Raksha Bandhan 2022: ସର୍ବ ପ୍ରଥମେ କିଏ କାହାକୁ ରାକ୍ଷୀ ବାନ୍ଧିଥିଲେ ? ଏହା ପଛରେ କଣ ରହିଛି ପୌରଣିକ ମହତ୍ଵ ?

ରାକ୍ଷୀ ପୂର୍ଣ୍ଣିମା ଭାଇ ଓ ଭଉଣୀଙ୍କ ସମ୍ପର୍କକୁ ଦର୍ଶାଉଥିବା ଏକ ଅନନ୍ୟ ପର୍ବ ଅଟେ । ରେଶମ ଡୋରି ମାଧ୍ୟମରେ ଉଭୟ ପରସ୍ପର ପ୍ରତି ନିଜ ଭଲପାଇବା ବଜାୟ ରଖିବା ପାଇଁ ସଂକଳ୍ପବଦ୍ଧ ହୋଇଥାନ୍ତି । ଏହା ସେମାନଙ୍କୁ କହିଥାଏ ଯେ ଭାଇ ଓ ଭଉଣୀର ସମ୍ପର୍କ ଜୀବନ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ରହିବ । ରାକ୍ଷୀ ବନ୍ଧନ ପାଳନ କରିବା ପଛରେ ଅନେକ ଐତିହାସିକ ଏବଂ ପୌରଣିକ ତଥ୍ୟ ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ରାକ୍ଷୀ କାହିଁକି ବନ୍ଧାଯାଏ ଓ ସର୍ବପ୍ରଥମେ କିଏ ରାକ୍ଷୀ ବାନ୍ଧିଥିଲେ ।

ଜ୍ଯୋତିଷ ଆଚାର୍ଯ୍ୟ ପଣ୍ଡିତ ଜନାର୍ଦ୍ଦନ ଶୁକ୍ଲାଙ୍କ ଅନୁଯାୟୀ କୁହାଯାଏ ଯେ, ମା ଲକ୍ଷ୍ମୀ ରାଜା ବଳୀଙ୍କୁ ତାଙ୍କ ଭାଇ ଭାବେ ବିବେଚନା କରୁଥିଲେ । ସେଥିପାଇଁ ତାଙ୍କୁ ଏକ ରେଶମୀ ଡୋରି ସୁରକ୍ଷା ସୂତାରେ ବାନ୍ଧି ରଖିଥିଲେ । ଏହି କଥାନୁଯାୟୀ ରାକ୍ଷସଙ୍କ ରାଜା ବଳୀ ୧୧୦ ଯଜ୍ଞ ପୁରା କରି ଦେଇଥିଲେ । ଯାହାଫଳରେ ରାଜା ବଳୀ କାଳେ ନିଜ ଶାନ୍ତି ଦ୍ଵାରା ସ୍ଵର୍ଗଲୋକକୁ ମଧ୍ୟ ଅଧିକାର କରିନେବେ ବୋଲି ଦେବତାଙ୍କ ମନରେ ଡର ଉତ୍ପନ୍ନ ହୋଇଥିଲା ।

ଏଥିପାଇଁ ସମସ୍ତେ ମିଶି ସୁରକ୍ଷା ପାଇଁ ଭଗବାନ ବିଷ୍ଣୁଙ୍କ ପାଖେ ପହଞ୍ଚିଥିଲେ । ଦେବତା ମାନଙ୍କୁ ରାଜା ବଳୀଙ୍କ ଠାରୁ ରକ୍ଷା କରିବା ଲାଗି ଭଗବାନ ବିଷ୍ଣୁ ବାମନ ଅବତାର ନେଇଥିଲେ ଏବଂ ରାଜା ବଳୀଙ୍କ ନିକଟକୁ ଯାଇ ତିନି ପାଦ ଭୂମିର ଭିକ୍ଷା ମାଗିଥିଲେ । ରାଜା ବଳୀ ମଧ୍ୟ ତାଙ୍କୁ ଭିକ୍ଷା ପ୍ରଦାନ କରିଥିଲେ ।

ଯାହାପରେ ଭଗବାନ ବିଷ୍ଣୁ ଗୋଟିଏ ପାଦରେ ସ୍ଵର୍ଗ ଓ ଆଉ ଗୋଟିଏ ପାଦରେ ପୃଥିବୀକୁ ନେଇନେଲେ । ଆଉ ତାଙ୍କର ତୃତୀୟ ପାଦ ଆଗକୁ ବଢିବା ବେଳେ ରାଜା ବଳୀ ଚିନ୍ତିତ ହୋଇଗଲେ । ସେ କଣ କରିବେ ବୁଝି ନପାରି କହିଲେ ମୋ ମସ୍ତକରେ ତୃତୀୟ ପାଦ ରଖିନିଅନ୍ତୁ । ଏହା ଶୁଣି ଭଗବାନ ବିଷ୍ଣୁ ତାଙ୍କ ଉପରେ ପ୍ରସନ୍ନ ହୋଇଥିଲେ ।

ହେଲେ ରାଜା ବଳୀଙ୍କ ଠାରୁ ସ୍ଵର୍ଗ ଏବଂ ପୃଥିବୀରେ ବସବାସ କରିବାର କ୍ଷମତା ଛଡାଇ ନେଇଥିଲେ । ଏହାପରେ ବଳୀ ରାଜା ପାତାଳପୁରୀକୁ ଚାଲି ଯାଇଥିଲେ । ସେତେବେଳେ ବଳୀ ଭଗବାନ ବିଷ୍ଣୁଙ୍କୁ ସର୍ବଦା ନିଜ ଆଖି ଆଗରେ ରହିବାର ବରଦାନ ମାଗିଥିଲେ । ଯାହାଦ୍ୱାରା ଭଗବାନ ବିଷ୍ଣୁଙ୍କୁ ରାଜା ବଳୀଙ୍କର ଦ୍ଵାରପାଳ ହେବାକୁ ପଡିଥିଲା ।

ଏହା ଦେଖି ମା ଲକ୍ଷ୍ମୀ ଚିନ୍ତାରେ ପଡିଗଲେ । ସେ ଭଗବାନ ବିଷ୍ଣୁଙ୍କୁ ସେଠାରୁ ଆଣିବାକୁ ଚାହୁଁଥିବା ବେଳେ ନାରଦ ତାଙ୍କୁ ଏକ ଉପାୟ ଦେଇଥିଲେ । ଯାହାପରେ ମା ଲକ୍ଷ୍ମୀ ଅନ୍ୟ ରୂପ ଧାରଣ କରି ପାତାଳପୁରୀକୁ ଯାଇଥିଲେ ଓ ରାଜା ବଳୀଙ୍କୁ ଏକ ରକ୍ଷା ସୂତା ବାନ୍ଧି ଭାଇ ବନାଇଥିଲେ ।

ଆଉ ଉପହାରରେ ନିଜ ସ୍ଵାମୀ ବିଷ୍ଣୁଙ୍କୁ ମାଗିଥିଲେ । ସେହିଦିନ ଶ୍ରାବଣ ପୂର୍ଣ୍ଣିମା ଥିଲା । କୁହାଯାଏ ସେହିଦିନ ଠାରୁ ରାକ୍ଷୀ ପୂର୍ଣ୍ଣିମା ମନାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।