଥାଏ ।

ଗଛମୂଳରେ ଲହୁଣୀ ଭୋଗ ଲଗାଇବା ସହ ଗଛକୁ ସ୍ପର୍ଶ କରି ମାତା ପାର୍ବତୀଙ୍କୁ ସମସ୍ତ ସମସ୍ଯା ଦୂର କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ । ଏହାସହ କର୍ପୁର ଓ ଲବଙ୍ଗ ଜଳାଇ ଦୁର୍ଦୁରା ଫୁଲ ମଧ୍ୟ ଅର୍ପଣ କରନ୍ତୁ । ଦେଖିବେ ସବୁ ସମସ୍ଯାର ସମାଧାନ ହେବା ଆରମ୍ଭ ହୋଇଯିବ ।

ତୃତୀୟରେ ନିମ୍ବଗଛରେ ମଧ୍ୟ ସ୍ଵୟଂ ମା ଲକ୍ଷ୍ମୀ ବାସ କରିଥାନ୍ତି ଓ ସମସ୍ତ ପ୍ରକାରର ଦଇବି ଶକ୍ତି ମଧ୍ୟ ଏହି ଗଛରେ ବାସ କରିଥାନ୍ତି । ଦୀପାବଳୀ ଦିନ ଆପଣ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ କ୍ଷୀର ନେଇ ସେଥିରେ ଅଳ୍ପ ମିଶ୍ରି ମିଶାଇ ଦିଅନ୍ତୁ । ତା’ପରେ ସେହି କ୍ଷୀରକୁ ନେଇ ନିମ୍ବ ଗଛ ମୂଳରେ ଅର୍ପଣ କରିଦିଅନ୍ତୁ ।

ଏପରି କରିବା ବେଳେ ଆପଣଙ୍କର ଯାହାବି ସମସ୍ଯା ରହିଛି ସେସବୁ ଜଣାଇବେ ଓ ଧନବାନ ହେବାକୁ ପ୍ରାର୍ଥନା କରିବେ । ନିମ୍ବ ବୃକ୍ଷକୁ ଛୁଇଁ ଆପଣଙ୍କର ସମସ୍ତ ମନସ୍କାମନା ଜଣାନ୍ତୁ ଦେଖିବେ ଆପଣଙ୍କର ଜୀବନର ପ୍ରତ୍ଯେକ ଦୁଃଖ କଷ୍ଟ ନିଶ୍ଚିତ ଭାବେ ଦୂର ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।